You are currently viewing କିିନ୍ନୋରରେ ଭୟଙ୍କର ଭୁସ୍ଖଳନ, ଫସିରହିଛନ୍ତି ୪୦ରୁ ଉର୍ଦ୍ଧ୍ୱ

କିିନ୍ନୋରରେ ଭୟଙ୍କର ଭୁସ୍ଖଳନ, ଫସିରହିଛନ୍ତି ୪୦ରୁ ଉର୍ଦ୍ଧ୍ୱ


ହିମାଚଳ ପ୍ରଦେଶ,୧୧/୦୮: ହିମାଚଳ ପ୍ରଦେଶର କିନ୍ନୋର ଜିଲ୍ଲାରେ ନିଗୁଲସେରୀର ଜାତୀୟ ରାଜପଥ-୫ର ଚିଲ ଜଙ୍ଗଲ ନିକଟରେ ଭୁସ୍ଖଳନ ହୋଇଛି ।ମାଟି ତଳେ ଅନେକ କାର,ବସ୍ ଚାପି ହୋଇ ରହିଛନ୍ତି । ଫଳରେ ୪୦ ରୁ ଅଧିକ ଯାତ୍ରୀ ଫସି ରହିଥିବା ଆଶଙ୍କା କରାଯାଉଛି । ଖବର ପାଇବା ମାତ୍ରେ ପ୍ରଶାସନ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ବସଟି ଲୋକମାନ ଙ୍କୁ ଧରି କିିନ୍ନୋରରୁ ହରିଦ୍ୱାର ଯାଉଥିଲା । ତେବେ ଛାଉରା ଠାରେ ଭୁସ୍ଖଳନର ଶିକାର ହୋଇଛି । ବସ୍‌ରେ ପଥର ଖଣ୍ଡ ମାଡ ହେବା ସହ ଏହା ସଂପୂର୍ଣ୍ଣ ଭାବେ ମାଟି ତଳେ ପୋତି ହୋଇଯାଇଛି । ସେହିପରି ଏହି ସମୟରେ ବସ୍ ପଛରେ ଓ ଆଗରେ ଯାଉଥିବା ଏକାଧିକ କାର ମଧ୍ୟ ମାଟି ଅତଡା ତଳେ ଫସି ଯାଇଛନ୍ତି । ପ୍ରଶାସନିକ ସୂଚନା ଅନୁସାରେ ବସର ଡ୍ରାଇଭର ଦୁର୍ଘଟଣା ପରେ ଘଟଣାସ୍ଥଳରେ ସୂଚନା ଦେଇଥିଲେ କି ସେଥିରେ ୩୫ ରୁ ୪୦ ଲୋକ ଥିଲେ । ଏହି ଘଟଣାଟି କିନ୍ନୋରର ଭାୱାନଗର ନିକଟରେ ଘଟିଛି । ଭାରତର ତିବ୍ଦତୀୟ ସୀମା ପୁଲିସ ଟିମ୍ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି । ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ପୁଲିସ ଓ ସ୍ଥାନୀୟ ପ୍ରଶାସନିକୁ ଉଦ୍ଧାର କାର୍ଯ୍ୟ ତ୍ୱରନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।