You are currently viewing ଜି-୨୦ ଶିଖର ସମ୍ମିଳନୀକୁ ନେଇ ଭାରତ ଗସ୍ତରେ ଆମେରିକା ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା

ଜି-୨୦ ଶିଖର ସମ୍ମିଳନୀକୁ ନେଇ ଭାରତ ଗସ୍ତରେ ଆମେରିକା ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା


ନୂଆଦିଲ୍ଲୀ : ଭାରତ ଆସିବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ଜି-୨୦ ଶିଖର ସମ୍ମିଳନୀରେ ଯୋଗ ଦେବାକୁ ନେଇ ଆସନ୍ତା ସେପ୍ଟେମ୍ବର ୭ରେ ଭାରତ ଆସିବେ ଜୋ ବାଇଡେନ । ଏନେଇ ହ୍ୱାଇଟ ହାଉସ ପକ୍ଷରୁ ସୂଚନା ମିଳିଛି ।

ହ୍ୱାଇଟ ହାଉସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ସେପ୍ଟେମ୍ବର ୭ରେ ଭାରତରେ ପହଞ୍ଚିବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ପର ଦିନ ଅର୍ଥାତ ସେପ୍ଟେମ୍ବର ୮ତାରିଖରେ ପ୍ରଧାନମନ୍ତ୍ରୀଙ୍କ ସହ ଦ୍ୱିପକ୍ଷିକ ଆଲୋଚନା କରିବେ । ୟୁକ୍ରେନ ଓ ଋଷ ଯୁଦ୍ଧ ଫଳରେ ଅର୍ଥନୈତିକ ତଥା ସାମାଜିକ ପ୍ରଭାବକୁ କିପରି ହ୍ରାସ କରାଯାଇପାରିବ ଏବଂ ବିଶ୍ୱବ୍ୟାପୀ ଚ୍ୟାଲେଞ୍ଚର ସମାଧାନ ସହ ଦାରିଦ୍ର୍ୟର ମୁକାବିଲା ପାଇଁ ବିଶ୍ୱ ବ୍ୟାଙ୍କ ସମେତ ବହୁପକ୍ଷୀୟ ବିକାଶ ବ୍ୟାଙ୍କର କ୍ଷମତା କିପରି ବୃଦ୍ଧି କରାଯାଇପାରିବ ସେନେଇ ଆଲୋଚନା କରିବେ । ପର ଦିନ ଅର୍ଥାତ୍ ସେପ୍ଟେମ୍ବର ୯ରେ ଅନୁଷ୍ଠିତ ହେବାକୁ ଥିବା ଜି-୨୦ ଶିଖର ସମ୍ମିଳନୀରେ ଯୋଗ ଦେବେ ।

ଅନ୍ୟମାନଙ୍କୁ ଜଣାନ୍ତୁ।