You are currently viewing ଦିବ୍ୟାଙ୍ଗ ଯାତ୍ରୀଙ୍କୁ ହ୍ୱିଲ ଚେୟାର ଦେଲେ ନାହିଁ ବିମାନ କର୍ମଚାରୀ

ଦିବ୍ୟାଙ୍ଗ ଯାତ୍ରୀଙ୍କୁ ହ୍ୱିଲ ଚେୟାର ଦେଲେ ନାହିଁ ବିମାନ କର୍ମଚାରୀ

ନୂଆଦିଲ୍ଲୀ(୧୦.୯.୨୨) : ଘୁଷୁଡ଼ି ଘୁଷୁଡ଼ି ତଳକୁ ଓହ୍ଲାଇଲେ ଯାତ୍ରୀ।  ଦିବ୍ୟାଙ୍ଗ ଯାତ୍ରୀଙ୍କୁ ହ୍ବିଲ ଚେୟାର ଦେଲେନାହିଁ ବିମାନ କର୍ମଚାରୀ।  ଏଭଳି ଏକ ଅଭିଯୋଗକୁ ନେଇ ଅଷ୍ଟ୍ରେଲିଆନ ଏୟାରଲାଇନ୍ ଜେଟ୍‌ଷ୍ଟାର ଏୟାରଓ୍ବେଜ୍‌କୁ ଏବେ ତୀବ୍ର ସମାଲୋଚନା ସାମ୍ନା କରିବାକୁ ପଡ଼ିଛି। ପ୍ରକୃତରେ ଏହି ଏୟାରଲାଇନ୍ସ ଜଣେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ବିମାନରୁ ଓହ୍ଲାଇବା ସମୟରେ ହ୍ବିଲଚେୟାର ଦେଇନଥିଲେ ଏବଂ ହ୍ବିଲଚେୟାର ପାଇଁ ଦେୟ ଦେବାକୁ କହିଥିଲେ।ନାଟଲି କର୍ଟିସ୍ ନାମକ ଜଣେ ଯାତ୍ରୀ କ୍ବିନ୍ସଲ୍ୟାଣ୍ଡ୍‌ରୁ ଟାଉନ୍ସଭିଲ୍ ବ୍ୟାଙ୍ଗକକ୍ ଯାତ୍ରା କରୁଥିଲେ। ଆଉ ଯେତେବେଳେ ପ୍ଳେନ୍‌ରୁ ଓହ୍ଲାଇବାର ସମୟ ଆସିଥିଲା। ସେତେବେଳେ ନାଟଲି ହ୍ବିଲ ଚେୟାର ପାଇଁ ଅନୁରୋଧ କରିଥିଲା।

କିନ୍ତୁ ହ୍ବିଲଚେୟାର ପାଇଁ ଦେୟ ଦେବାକୁ କୁହାଯାଇଥିଲା। ନାଟଲି ଟଙ୍କା ଦେବାକୁ ମନା କରିଥିଲେ ଫଳରେ ବିମାନ କର୍ମଚାରୀଙ୍କ ସହ ଯୁକ୍ତିତର୍କ ହୋଇଥିଲା। ଶେଷରେ ବାଧ୍ୟ ହୋଇ ନାଟଲିଙ୍କୁ ଘୁଷୁଡ଼ି ଘୁଷୁଡ଼ି ତଳକୁ ଓହ୍ଲାଇବାକୁ ପଡ଼ିଥିଲା।ଏହାକୁ ନେଇ ନାଟଲି କହିଛନ୍ତି ଯେ ବିମାନ ଡିପାର୍ଚର ସମୟରେ ହ୍ବିଲ୍ ଚେୟାର ପାଇଁ କହିଥିଲେ କିନ୍ତୁ ଏଥିପାଇଁ ଦେୟ ଦେବାକୁ କୁହାଯାଇଥିଲା। ନାଟଲିଙ୍କ ସହ ଯାତ୍ରା କରୁଥିବା ନତାଶା ଏଲଫୋର୍ଡ ଏହି ଘଟଣାର ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି ଏବଂ ଏହି ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି।  ଏହି ଘଟଣାକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।ସେପଟେ କମ୍ପାନୀ ତରଫରୁ କୁହାଯାଇଛି ଯେ ଏହି ସମୟରେ ହ୍ବିଲ ଚେୟାର ଉପଲବ୍ଧ ନଥାଏ। ନାଟଲିଙ୍କ ହ୍ବିଲ ଚେୟାର ମଧ୍ୟ ଲଗେଜ୍ ସହ ରଖାଯାଇଥିଲା ଏବଂ ନାଟଲି ହ୍ବିଲ ଚେୟାର ପାଇଁ ସେମାନଙ୍କୁ ସମୟ ଦେଇନଥିଲେ ଏବଂ  ନିଜେ ଘୁଷୁଡ଼ି ଘୁଷୁଡ଼ି ଓହ୍ଲାଇଥିଲେ। ତେବେ ଏହି ଘଟଣାର ଏକ ତଦନ୍ତ କରାଯାଉଛି ବୋଲି କହିଛନ୍ତି କମ୍ପାନୀ ଅଧିକାରୀ।

ଅନ୍ୟମାନଙ୍କୁ ଜଣାନ୍ତୁ।