You are currently viewing ଗ୍ୟାସଷ୍ଟିକ ସମସ୍ୟାରୁ ମୁକ୍ତି ଦେଇଥାଏ ଜୁଆଣି ଏବଂ ହେଙ୍ଗୁ

ଗ୍ୟାସଷ୍ଟିକ ସମସ୍ୟାରୁ ମୁକ୍ତି ଦେଇଥାଏ ଜୁଆଣି ଏବଂ ହେଙ୍ଗୁ

ଆଜିକାଲି ଅଧିକାଂଶ ଲୋକମାନଙ୍କ ପାଖରେ ଗ୍ୟାସ ସମସ୍ୟା ଦେଖିବାକୁ ମିଳୁଛି। ଗ୍ୟାସ ସମସ୍ୟା ହେଉ କିମ୍ବା ଏସିଡ଼ିଟି ପାଇଁ ବ୍ୟସ୍ତ ଲାଗିଥାଏ। ଏଥିପାଇଁ କେବେ କେବେ ପେଟରେ ଯନ୍ତ୍ରଣା ହେବା ସହ ପେଟ ଫୁଲିବା ଭଳି ସମସ୍ୟା ଦେଖାଯାଇଥାଏ। ଏହି ସମସ୍ୟା ଅତ୍ୟଧିକ ମସଲାଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ଦେଖାଯାଇଥାଏ। ଭୁଲ ଖାଦ୍ୟ-ପାନୀୟ ପାଇଁ ମଧ୍ୟ ପେଟରେ ଯନ୍ତ୍ରଣା, ଅଲସର, ଅପଚ, ତଣ୍ଟିରେ ଜଳନ ଅନୁଭବ ହେବା ଏବଂ ହାର୍ଟ ସମ୍ବନ୍ଧୀୟ ସମସ୍ୟା ଦେଖାଯାଇଥାଏ। ଯଦି ଆପଣ ମଧ୍ୟ ଏଭଳି ସମସ୍ୟା ସାମ୍ନା କରୁଛନ୍ତି ତେବେ ସାବଧାନ ହୋଇଯାଆନ୍ତୁ। କାରଣ ଏଭଳି ସମସ୍ୟା ଲିଭରକୁ କ୍ଷତି ପହଞ୍ଚାଇଥାଏ। ଏନେଇ ଯଦି ଆପଣ ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଚାହୁଁଛନ୍ତି ତେବେ ଆପଣାନ୍ତୁ ଏହି ଘରୋଇ ଉପଚାର।

ଜୁଆଣି: ଜୁଆଣିରେ ଥାଇମୋଲ ନାମକ ଯୌଗିକ ରହିଥାଏ, ଯାହା  ଅପଚ ସମସ୍ୟା ଦୂର କରିବାରେ ସାହାଯ୍ୟ କରିଥାଏ। ଏଥିସହ ଜୁଆଣିରେ ପ୍ରୋଟିନ, ଫ୍ୟାଟ, ଖଣିଜ, ଫାଇବର, କାର୍ବୋହାଇଡ୍ରେଟ, କ୍ୟାଲସିୟମ, ଥାୟମିନ, ରାଇବୋଫ୍ଲୋବିନ, ଫସଫରସ, ଆଇରନ ଏବଂ ନିୟାସିନ ପ୍ରଚୁର ମାତ୍ରାରେ ରହିଥାଏ, ଯାହା ଶରୀରରେ ଅନେକ ସ୍ୱାସ୍ଥ୍ୟ ସମସ୍ୟାକୁ ଦୂର କରିବାରେ ସାହାଯ୍ୟ କରିଥାଏ।

ହେଙ୍ଗୁ: ଯଦି ଆପଣଙ୍କର ଏସିଡ଼ିଟି, କବଜ, ଗ୍ୟାସ କିମ୍ବା ଅପଚ ଭଳି ସମସ୍ୟା ଦେଖାଯାଇଥାଏ ତେବେ ଆପଣ ନିୟମିତ ହେଙ୍ଗୁ ଖାଇବା ଆରମ୍ଭ କରିଦିଅନ୍ତୁ। ଏହା ଦ୍ବାରା ଅନେକ ଲାଭ ମିଳିଥାଏ। ଏସବୁ ବ୍ୟତୀତ ଏକ ଚାମଚ ହେଙ୍ଗୁ ପାଣିରେ ମିଶାଇ ପିଇବା ଦ୍ୱାରା ପେଟ ଯନ୍ତ୍ରଣାରୁ ଆରାମ ମିଳିଥାଏ। ହେଙ୍ଗୁ ସେବନ କରିବା ଦ୍ୱାରା ଚିନ୍ତା ମଧ୍ୟ କମ ହୋଇଥାଏ। ଯଦି ଆପଣଙ୍କର ଖାଦ୍ୟ ସହଜରେ ହଜମ ହୋଇନଥାଏ ତେବେ ଆପଣ ସକାଳୁ ଏକ ଚାମଚ ଜୁଆଣି, କଳାଲୁଣ ଏବଂ ହେଙ୍ଗୁ ମିଶାଇ ସେବନ କରିପାରିବେ। ଏପରି କରିବା ଦ୍ୱାରା ସହଜରେ ଖାଦ୍ୟ ହଜମ ହୋଇଯାଇଥାଏ।

ଅନ୍ୟମାନଙ୍କୁ ଜଣାନ୍ତୁ।