accident

ଗଙ୍ଗା ସ୍ନାନ କରିବାକୁ ଯିବା ବେଳେ ଅଘଟଣ: ନିୟନ୍ତ୍ରଣ ହରାଇ ପୋଖରୀରେ ପଡ଼ିଲା ଟ୍ରାକ୍ଟର, ୧୫ ମୃତ ଏକାଧିକ ଆହତ 

ଉତ୍ତରପ୍ରଦେଶ କାସଜଞ୍ଜ ଜିଲ୍ଲାରେ ଅଘଟଣ। ଦ୍ରୁତଗତିରେ ଆସୁଥିବା ଏକ ଟ୍ରାକ୍ଟର ନିୟନ୍ତ୍ରଣ ହରାଇ ପୋଖରୀ ଭିତରକୁ ଖସିପଡିଛି | ଫଳରେ ୧୫ରୁ ଅଧିକ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ପାଖାପାଖି ଅନେକ ଶ୍ରଦ୍ଧାଳୁ ଆହତ ହୋଇଥିବା ଜଣାପଡିଛି। 

ସୂଚନା ଅନୁସାରେ, ଜେଥରାରୁ ଗଙ୍ଗା ସ୍ନାନ କରିବାକୁ କିଛି ଶ୍ରଦ୍ଧାଳୁ ଟ୍ରାକ୍ଟରରେ ଆସୁଥିଲେ। ଟ୍ରାକ୍ଟରଟି ଦ୍ରୁତଗତିରେ ଯାଉଥିବାବେଳ ଏକ ବଙ୍କାଣିରେ ନିୟନ୍ତ୍ରଣ ହରାଇ ରାସ୍ତା କଡ ପୋଖରୀ ଭିତରେ ଖସିପଡିଥିଲା। ଫଳରେ ୧୫ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ୭ଜଣ ଶିଶୁ ଓ ୮ଜଣ ମହିଳା ଥିବା ଜଣାପଡିଛି। ରିପୋର୍ଟ ଅନୁସାରେ, ଟ୍ରକ୍ଟରରେ ମୋଟ ୩୫ ଜଣ ଶ୍ରଦ୍ଧାଳୁ ଯାଉଥିଲେ। ସମସ୍ତ ଶ୍ରଦ୍ଧାଳୁ ଏଟା ଜିଲ୍ଲା କହା ଗାଁର ବାସିନ୍ଦା ବୋଲି ଜଣାପଡିଛି।

 

ଅନ୍ୟମାନଙ୍କୁ ଜଣାନ୍ତୁ।