You are currently viewing ହୋଇଯାଆନ୍ତୁ ସାବଧାନ, ଡାର୍କ ସର୍କଲ ମଧ୍ୟ ଦେଇଥାଏ ଭୟଙ୍କର ରୋଗର ସଂକେତ

ହୋଇଯାଆନ୍ତୁ ସାବଧାନ, ଡାର୍କ ସର୍କଲ ମଧ୍ୟ ଦେଇଥାଏ ଭୟଙ୍କର ରୋଗର ସଂକେତ

ବିଶ୍ୱରେ ଅଧିକାଂଶ ଲୋକମାନେ ଡାଇବେଟିଜ ସମସ୍ୟାର ସାମ୍ନା କରୁଛନ୍ତି। ଏନେଇ ଡାଇବେଟିଜ ଥିବା ବ୍ୟକ୍ତିମାନେ ନିଜର ଡାଏଟ, ବ୍ଲଡ଼ ସୁଗାର ସ୍ତର ଏବଂ ଓଜନ ସମେତ ଅନେକ ଜିନିଷ ଉପରେ ଧ୍ୟାନ ରଖିବାକୁ ପଡିଥାଏ। କାରଣ ଡାଇବେଟିଜ ହେବା ଦ୍ୱାରା ସ୍ୱାସ୍ଥ୍ୟ ସହ ଚର୍ମ ସମ୍ବନ୍ଧିତ ଅନେକ ପ୍ରକାର ସମସ୍ୟାର ମଧ୍ୟ ସାମ୍ନା କରିବାକୁ ପଡିଥାଏ।ଡାଇବେଟିଜ ହେବା ଦ୍ୱାରା ଶରୀରରେ ବ୍ଲଡ଼ସୁଗାର ସ୍ତର ବଢ଼ିବାକୁ ଲାଗିଥାଏ। ଏହିକାରଣରୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଅର୍ଥାତ ଶରୀରରେ ବ୍ଲଡ଼ସୁଗାର ସ୍ତର ବଢ଼ିଗଲେ ଶରୀରରେ ପୋଷକ ତତ୍ଵ ପହଂଚାଉଥିବା ବାହିକାଗୁଡିକ ଡ୍ୟାମେଜ କରିଦେଇଥାଏ। ଏଥିପାଇଁ ଆପଣ ବ୍ଲଡ଼ସୁଗାର ସ୍ତର ନିୟନ୍ତ୍ରଣରେ ରଖିବା ଜରୁରୀ। କାରଣ ବ୍ଲଡ଼ସୁଗାର ସ୍ତର ବଢିବା ଦ୍ୱାରା ଏହାର ସଂକେତ ଶରୀର ବ୍ୟତୀତ ଚର୍ମରେ ମଧ୍ୟ ଦେଖିବାକୁ ମିଳିଥାଏ, ଯେପରି ଡାର୍କ ସର୍କଲ ଏବଂ ତ୍ୱଚାରେ କୁଞ୍ଚନ ଦେଖାଯିବା ସେହିଭଳି ତ୍ୱଚା ଶୁଷ୍କ ହେବା ମଧ୍ୟ ଡାଇବେଟିଜର ଲକ୍ଷଣ। ଏଥିସହ ଯଦି ଆପଣଙ୍କର ବେକ ଆଖପାଖର ରଙ୍ଗ ଡାର୍କ ହେବା ଆରମ୍ଭ କରେ ତେବେ ଏହାର ଅର୍ଥ ଆପଣଙ୍କ ରକ୍ତରେ ଇନସୁଲିନ ସ୍ତର ବଢିବା ଦ୍ବାରା ଏଭଳି ସମସ୍ୟା ଦେଖାଯାଇଥାଏ । ଏହାକୁ ମେଡିକାଲ ଭାଷାରେ ଅକନ୍ଥୋସିସ ନିଗରିଗରିକନ୍ସ କୁହାଯାଇଥାଏ ।

ଡାଇବେଟିଜ ଥିବା ବ୍ୟକ୍ତିମାନଙ୍କୁ ସ୍କିନ ଇନଫେକ୍ସନର ମଧ୍ୟ ସାମ୍ନା କରିବାକୁ ପଡ଼ିଥାଏ। ସେହିଭଳି ଡାଇବେଟିଜ ହେବା ଦ୍ୱାରା ଶରୀରର ଯେକୌଣସି ଅଂଶର ଚମଡା ଶକ୍ତ ହେବାକୁ ଲାଗିଥାଏ, ଯାହା ଫଳରେ ଚଳପ୍ରଚଳ କରିବାକୁ ଅସୁବିଧା ହୋଇଥାଏ। ଯଦି ଦୀର୍ଘ ଦିନ ଡାଇବେଟିଜ ସମସ୍ୟାକୁ କଣ୍ଟ୍ରୋଲରେ ରଖାନଯାଏ ତେବେ ଆଙ୍ଗୁଳିର ତ୍ୱଚା ଗୁଡିକ ଅଧିକ ଶକ୍ତ ହୋଇଯାଇଥାଏ, ଯାହାଫଳରେ ବେଳେ ବେଳେ ନିଜେ ନିଜେ ହାତ-ଗୋଡ ସିଧା କରିବାରେ ଅସୁବିଧା ହୋଇଥାଏ।

ଅନ୍ୟମାନଙ୍କୁ ଜଣାନ୍ତୁ।