You are currently viewing ଏସୀୟ କ୍ରିଡାରୁ ଓହରିଲେ ଭିନେଶ ଫୋଗତ; ଜାଣନ୍ତୁ କାହିଁକି?

ଏସୀୟ କ୍ରିଡାରୁ ଓହରିଲେ ଭିନେଶ ଫୋଗତ; ଜାଣନ୍ତୁ କାହିଁକି?

ଭାରତ ପାଇଁ ସ୍ୱର୍ଣ୍ଣପଦକ ଆଣିଥିବା ଭିନେଶ ଫୋଗତ ବର୍ତ୍ତମାନ ଏସୀୟ କ୍ରୀଡାରୁ ବାଦ ପଡିଲେ । ନିଜେ ଭିନେଶ ଫୋଗତ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ଏହିପରି କିଛି ସୂଚନା ଦେଇଛନ୍ତି । ତାଙ୍କ ଆଣ୍ଠୁରେ ଆଘତ ଲାଗିଥିବାରୁ ସେ ଏସିଆନ କ୍ରୀଡାରୁ ଓହରି ଥିବା ଗଣମାଧ୍ୟମରେ ଘୋଷଣା କରିଛନ୍ତି । ସେହିପରି ଚୀନ ହାଙ୍ଗଝୋଉରେ ହେବାକୁ ଥିବା ଏସୀୟ କ୍ରୀଡାରେ ଆଣ୍ଠୁରେ ଆଘତ ଲାଗିଥିବାରୁ ଅଂଶଗ୍ରହଣ କରିବେ ନାହିଁ ବୋଲି ମଧ୍ୟ ପୋଷ୍ଟରେ ଜଣାଇଛନ୍ତି ।
୨୦୧୮ ମସିହାରେ ଜାକାର୍ତ୍ତାରେ ଖେଳା ଯାଇଥିବା ଏସୀୟ କ୍ରୀଡାରେ ଭାରତ ପାଇଁ ଆଣିଥିବା ସ୍ୱର୍ଣ୍ଣପଦକ ତାଙ୍କର ସ୍ୱପ୍ନ ଥିଲା, କିନ୍ତୁ ଦୁର୍ଭାଗ୍ୟବଶତଃ ସେ ଏହି ଆଘାତ କାରଣରୁ ଆଉ କ୍ରୀଡାରେ ଭାଗ ନେଇପାରିବେ ନାହିଁ । ଏଥିସହ ଆଜି ଭିନେଶଙ୍କ ମୁମ୍ବାଇରେ ଏକ ଘରୋଇ ହସ୍ପିଟାଲରେ ଅପରେସନ କରାଯିବା ନେଇ ସେ ସୂଚନା ଦେଇଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।