You are currently viewing ଷ୍ଟାଡିୟମରେ ଦଳାଚକଟା, ୮ ମୃତ

ଷ୍ଟାଡିୟମରେ ଦଳାଚକଟା, ୮ ମୃତ

ନୂଆଦିଲ୍ଲୀ ୨୫/୦୧: ଷ୍ଟାଡିୟମରେ ଦଳାଚକଟା ।  ଏହି ଦଳାଚକଟାରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫୦ ଜଣ ଆହତ ହୋଇଛନ୍ତି । ଏହି ଘଟଣାଟି କ୍ୟାମେରୁନର ରାଜଧାନୀ Yaoundeରେ ଥିବା ଓଲେମ୍ବେ ଷ୍ଟାଡିୟମରେ ଘଟିଛି ।

ସୂଚନା ଅନୁଯାୟୀ ଓଲେମ୍ବେ ଷ୍ଟାଡିୟମରେ ଆଫ୍ରିକା କପ୍ ଅଫ୍ ନେସନ୍ସ ମ୍ୟାଚ୍ ହେବାର ଥିଲା । କିନ୍ତୁ ୬୦ ହଜାର ଦର୍ଶକ ବିଶିଷ୍ଟ ଏହି ଷ୍ଟାଡିୟମରେ କରୋନା ଯୋଗୁ ୬୦% ଲୋକଙ୍କୁ ଯିବାକୁ ଅନୁମତି ଥିଲା। ହେଲେ ସୋମବାର ଏହାକୁ ୮୦%କୁ ବୃଦ୍ଧି କରାଯାଇଥିଲା। ତେବେ ଲୋକମାନେ ପ୍ରବେଶ ପଥରେ ଷ୍ଟାଡିୟମ ଭିତରକୁ ଯିବା ପାଇଁ ଠେଲାପେଲା କରିବାରୁ ସ୍ଥିତି ବିଗିଡ଼ି ଯାଇଥିଲା।  ପରେ ଜଣେ ବ୍ୟକ୍ତି ପଡ଼ି ଯିବାରୁ ଦଳାଚକଟା ସ୍ଥିତି ଦେଖିବାକୁ ମିଳିଥିଲା। ଏଥିରେ  ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ  ୫୦ ଜଣ ଆହତ ହୋଇଛନ୍ତି। ଆହତ ମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। AFP ଦ୍ୱାରା ମିଳିଥିବା ପ୍ରାଥମିକ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁଯାୟୀ, ମୃତକଙ୍କ ମଧ୍ୟରେ ତିରିଶ ବର୍ଷର ଦୁଇଜଣ ମହିଳା, ତିରିଶ ବର୍ଷର ଚାରି ଜଣ ପୁରୁଷ, ଗୋଟିଏ ଶିଶୁ ଏବଂ ଗୋଟିଏ ମର ଶରୀର ପରିବାରକୁ ହସ୍ତାନ୍ତର କରାଯାଇଛି । ଘଟଣା ପରେ କ୍ୟାମେରୁନର ସ୍ୱାସ୍ଥ୍ୟମନ୍ତ୍ରୀ ହସ୍ପିଟାଲ ଯାଇ ଆହତଙ୍କୁ ଭେଟିଛନ୍ତି। ଘଟଣା କ’ଣ ପାଇଁ ଘଟିଲା, ତା’ର ତଦନ୍ତ କରାଯିବ ବୋଲି କହିଛନ୍ତି।

ଅନ୍ୟମାନଙ୍କୁ ଜଣାନ୍ତୁ।