You are currently viewing ପ୍ରଧାନମନ୍ତ୍ରୀ ମୋଦିଙ୍କ ଟ୍ୱିଟର ଆକାଉଣ୍ଟ ହ୍ୟାକ୍‌

ପ୍ରଧାନମନ୍ତ୍ରୀ ମୋଦିଙ୍କ ଟ୍ୱିଟର ଆକାଉଣ୍ଟ ହ୍ୟାକ୍‌

ନୂଆଦିଲ୍ଲୀ-୧୨.୧୨.୨୦୨୧, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଟ୍ୱିଟର ଆକାଉଣ୍ଟ ହ୍ୟାକ୍‌ । ଶନିବାର ବିଳମ୍ବିତ ରାତିରେ ତାଙ୍କ ଆକାଉଣ୍ଟ କିଛିକ୍ଷଣ ଲାଗି ହ୍ୟାକ ହୋଇଥିବା ଜଣାପଡିଛି । ଭାରତରେ ଏବେ ବିଟ୍‌କଏନ୍‌ ଅଥବା ଅନ୍ୟ କୌଣସି ମୁଦ୍ରାକୁ ସରକାର ମାନ୍ୟତା ଦେଇନଥିବାବେଳେ ଭାରତ ସରକାର ବିଟ୍ କଏନ୍‌ର ପ୍ରଚଳନକୁ ସରକାରୀ ଭାବେ ସ୍ୱୀକାର କରିଥିବା ନେଇ ଏହି ଟ୍ୱିଟ୍‌ରେ ଉଲ୍ଲେଖ ରହିଥିଲା।ଏହି ଟ୍ୱିଟ୍‌ ଦୁଇ ମିନିଟ୍‌ ଯାଏଁ ରହିବା ପରେ ଡିଲିଟ୍‌ ହୋଇଯାଇଥିଲା।
ସୂଚନା ଅନୁସାରେ, ଶନିବାର-ରବିବାର ମଧ୍ୟରାତ୍ରୀ ଅର୍ଥାତ ୨ଟା ୧୧ ମିନିଟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଟୁଇଟର ଆକାଉଣ୍ଟକୁ ହ୍ୟାକ୍‌ କରାଯାଇଥିଲା । ହ୍ୟାକର୍‌ ଭାରତ ସରକାରୀ ଭାବେ ବିଟ୍‌କଏନ୍‌କୁ ଆଇନଗତ ଭାବେ ସ୍ବୀକୃତି ପ୍ରଦାନ କରାଯାଇଥିବା ନେଇ ଟ୍ୱିଟ୍‌ କରିଥିଲା । ଏହାର ତିନି ମିନିଟ୍‌ ପରେ ପୁଣି ୨ଟା ୧୪ ମିନିଟ୍‌ରେ ଆଉ ଏକ ବିଟ୍‌କଏନ୍‌କୁ ଟ୍ୱିଟ୍‌ ହୋଇଥିଲା।

ମାତ୍ର ଏବେ ପ୍ରଧାନମନ୍ତ୍ରୀଙ୍କ ଟୁଇଟର୍‌ ଆକାଉଣ୍ଟକୁ ପୁଣି ଥରେ ସୁରକ୍ଷିତ କରାଯାଇଥିବା ନେଇ ପ୍ରଧାନମନ୍ତ୍ରୀଙ୍କ ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି।

ଅନ୍ୟମାନଙ୍କୁ ଜଣାନ୍ତୁ।