natural-remedies

ଅତ୍ୟଧିକ ଥଣ୍ଡାରେ ନାକ ବନ୍ଦ ହୋଇଯାଉଛି କି? ତେବେ ଆପଣାନ୍ତୁ ଏହି ଉପାୟ

ଋତୁ ପରିବତ୍ତନ ଅନୁଯାୟୀ ଆମେମାନେ ବିଭିନ୍ନ ରୋଗର ସିକାର ହୋଇଥାଉ । ଯେପରି ଗରମ ପରେ ଶୀତଏବଂ ଶୀତ ପରେ ଗରମ ହେବା ଦ୍ୱାରା ଲୋକମାନେ ରୋଗର ସାମ୍ନା କରିଥାନ୍ତି । ଏନେଇ ଲୋକମାନେ ବିଭିନ୍ନ ପ୍ରକାର ଔଷଧ ମଧ୍ୟ ସେବନ କରିଥାନ୍ତି । କିନ୍ତୁ ଥଣ୍ଡା ଋତୁ ଆସିବା ମାତ୍ରେ ଅଧିକାଂଶ ଲୋକମାନଙ୍କର ନାକ ବନ୍ଦ ହେବା ଭଳି ସମସ୍ୟା ଦେଖାଯାଇଥାଏ । ଏହି ସମସ୍ୟା ପାଇଁ ଲୋକମାନେ ଅନେକ କଷ୍ଠ ଅନୁଭବ କରିଥାନ୍ତି । ଏଥିପାଇଁ ଲୋକମାନେ ବିଭିନ୍ନ ପ୍ରକାର ଔଷଧ ମଧ୍ୟ ବ୍ୟବହାର କରିଥାନ୍ତି । ଏନେଇ ଆଜି ଆମେ ଆପଣଙ୍କୁ କିଛି ଘରୋଇ ଉପଚାର ବିଷୟରେ ଜଣାଇବୁ, ଯାହାଦ୍ୱାରା ଆପଣଙ୍କ ଏହି ସମସ୍ୟା ଖୁବ୍ ସହଜରେ ଭଲ ହୋଇପାରିବ । ତେବେ ଆସନ୍ତୁ ଜାଣିବା କ\’ଣ ରହିଛି ସେହି ଉପାୟ ।

-ଅଳ୍ପ ପାଣିରେ ରସୁଣ ପକାଇ ଭଲଭାବେ ଫୁଟାଇବା ପରେ ବାମ୍ଫ ନିଅନ୍ତୁ । ଏପରି କରିବା ଦ୍ୱାରା ବହୁତ ଜଲଦି ବନ୍ଦ ହୋଇଯାଇଥିବା ନାକ ଖୋଲି ଯାଇଥାଏ ।

-ନାକ ବନ୍ଦ ହୋଇଯାଇଥିଲେ ତୁରନ୍ତ ଆରାମ ମିଳିବା ପାଇଁ ଆପଣ ନାକରେ କିଛି ବୁନ୍ଦା ହାଲୁକା ଉଷୁମ ପାଣି ପକାଇ ପାରିବେ । ଏହାପରେ ଆପଣ ମୁଣ୍ଡକୁ ତଳକୁ କରି ଦିଅନ୍ତୁ । କାରଣ ନାକରେ ପସିଥିବା ପାଣି ଯେପରି ବାହାରକୁ ବାହାରି ଆସିବ । ଏପରି କରିବା ଦ୍ୱାରା ମଧ୍ୟ ବନ୍ଦ ହୋଇଥିବା ନାକ ଜଲଦି ଖୋଲିଯାଇଥାଏ ।

-ସେହିଭଳି ଆପଣ ଏହି ସମସ୍ୟାରୁ ମୁକ୍ତି ଚାହୁଁଥିଲେ ଗରମାଗରମ ସୁପ୍ ସେବନ କରିପାରିବେ । ସୁପ୍ ପିଇବା ଦ୍ୱାରା ତୁରନ୍ତ ଆରାମ ମିଳିବା ସହ ନାକ ଖୋଲିବାରେ ସାହାଯ୍ୟ କରିଥାଏ ।

-ଯଦି ଅତ୍ୟଧିକ ଥଣ୍ଡାରେ ଆପଣଙ୍କ ନାକ ବନ୍ଦ ହୋଇଯାଇଥାଏ କିମ୍ବା ନିଶ୍ୱାସ ନେବାରେ ଅସୁବିଧା ହୁଏ ତେବେ ଆପଣ ନଡ଼ିଆ ତେଲ ଆଙ୍ଗୁଳିରେ ମାରି ନାକ ଭିତରେ ଲଗାନ୍ତୁ ଏବଂ ଏହାପରେ ନଡ଼ିଆ ତେଲର କିଛି ବୁନ୍ଦା ନାକରେ ପକାଇବା ପରେ ଦୀର୍ଘ ନିଶ୍ୱାସ ନିଅନ୍ତୁ । ଏପରି କରିବା ଦ୍ୱାରା ମଧ୍ୟ ବହୁତ ଜଲଦି ବନ୍ଦ ହୋଇଥିବା ନାକ ଖୋଲିଯାଇଥାଏ ।

ଅନ୍ୟମାନଙ୍କୁ ଜଣାନ୍ତୁ।