You are currently viewing କରୋନା ସମ୍ପର୍କିତ ତଥ୍ୟ ପୋଷ୍ଟ କଲେ ହେବନି କାର୍ଯ୍ୟାନୁଷ୍ଠାନ

କରୋନା ସମ୍ପର୍କିତ ତଥ୍ୟ ପୋଷ୍ଟ କଲେ ହେବନି କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ-୩୦.୦୪.୨୦୨୧, ସାମାଜିକ ଗଣମାଧ୍ୟମରେ କରୋନା ସମ୍ପର୍କିତ ତଥ୍ୟ ପୋଷ୍ଟ କରିଥିବା ବ୍ୟକ୍ତି ବିଶେଷଙ୍କ ବିରୁଦ୍ଧରେ ପୋଲିସ ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେନି । ଗୁଜବ ପ୍ରଚାର ନାମରେ ଯଦି କାର୍ଯ୍ୟାନୁଷ୍ଠାନ ନିଆଯାଏ ତେବେ ଏହାକୁ ଅଦାଲତ ଅବମାନନା ଭାବେ ଗ୍ରହଣ କରାଯିବ ବୋଲି ଦେଶର ସର୍ବୋଚ୍ଚ ନ୍ୟାୟାଳୟ ପ୍ରକାଶ କରିଛନ୍ତି । ସୁପ୍ରିମ କୋର୍ଟ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ, ଜଷ୍ଟିସ ଏଲଏନ ରାଓ ଓ ଜଷ୍ଟିସ ଏସ.ଆର ଭଟ୍ଟଙ୍କୁ ନେଇ ଗଠିତ ଖଣ୍ଡପୀଠ କରୋନା ସଂକ୍ରମଣ ପାଇଁ ସୃଷ୍ଟି ପରିସ୍ଥିତି ସମ୍ପର୍କିତ ମାମଲାର ଶୁଣାଣୀ କରି ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି ।
ଖଣ୍ଡପୀଠ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଛନ୍ତି ଯେ, କରୋନା ଟିକାର ଦାମ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପାଇଁ ଭିନ୍ନ ଭିନ୍ନ କାହିଁକି ରହିଛି । ଦେଶରେ ଲକଡାଉନ, ଅକ୍ସିଜେନ ଆବଣ୍ଟନ ଓ ଔଷଧ ଉପଲବ୍ଧ କରାଇବାକୁ କଣ ସବୁ ଯୋଜନା ହୋଇଛି ବୋଲି ଅଦାଲତ ପ୍ରଶ୍ନ କରିଛନ୍ତି । ଏତଦବ୍ୟତୀତ କୋର୍ଟ କହିଛନ୍ତି ଯେ, କେନ୍ଦ୍ର ସରକାର କରୋନା ସଂକ୍ରମଣକୁ ରୋକିବା ପାଇଁ ଦେଶରେ ଲକଡାଉନ ଲାଗୁ କରିବାକୁ ଯୋଜନା କରୁଛନ୍ତି କି? ଏହା ଉପରେ କେନ୍ଦ୍ରସରକାର ସତ୍ୟପାଠ ଦାଖଲ କରନ୍ତୁ ।

ଅନ୍ୟମାନଙ୍କୁ ଜଣାନ୍ତୁ।