You are currently viewing ଲା ପାଲମାର କାନାରି ଦ୍ୱୀପରେ ଆଗ୍ନେୟଗିରି ଉଦ୍‌ଗିରଣ

ଲା ପାଲମାର କାନାରି ଦ୍ୱୀପରେ ଆଗ୍ନେୟଗିରି ଉଦ୍‌ଗିରଣ

ସ୍ପେନ, ୨୦/୦୯: ସ୍ପେନର ଆଟଲାଣ୍ଟିକ୍ ମହାସାଗର ମଧ୍ୟସ୍ଥ ଲା ପାଲମା ଦ୍ୱୀପରେ ରବିବାର ଦିନ ଆଗ୍ନେୟଗିରି ଉଦ୍‌ଗିରଣ ହୋଇଛି । ପବନରେ ଉଡିବାକୁ ଲାଗିଛି ନାଲି ଲାଭା । ଏହି ଲାଭା ନଦୀ ଦେଇ ୨ଟି ଗାଁ ଆଡକୁ ମୁହାଁଉ ଥିବା ବେଳେ ୪ଟି ଗାଁକୁ ତୁରନ୍ତ ସ୍ଥାନାନ୍ତରିତ କରିବାକୁ ନିର୍ଦ୍ଦେଶ ଦିଆଯାଉଛି । ନିକାଞ୍ଚନ ପାର୍ବତ୍ୟ ଅଞ୍ଚଳରେ ଥିବା ବାସଗୃହ ଆଡକୁଆଗ୍ନେୟଗିରି ଉଦ୍‌ଗିରଣ ଲାଭା ମାଡିଜିବାରୁ ସରକାର ୧୦୦୦ ବାସିନ୍ଦାଙ୍କୁ ସ୍ଥାନାନ୍ତର କରିଥିଲେ । କାନାରି ଆଇଲାଣ୍ଡ୍‌୍ ଭଲକାନୋଲୋଜି ଇନଷ୍ଟିଚ୍ୟୁଟ୍ ରିପୋର୍ଟ ଅନୁଯାୟୀ ଏଭଳି ଜ୍ୱାଳାମୁଖୀ ବିସ୍ଫୋରଣ ଶେଷଥର ୧୯୭୨ ମସିହାରେ ହୋଇଥିଲା । ୮୫୦୦୦ ଜନତା ବାସ କରୁଥିବା ଲା ପାଲମା ଦ୍ୱୀପରେ ଆଗ୍ନେୟଗିରି ଉଦ୍‌ଗୀରଣ ହେବା ପୂର୍ବରୁ କ୍ୟାବେଜା ଡି ଭାକା ରୂପେ ପରିଚିତ ଅଞ୍ଚଳରେ ୪.୨ ତୀବ୍ରତା ସମ୍ପନ୍ନ ଭୂମିକମ୍ପ ହୋଇଥିଲା । ଅନ୍ୟପଟେ ସ୍ପେନ୍ ପ୍ରଧାନମନ୍ତ୍ରୀ ତାଙ୍କ ବିଦେଶ ଗସ୍ତକୁ ବାତିଲ କରିଛନ୍ତି । ଆଗ୍ନେୟଗିରି ଉଦ୍‌ଗିରଣ ଯୋଗୁଁ କେହି ମୃତାହତ ହୋଇଥିବା ଖବର ଏପର୍ଯ୍ୟନ୍ତ ଆସି ନଥିବା କଥା ରାଷ୍ଟ୍ରପତି ମାରିନାଓ ହର୍ଣ୍ଣାନଡେଜ କହିଛନ୍ତି । ପୂର୍ବରୁ ବୈଜ୍ଞାନିକ ଭୂମିକମ୍ପ ଓ ଆଗ୍ନେୟଗିରି ଉଦ୍‌ଗିରଣ
ନେଇ ସର୍ତକ ସୂଚନା ଦେଇଥିଲେ ।

ଅନ୍ୟମାନଙ୍କୁ ଜଣାନ୍ତୁ।