You are currently viewing ଶରୀର ପାଇଁ ମୁଗଡାଲି କ୍ଷତିକାରକ

ଶରୀର ପାଇଁ ମୁଗଡାଲି କ୍ଷତିକାରକ

ହେଲଦି ଡାଏଟ ଲିଷ୍ଟ ପ୍ରସ୍ତୁତ କରିବାକୁ ହେଲେ ଏଥିରେ ଡାଲିକୁ ନିଶ୍ଚିତ ସାମିଲ କରନ୍ତୁ । ଏଥିରେ ଭରପୁର ମାତ୍ରାରେ ପ୍ରୋଟିନ ଥାଏ । ଯାହା ଶରୀର ପାଇଁ ବହୁତ ଫାଇଦାକାରୀ ଅଟେ । ପ୍ରାୟତଃ ମୁଗଡାଲି ଖାଇବାକୁ ସମସ୍ତେ କହିଥାଆନ୍ତି । କାରଣ ଏଥିରେ ନର୍ମାଲ ଡାଲି ଛଡା ଏହାକୁ ବତୁରାଇ ମଧ୍ୟ ଖାଇବା ଆବଶ୍ୟକ । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେକି ସମସ୍ତେ ମୁଗ ଡାଲି ଖାଇବା ଉଚିତ ନୁହେଁ । କାରଣ ଏହା ଶରୀରକୁ କ୍ଷତି ପହଞ୍ଚାଇଥାଏ । ତେବେ ଆସନ୍ତୁଜାଣିବା କେଉଁ ସମୟରେ ମୁଗଡାଲି ଖାଇବା ଉଚିତ ନୁହେଁ ।
ଲୋ ବ୍ଲଡପ୍ରେଶର : ଯଦି ଆପଣଙ୍କ ବ୍ଲଡପ୍ରେଶର ହାଇ ଅଛି ତେବେ ଡାକ୍ତର ଆପଣଙ୍କୁ ମୁଗଡାଲି ଖାଇବାକୁ ପରାମର୍ଶ ଦେଇଥାଏ । କିନ୍ତୁ ଲୋବ୍ଲଡପ୍ରେଶରେ ଥିଲେ ପରିସ୍ଥିତି ଓଲଟା ହୋଇଥାଏ ।

ଆପଣ କେବେହେଲେ ଲୋ ବ୍ଳଡପ୍ରେଶର ଥିବା ସମୟରେ ମୁଗଡାଲି ଖାଇବା ଉଚିତ ନୁହେଁ ।
ପେଟ ଫୁଲିବା : ଯଦି ଆପଣ ପେଟ ଫୁଲିବା ଭଳି ସମସ୍ୟା ସହ ଜଡିତ ତେବେ ମୁଗଡାଲି ଠାରୁ ଦୂରେଇ ରୁହନ୍ତୁ । କାରଣ ଏଥିରେ ଡାଇଜେସନର କ୍ଷମତା ବହୁତ କମ୍ ଥାଏ ।
ଲୋବ୍ଲଡ ଶୃଗାର : ଯେଉଁମାନଙ୍କ ରକ୍ତରେ ଶୃଗାର ମାତ୍ରା ଥାଏ ତାଙ୍କୁ ସର୍ବଦା ଚକ୍କର ଆସିଥାଏ । ସେଥିପାଇଁ ମୁଗଡାଲି ଖାଇବା ଶରୀର ପାଇଁ କ୍ଷତିକାରକ ହୋଇଥାଏ । କାରଣ ମୁଗ ଡାଲି ଖାଇଲେ ବ୍ଲଡ ଶୃଗାର ଲେବଲ କମ୍ ହୋଇଯାଏ । ଫଳରେ ଆପଣ ବେହୋସ ହୋଇଯିବେ ।

ଅନ୍ୟମାନଙ୍କୁ ଜଣାନ୍ତୁ।