You are currently viewing ଆଜିଠୁ ଓ୍ବାର୍ମଅପ୍ ମ୍ୟାଚ୍, ବିଶ୍ୱକପ୍ ନେଇ କାଉଣ୍ଟଡାଉନ୍

ଆଜିଠୁ ଓ୍ବାର୍ମଅପ୍ ମ୍ୟାଚ୍, ବିଶ୍ୱକପ୍ ନେଇ କାଉଣ୍ଟଡାଉନ୍

ନୂଆଦିଲ୍ଲୀ: ଦିନିକିଆ କ୍ରିକେଟ ବିଶ୍ବକପ ପାଇଁ ଆରମ୍ଭ ହୋଇଗଲାଣି କାଉଣ୍ଟଡାଉନ୍। ଏନେଇ ଆଜି ଠାରୁ ଆରମ୍ଭ ହେଉଛି ଓ୍ବାର୍ମଅପ ମ୍ୟାଚ୍ । ପ୍ରଥମ ଦିନରେ ୩ଟି ମ୍ୟାଚ୍ ଖେଳାଯିବ । ବାଂଲାଦେଶ-ଶ୍ରୀଲଙ୍କା, ଦକ୍ଷିଣ ଆଫ୍ରିକା-ଆଫଗାନିସ୍ତାନ ଓ ନ୍ୟୁଜିଲାଣ୍ଡ-ପାକିସ୍ତାନ ମଧ୍ୟରେ ଖେଳାଯିବ ଓ୍ବାର୍ମଅପ ମ୍ୟାଚ୍ ।

ଗୌହାଟିରେ ବାଂଲାଦେଶ ଓ ଶ୍ରୀଲଙ୍କା ମୁହାଁମୁହିଁ ହେବାକୁ ଥିବାବେଳେ ଆଫ୍ରିକା ଓ ଆଫଗାନିସ୍ତାନ ମଧ୍ୟରେ ମ୍ୟାଚ୍ ଥିରୁବନନ୍ତପୁରମ ଏବଂ ହାଇଦ୍ରାବାଦରେ ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ ।

ଭାରତୀୟ ଦଳ ଦୁଇଟି ଓ୍ବାର୍ମ ଅପ୍ ମ୍ୟାଚ୍ ଖେଳିବ। ଶୁକ୍ରବାର ନ୍ୟୁଜିଲାଣ୍ଡ ସହିତ ଓ ଅକ୍ଟୋବର ୩ରେ ନେଦରଲ୍ୟାଣ୍ଡ ବିପକ୍ଷରେ ଖେଳିବ ଓ୍ବାର୍ମଅପ ମ୍ୟାଚ୍ । ଆସନ୍ତା ୫ତାରିଖରୁ ବିଶ୍ବକପର ଲିଗ୍ ମ୍ୟାଚ ଆରମ୍ଭ ହେବ । ପ୍ରଥମ ମ୍ୟାଚ୍ ନ୍ୟୁଜିଲାଣ୍ଡ ଓ ଡିଫେଣ୍ଡିଂ ଚାମ୍ପିଅନ୍ ଇଂଲଣ୍ଡ ମଧ୍ୟରେ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ ।

ଅକ୍ଟୋବର ୮ରେ ଅଷ୍ଟ୍ରେଲିଆ ବିପକ୍ଷରେ ବିଶ୍ବକପ ଅଭିଯାନ ଆରମ୍ଭ କରିବ ଭାରତ । ୧୧ ଅକ୍ଟୋବରରେ ଭାରତ ଆଫଗାନିସ୍ତାନକୁ ଭେଟିବାକୁ ଥିବାବେଳେ ୧୪ ଅକ୍ଟୋବରରେ ପାକିସ୍ତାନକୁ ଟକ୍କର ହେବ । ନଭେମ୍ବର ୧୯ତାରିଖରେ ବିଶ୍ବକପ ଫାଇନାଲ ଖେଳାଯିବ ।

ଅନ୍ୟମାନଙ୍କୁ ଜଣାନ୍ତୁ।