You are currently viewing ହୃଦରୋଗ ଦୂର କରେ ଵେଲପଣା

ହୃଦରୋଗ ଦୂର କରେ ଵେଲପଣା

ବେଲ ହେଉଛି ଓଡିଆ ମାନଙ୍କର ଏକ ପ୍ରିୟ ଫଳ | ଏହାର ଗଛଠାରୁ ଆରମ୍ଭ କରି ପତ୍ର,ଫଳ ବିଶେଷ ଉପକାରୀ | ବେଲକୁ ଆମେ ଖାଦ୍ୟ ରୂପେ ବ୍ୟବହାର କରିବା ସହ ଏଥିରୁ ଔଷଧ ମଧ୍ୟ ତିଆରି କରାଯାଇଥାଏ । ଏହାକୁ ବିଶେଷକରି ପଣା ତିଆରି କରିବାରେ ବେଶୀ ବ୍ୟବହାର କରାଯାଇଥାଏ । ବେଲରେ ପ୍ରୋଟିନ, ବିଟାକାରୋଟିନ, ଥାୟମିନ, ରାଇବୋପ୍ଲୋବିନ ଓ ଭିଟାମିନ ସି ବହୁଳ ମାତ୍ରାରେ ଥାଏ । ଏହାର ପତ୍ର ଭଗବାନ ଶଙ୍କରଙ୍କର ଅତ୍ୟନ୍ତ ପ୍ରିୟ । ତେବେ ଆସନ୍ତୁ ଜାଣିବା ବେଲରସ ପିଇବାଦ୍ୱାରା ଆମକୁ କ’ଣ କ’ଣ ଫାଇଦା ମିଳିଥାଏ ।


୧. ବେଲରୁ ରସକୁ ବାହାର କରି ଏଥିରେ କିଛି ବୁନ୍ଦା ଘିଅ ମିଶାଇ ପ୍ରତିଦିନ ପିଇବାଦ୍ୱାରା ଏହା ହାର୍ଟ ରୋଗଠାରୁ ଦୂରେଇ ରଖିବା ସହ ସୁଗାରକୁ ମଧ୍ୟ ନିୟନ୍ତ୍ରିତ ରଖେ ।
୨. ନିୟମିତ ବେଲପଣା ପିଇବା ଦ୍ୱାରା ଗ୍ୟାସ ସମସ୍ୟା ମଧ୍ୟ ଦୁରେଇ ରୁହେ ।
୩. ବେଲରସ କୋଲେଷ୍ଟ୍ରଲକୁ ମଧ୍ୟ ନିୟନ୍ତ୍ରଣରେ ରଖେ ।
୪. ଆୟୁର୍ବେଦ ପାଠରେ ବେଲରସ ଡାଇରିଆ ପାଇଁ ବହୁତ ଲାଭଦାୟକ ହୋଇଥାଏ ବୋଲି ଉଲ୍ଲେଖ ରହିଛି ।
୫. ବେଲରସରେ ମହୁ ମିଶାଇ ପିଇଲେ ଏସିଡିଟିରୁ ମୁକ୍ତି ମିଳିଥାଏ । ଗରମରୁ ରକ୍ଷା ପାଇବା ପାଇଁ ମଧ୍ୟ ବେଲରସ ଏକ ସହଜ ଉପାୟ ।
୬. ପ୍ରଥମ କରି ମାତୃତ୍ୱ ଧାରଣ କରିଥିବା ମା’ଙ୍କ ପାଇଁ ମଧ୍ୟ ଏହା ବିଶେଷ ଲାଭକାରୀ ହୋଇଥାଏ, ଏହା ମା’ର ସ୍ୱାସ୍ଥ୍ୟକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ ।
୭. ନିୟମିତ ଭାବେ ବେଲରସ ପିଇବାଦ୍ୱାରା ବ୍ରେଷ୍ଟ କ୍ୟାନସର ହେବାର ଆଶଙ୍କା କମ୍ ରହିଥାଏ ।
୮. ବେଲରସରେ ଅଳ୍ପ ଉଷୁମ ପାଣି ଓ ମହୁ ମିଶାଇ ପିଇଲେ ରକ୍ତ ସଫା ହୋଇଥାଏ ।

ଅନ୍ୟମାନଙ୍କୁ ଜଣାନ୍ତୁ।