You are currently viewing ଆପଣ ଅତ୍ୟଧିକ ହଳଦୀ ବ୍ୟବହାର କରୁଛନ୍ତି କି? ତେବେ ଜାଣନ୍ତୁ ଏହାର ଲାଭ-କ୍ଷତି ବିଷୟରେ…

ଆପଣ ଅତ୍ୟଧିକ ହଳଦୀ ବ୍ୟବହାର କରୁଛନ୍ତି କି? ତେବେ ଜାଣନ୍ତୁ ଏହାର ଲାଭ-କ୍ଷତି ବିଷୟରେ…


ହଳଦୀ ବ୍ୟବହାର ଅନେକ ଗମ୍ଭୀର ରୋଗ ଏବଂ ଦୁର୍ବଳତା ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ । ଦୀର୍ଘ ଦିନ ଧରି ଏହା ଏକ ଔଷଧ ଭାବରେ ବ୍ୟବହାର ହୋଇଆସୁଛି । ହଳଦୀରେ ଆଣ୍ଟିସେପ୍ଟିକ ଏବଂ ଆଣ୍ଟି –ଇନଫ୍ଲାମେଟୋରୀ ଗୁଣ ଭରି ରହିଥାଏ। ହଳଦୀ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥିବା ବେଳେ ଏହାର ମଧ୍ୟ କିଛି ପାଶ୍ୱର୍ ପ୍ରତିକ୍ରିୟା ଅଛି । ତେବେ ଆସନ୍ତୁ ଜାଣିବା ହଳଦୀ ବ୍ୟବହାର କରିବାକୁ ନେଇ କିଛି ଲାଭ ଏବଂ କ୍ଷତି ବିଷୟରେ…
ହଳଦୀ ବ୍ୟବହାର କରିବା ଫାଇଦା :
କ୍ଷୀରରେ ହଳଦୀ ମିଶାଇ ନିୟମିତ ସେବନ କଲେ ଶରୀରକୁ ପର୍ଯ୍ୟାପ୍ତ ପରିମାଣର କ୍ୟାଲସିୟମ ମିଳିଥାଏ ଏବଂ ହାଡକୁ ବହୁତ ମଜବୁତ କରିଥାଏ । ଏହା ଯକୃତକୁ ସଫା କରିଥାଏ ଏବଂ ଗମ୍ଭୀର ପେଟ ରୋଗରୁ ମଧ୍ୟ ମୁକ୍ତି ଦେଇଥାଏ ।

ଏହା ସହିତ ହଳଦୀ କ୍ଷୀର ପିଇବା ଦ୍ୱାରା କାନ ଯନ୍ତ୍ରଣା ମଧ୍ୟ ଭଲ ହୋଇଯାଇଥାଏ । ହଳଦୀ ଖାଇବା ଦ୍ୱାରା ଶରୀରରେ ଗଚ୍ଛିତ ଚର୍ବି ସଂପୂର୍ଣ୍ଣ କମିଯାଏ । ଏହି କାରଣରୁ ହଜମ ପ୍ରକ୍ରିୟା ,ଅଲସର,ଡାଇରିଆ ଏବଂ ଅପଚ ସମସ୍ୟା ଦୂର ହୋଇଥାଏ ଏବଂ ଶରୀର ସମ୍ପୂର୍ଣ୍ଣ ସୁସ୍ଥ ରହିଥାଏ ।
ହଳଦୀ ବ୍ୟହାର କରିବାର କ୍ଷତି:
ପିତାଶୟ ସହ ଜଡିତ ଯଦି କୌଣସି ଗମ୍ଭୀର ସମସ୍ୟା ଥାଏ ତେବେ ହଳଦୀ କ୍ଷୀର ଆପଣଙ୍କ ଏହି ଗମ୍ଭୀର ସମସ୍ୟାକୁ ଆହୁରି ବଢାଇଦେଇଥାଏ। ସେହିଭଳି ଯଦି ଗାଲବ୍ଲାଡରେ ଷ୍ଟୋନ ଅଛି ତେବେ ହଳଦୀ କ୍ଷୀର ପିଇବା ଆଦୌ ଉଚିତ ନୁହେଁ । ରକ୍ତସ୍ରାବ ସମସ୍ୟା ଥିଲେ ମଧ୍ୟ ହଳଦୀ କ୍ଷୀର ପିଇବା ଦ୍ୱାରା ବହୁତ କ୍ଷତି ପହଞ୍ଚାଇପାରେ । ଏହା ରକ୍ତ ଜମାଟ ବାନ୍ଧିବା ପ୍ରକ୍ରିୟାକୁ ସଂପୂର୍ଣ୍ଣ ମନ୍ଥର କରିଥାଏ, ଯାହାଫଳରେ ଅଧିକ ରକ୍ତ ସ୍ରାବର କାରଣ ହୋଇପାରେ ।

ହଳଦୀରେ କର୍କୁମିନ ନାମକ ଏକ ରାସାୟନିକ ପଦାର୍ଥ ଥାଏ, ଯାହା ରକ୍ତରେ ଶର୍କରାକୁ ସଂପୂର୍ଣ୍ଣ ପ୍ରଭାବିତ କରିଥାଏ । ତେବେ ଏପରି ପରିସ୍ଥିତିରେ ଯଦି ଆପଣଙ୍କ ମଧୁମେହ ଅଛି ତେବେ ହଳଦୀ କ୍ଷରୀ ପିଇବା ଠାରୁ ଦୂରେଇ ରହିବା ଭଲ ।

ଅନ୍ୟମାନଙ୍କୁ ଜଣାନ୍ତୁ।