aravinda

ଆଜି ସୁପ୍ରିମ କୋର୍ଟରେ କେଜ୍ରିୱାଲଙ୍କ ଆବେଦନର ଶୁଣାଣି  

ଏଏନଏସ: ସୁପ୍ରିମକୋର୍ଟରେ ଆଜି ଅରବିନ୍ଦ କେଜ୍ରିୱାଲଙ୍କ ଆଇନ ଦଳ ଦେଇଥିବା ଏକ ପିଟିସନର ଶୁଣାଣି ହେବାର ସମ୍ଭାବନା ରହିଛି। ଏହି ମାମଲାରେ ତାଙ୍କୁ ସୁରକ୍ଷା ଦେବାଲାଗି ଦିଲ୍ଳୀ ହାଇକୋର୍ଟ ମନା କରିଦେବା ପରେ ଗତକାଲି ତାଙ୍କୁ ଗିରଫ କରାଯାଇଛି। ସୂଚନାଯୋଗ୍ୟ କୌଣସି ଦୁର୍ନୀତି ମାମଲାରେ ଗିରଫ ହେବାରେ କେଜ୍ରିୱାଲ ହେଉଛନ୍ତି ପ୍ରଥମ ମୁଖ୍ୟମନ୍ତ୍ରୀ।

ଅନ୍ୟପଟେ ମଦ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଆଜି ପୁଣି ଥରେ କେଜ୍ରିୱାଲଙ୍କୁ ପଚରାଉଚରା କରିଛି। ଅରବିନ୍ଦ କେଜ୍ରିୱାଲଙ୍କୁ ପଚରାଉଚରା କରାଯିବାର ଦୃଶ୍ୟ ମଧ୍ୟ କ୍ୟାମେରାରେ କଏଦ ହୋଇଛି । ଏଥିସହ ଲିଖିତ ଭାବେ ବୟାନ ରେକର୍ଡ କରାଯାଉଛି। ଆଜି କେଜ୍ରିୱାଲଙ୍କ ଆବେଦନ ଉପରେ ସୁପ୍ରିମକୋର୍ଟରେ ଶୁଣାଣି ହେବାକୁ ଥିବାବେଳେ ଏହାପରେ ଇଡି ତାଙ୍କୁ ୧୦ ଦିନିଆ ରିମାଣ୍ଡରେ ନେବାର ସୂଚନା ରହିଛି ।

 

ଅନ୍ୟମାନଙ୍କୁ ଜଣାନ୍ତୁ।