You are currently viewing ମହାକାଶରେ ଶେଷ ହେଲା ‘ଦି ଚାଲେଞ୍ଜ୍’ର ଫିଲ୍ମ ଶୁଟିଂ

ମହାକାଶରେ ଶେଷ ହେଲା ‘ଦି ଚାଲେଞ୍ଜ୍’ର ଫିଲ୍ମ ଶୁଟିଂ

ନୂଆଦିଲ୍ଳୀ,୧୮/୧୦ : ପ୍ରଥମ ଥର ପାଇଁ ମହାକାଶରେ ଫିଲ୍ମ ସୁଟିଂ ହୋଇ ଇତିହାସ ରଚିଛି । ତେବେ ନିକଟରେ ମହାକାଶରେ ଚାଲିଥିବା ଫିଲ୍ମର ସୁଟିଂ ଶେଷ ହୋଇଛି । ଶୁଟିଂ ସାରି ସେମାନେ ନିରାପଦରେ ପୃଥିବୀ ପୃଷ୍ଟକୁ ଫେରି ଆସିଛନ୍ତି ରୁଷୀୟ ଟିମ୍ । ଏହି ଟିମରେ ଜଣେ ଅଭିନେତ୍ରୀ ଏବଂ ନିର୍ଦ୍ଦେଶକ ମଧ୍ୟ ସାମିଲ ଅଛନ୍ତି। ଏହି ଫିଲ୍ମର ଶୁଟିଂ ପାଇଁ କର୍ମଚାରୀମାନେ ୧୨ ଦିନ ଗସ୍ତରେ ମହାକାଶକୁ ଯାଇଥିଲେ।‘ଦି ଚାଲେଞ୍ଜ୍’ ଚଳଚ୍ଚିତ୍ରର କେତୋଟି ଦୃଶ୍ୟାବଳୀର ଶୁଟିଂ ପାଇଁ ଚଳିତ ମାସ ପ୍ରାରମ୍ଭରେ ପୂର୍ବତନ ସୋଭିଏତ୍ ଦେଶର କାଜାଖସ୍ତାନରେ ଥିବା ‘ବୈକୋନୁର୍ କସ୍ମୋଡ୍ରୋମ୍’ରୁ ୩୭ ବର୍ଷୀୟ ଅଭିନେତ୍ରୀ ୟୁଲିୟା ପେରେସିଲ୍ଡ୍ ଏବଂ ୩୮ ବର୍ଷିୟ ନିର୍ଦେଶକ କ୍ଲିମ୍ ସିପେଙ୍କୋ ରକେଟ୍ ଯୋଗେ ମହାକାଶକୁ ଯାଇଥିଲେ। ତେବେ ଏହା ହେଉଛି ମହାକାଶରେ ସୁଟିଂ ହୋଇଥିବା ପ୍ରଥମ ଫିଲ୍ମ । ଯାହାର କାହାଣୀର କିଛି ଅଂଶ ସ୍ପେସରେ ସୁଟିଂ କରାଯାଇଛି। ଦ ଚ୍ୟାଲେଞ୍ଜ ଫିଲ୍ମର ସୁଟିଂ ପାଇଁ ଚଳିତ ମାସ ଦୁଇ ଜଣ ଇଣ୍ଟରନ୍ୟାସନାଲ ସ୍ପେସ ଷ୍ଟେସନକୁ ଯାଇଥିଲେ। ଫିଲ୍ମର କାହାଣୀ କଣ ଓ ବଜେଟ୍ କେତେ ତାହା ଗୁପ୍ତ ରଖାଯାଇଛି। ଯଦି ଏହି ପ୍ରୋଜେକ୍ଟ ସଫଳ ହୁଏ ତେବେ ମହାକାଶରେ ସୁଟିଂ ପାଇଁ ଯୋଜନା କରୁଥିବା ହଲିଉଡକୁ ମଧ୍ୟ ଟପିଯିବ ଋଷ। କିନ୍ତୁ ଏହି ଫିଲ୍ମ ସୁଟିଂ ସହଜ ନଥିଲା। ଅକ୍ଟୋବର ୫ରେ ଆଇଏସ୍ଏସରେ ପହଞ୍ଚିବା ସମୟରେ ଡକିଂ ସିଷ୍ଟମ ଫେଲ୍ ହୋଇଥିଲା।ସୂଚନା ମୁତାବକ, ଏହାପୂର୍ବରୁ ‘ମିସନ୍ ଇମ୍ପସିବଲ୍’ର ଅଭିନେତା ଟମ୍ କ୍ରୁଜ୍, ‘ନାସା’ ଏବଂ ‘ଏଲନ୍ ମସ୍କ୍’ର ‘ସ୍ପେସ୍ଏକ୍ସ’କୁ ନେଇ ଚଳଚ୍ଚିତ୍ର ସୁଟିଙ୍ଗ୍ କରାଯିବ ବୋଲି ଗତବର୍ଷ ହଲିଉଡ୍ ଘୋଷଣା କରିଥିଲା।

ଅନ୍ୟମାନଙ୍କୁ ଜଣାନ୍ତୁ।