You are currently viewing ବିଦେଶରୁ ଆସିଲା ଓଡିଆ ଯୁବକଙ୍କ ମୃତ ଦେହ

ବିଦେଶରୁ ଆସିଲା ଓଡିଆ ଯୁବକଙ୍କ ମୃତ ଦେହ

ବେଙ୍ଗାଲୁର(୨୧.୨.୨୩) :   ବିଦେଶରୁ ଓଡ଼ିଶା ଆସିଲା ଓଡ଼ିଆ ଯୁବକଙ୍କ ମୃତ ଶରୀର। ବହୁ ବାଧାବିଘ୍ନ ଓ ବାହାରିନ ଓଡ଼ିଆ ସମାଜର ପ୍ରତିଷ୍ଠାତା ଡ଼ ଅରୁଣ କୁମାର ପ୍ରହରାଜଙ୍କ ସାହାଯ୍ୟ ଓ ସହଯୋଗ ଯୋଗୁ ଶେଷରେ ଦୁବାଇରୁ ଓଡ଼ିଆ ଯୁବକ କୃଷ୍ଣ ପ୍ରସାଦଙ୍କ ମୃତ ଶରୀର ଓଡ଼ିଶାକୁ ଫେରିଲା ।ସୂଚନା ଅନୁସାରେ ଓଡ଼ିଶାରୁ ଯାଇ ଦୁବାଇରେ ରହୁଥିବା ଶ୍ରୀମତୀ ଅସୀମା ରଞ୍ଜିତ ତାଙ୍କ ସ୍ୱାମୀ ଶ୍ରୀ କୃଷ୍ଣ ପ୍ରସାଦ ରଞ୍ଜିତଙ୍କ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ରଞ୍ଜିତ ହୃଦଘାତ ଜନିତ ମୃତ୍ୟୁ ହେବା ପରେ କିଭଳି ଓଡ଼ିଶା ଆଣିବେ ସେନେଇ ଚିନ୍ତାରେ ଥିଲେ ଅସୀମା । ରଞ୍ଜିତଙ୍କ ନାମରେ ଦୁବାଇରେ ମାମଲା ଥିବାରୁ ମୃତ ଶରୀର ଆଣିବା କଷ୍ଟ ସାଧ୍ୟ ଥିଲା । ତେବେ ଏନେଇ ଓଡ଼ିଶା ମୋ ପରିବାର ଓ ବାହାରିନ ଓଡ଼ିଆ ସମାଜର ପ୍ରତିଷ୍ଠାତା ଡ଼ ଅରୁଣ କୁମାର ପ୍ରହରାଜ ଖବର ପାଇବା ପରେ ସହଯୋଗର ହାତ ବଢ଼ାଇ ଥିଲେ । ଗରିବଙ୍କ ମେସିବା ଭାବେ ଜଣା ଶୁଣା ଡ଼ଃ ପ୍ରହରାଜ ସଙ୍ଗେ ସଙ୍ଗେ ସମ୍ବନ୍ଧିୟ ଦୂତବସ ସହାୟତରେ ସମସ୍ତ ବିଚାର ଧୀନ ମାମଲାର କ୍ଲିୟରାନ୍ସ ବ୍ୟବସ୍ଥା କରିଥିଲେ । ପରେ ରଞ୍ଜିତର ମୃତ ଶରୀରକୁ ଏୟାର ଇଣ୍ଡିଆ ବିମାନ ଦ୍ୱାରା ବିଶାଖାପାଟଣାକୁ ପଠାଯାଇଛି । ପରେ ବିଶାଖାପାଟଣାରୁ ଓଡିଶା ନିଆଯିବ ।ଅନ୍ୟପଟେ ଏଠାରେ ଏକ ଅଭିଯୋଗ ଆଣିଛନ୍ତି ବିଦେଶରେ ରହିଥିବା ଓଡ଼ିଆ, ଯେ ବିଦେଶରୁ ସିଧାସଳଖ ଭାବେ ଏୟାର ଇଣ୍ଡିଆ ଭୁବନେଶ୍ୱରକୁ ବନ୍ଦ ହୋଇଯିବା କାରଣରୁ ବହୁତ ହଇରାଣ ହରକତ ହେଉଛନ୍ତି। ତେବେ ନେସନାଲ କେରିୟର ଏୟାର ଇଣ୍ଡିଆ ଭୁବନେଶ୍ବର ବିମାନ ବନ୍ଦରକୁ ସେବା ବନ୍ଦ କରିଦେଇଥିବାରୁ ମୃତଦେହ ସିଧାସଳଖ ଭାବେ ଭୁବନେଶ୍ୱର ଆସିପାରୁନାହିଁ । ତେବେ ଏହି ସେବା ପୁନର୍ବାର କରିବାକୁ ଦାବି କରିଛନ୍ତି ଡ଼ଃ ଅରୁଣ କୁମାର ପ୍ରହରାଜ ଓ ସମସ୍ତ ବିଦେଶୀ ଓଡ଼ିଆ । ତେବେ ଏନେଇ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି ଏହି ସେବା ପୁନର୍ବାର ଆରମ୍ଭ ହେଉ ।

ଅନ୍ୟମାନଙ୍କୁ ଜଣାନ୍ତୁ।