police-terror

ସୁରକ୍ଷାବାହିନୀଙ୍କୁ ବଡ ସଫଳତା: ପୁଲୱାମାରେ ୩ ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ

ଏଏନଏସ: ଜମ୍ମୁ-କଶ୍ମୀରରେ ପୁଞ୍ଚ ଆତଙ୍କବାଦୀ ଆକ୍ରମଣ ପରେ ସୁରକ୍ଷାବାହିନୀକୁ ମିଳିଛି ବଡ଼ ସଫଳତା। ସୂଚନାଯୋଗ୍ୟ  ଭାରତୀୟ ସେନା ଓ ଜମ୍ମୁ-କଶ୍ମୀର ପୋଲିସ ପକ୍ଷରୁ ପୁଲୱାମାର ପାଞ୍ଜୁ ଓ ଗାମିରାଜରେ ମିଳିତ ଭାବେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା। ଏହି ସର୍ଚ୍ଚ ଅପରେସନ ବେଳେ ୩ ଜଣ ସନ୍ଦିଗ୍ଧଙ୍କୁ ଗିରଫ କରାଯିବା ସହ ଘଟଣାସ୍ଥଳରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ଅନ୍ୟପଟେ ଜମ୍ମୁ-କଶ୍ମୀର ପୋଲିସ ଓ ସେନା ସନ୍ଦିଗ୍ଧଙ୍କୁ ପଚରାଉଚରା କରିବା ସହ ମିଳିତ ତଦନ୍ତ ଜାରି ରହିଛି।

ଅନ୍ୟମାନଙ୍କୁ ଜଣାନ୍ତୁ।