You are currently viewing ସୁନନ୍ଦା ପୁଷ୍କର ମୃତ୍ୟୁ ମାମଲାରେ ଶଶି ଥରୁରଙ୍କୁ କ୍ଲିନଚିଟ୍

ସୁନନ୍ଦା ପୁଷ୍କର ମୃତ୍ୟୁ ମାମଲାରେ ଶଶି ଥରୁରଙ୍କୁ କ୍ଲିନଚିଟ୍

ନୂଆଦିଲ୍ଲୀ-୧୮.୦୮.୨୦୨୧, ବହୁ ଚର୍ଚ୍ଚିତ ସୁନନ୍ଦା ପୁଷ୍କର ହତ୍ୟା ମାମଲାରେ ତାଙ୍କ ସ୍ୱାମୀ ତଥା ବରିଷ୍ଠ କଂଗ୍ରେସ ନେତା ଶଶି ଥରୁରଙ୍କୁ କ୍ଲିନଚିଟ୍ ଦିଲ୍ଲୀ କୋର୍ଟ । ୭ ବର୍ଷର ସଂଘର୍ଷ ପରେ ସମସ୍ତ ଅଭିଯୋଗରୁ ମୁକ୍ତ ହୋଇଥିବାରୁ ସେ କୋର୍ଟଙ୍କୁ ଧନ୍ୟବାଦ ଦେଇଛନ୍ତି।
ସୂଚନାଯୋଗ୍ୟ ଯେ, ୨୦୧୪ ଜାନୁଆରି ୧୭ରେ ଦିଲ୍ଲୀସ୍ଥିତ ଲୀଲା ପ୍ୟାଲେସ ନାମକ ଏକ ପଞ୍ଚ ତାରକା ହୋଟେଲରୁ ସୁନନ୍ଦାଙ୍କ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ମୃତ୍ୟୁର କିଛିଦିନ ପୂର୍ବରୁ ସ୍ୱାମୀ ଶଶି ଥରୁରଙ୍କର ଜଣେ ପାକିସ୍ତାନୀ ସାମ୍ବାଦିକାଙ୍କ ସହ ଅନୈତିକ ସଂପର୍କ ରହିଛି ବୋଲି ସୁନନ୍ଦା ଅଭିଯୋଗ କରିଥିଲେ । ପରେ ଉଭୟଙ୍କ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଥିଲା । ସୁନନ୍ଦାଙ୍କ ମୃତ୍ୟୁ ପରେ ଦିଲ୍ଲୀ ପୋଲିସ ସୁନନ୍ଦାଙ୍କୁ ଆତ୍ମହତ୍ୟା ପାଇଁ ପ୍ରୋତ୍ସାହିତ କରିଥିବା ନେଇ ଅଭିଯୋଗରେ ମାମଲା ରୁଜୁ କରିଥିଲା ।

ଅନ୍ୟମାନଙ୍କୁ ଜଣାନ୍ତୁ।