You are currently viewing ଜାଣନ୍ତି କି ? ତ୍ଵଚ଼ା ପାଇଁ ଉପକାରୀ ବାଦାମ ତେଲ

ଜାଣନ୍ତି କି ? ତ୍ଵଚ଼ା ପାଇଁ ଉପକାରୀ ବାଦାମ ତେଲ

ସୁନ୍ଦର ତ୍ଵଚା ସମସ୍ତଙ୍କୁ ଦରକାର। ସେଥିପାଇଁ ଆମେ ବହୁ ସମୟରେ ବଜାରରୁ ବହୁ ଜିନିଷ କିଣିଥାନ୍ତି। କିନ୍ତୁ ଆପଣ ଜାଣନ୍ତି କି ବାଦାମ ତେଲ ଆମ ତ୍ଵଚା ପାଇଁ ବହୁ ଲାଭଦାୟକ ହୋଇଥାଏ। ପରିବର୍ତ୍ତନ ଜୀବନଶୈଳୀରେ ନିଜ ତ୍ଵଚାର ଶୁଷ୍କତା ଦୂର କରିବା ପାଇଁ ବାଦାମ ତେଲ ଉପଯୋଗୀ ହୋଇଥାଏ। ଏହାର ବ୍ୟବହାର ଦ୍ଵାରା ତ୍ଵଚା ସୁରକ୍ଷିତ ରହିବା ସହ ଦାଗ ଆଦି ସମସ୍ୟା ମଧ୍ୟ ଦୂର ହୁଏ। ତେବେ ଆସନ୍ତୁ ଜାଣିବା

ବାଦାମ ତେଲର ଉପକାରୀ

• ବାଦାମ ତେଲରେ ଭରପୂର ପରିମାଣରେ ଭିଟାମିନ୍- ଇ ଥାଏ, ଯାହା ତ୍ଵଚାକୁ ଆର୍ଦ୍ର ରଖିବା ସହ ଶୁଷ୍କତା ଦୂର କରେ । ଏହାକୁ ମଏଶ୍ଚରାଇଜର୍ ଭାବେ ବ୍ୟବହାର କରିବା ଉତ୍ତମ। ସକାଳ ଓ ସନ୍ଧ୍ୟାରେ ମୁହଁକୁ ଧୋଇ ଦୁଇ-ତିନି ବୁନ୍ଦା ବାଦାମ ତେଲ ନିଅନ୍ତୁ। ତାହାକୁ ମୁହଁରେ ଭଲ ଭାବେ ମାଲିସ କରନ୍ତୁ ।

• ବାଦାମ ତେଲରେ ମୁହଁକୁ ମସାଜ୍ ମଧ୍ୟ କରିପାରିବେ। ଏହା ଦ୍ଵାରା ମୁହଁର ରକ୍ତ ସଂଚାଳନ ଠିକ୍ ଭାବେ ହୋଇଥାଏ। ଶୋଇବା ପୂର୍ବରୁ ବାଦାମ ତେଲରେ ମୁହଁକୁ ମସାଜ୍ କରନ୍ତୁ।

• ଏହାର ବ୍ୟବହାର ଫେସ୍‌ମାସ୍କ ଭାବେ କରିପାରିବେ। ବାଦାମ ତେଲରେ କିଛି ବେସନ, ହଳଦୀ ଓ ମହୁ ମିଶାଇ ଏକ ପ୍ୟାକ ପ୍ରସ୍ତୁତ କରନ୍ତୁ। ତାହାକୁ ମୁହଁରେ ୧୫ ମିନିଟ୍ ପର୍ଯ୍ୟନ୍ତ ଲଗାଇ ରଖନ୍ତୁ। ଏହା ପରେ ମୁହଁକୁ ଭଲ ଭାବେ ଧୋଇ ଦିଅନ୍ତୁ । ତ୍ଵଚାରୁ ଦାଗ ଓ ଶୁଷ୍କତା ଦୂର ହୁଏ।

ଅନ୍ୟମାନଙ୍କୁ ଜଣାନ୍ତୁ।