cinnamontea

ଡାଇବେଟିଜ୍ ସ୍ତରକୁ ନିୟନ୍ତ୍ରଣରେ ରଖେ ଡାଲଚିନି ପାଣି, ଜାଣନ୍ତୁ କିପରି କରିବେ ସେବନ

ଯେଉଁ ଲୋକମାନଙ୍କର ଅତ୍ୟଧିକ ବ୍ଲଡସୁଗାର ଅର୍ଥାତ ଡାଇବେଟିଜ୍ ର ସମସ୍ୟା ରହିଛି ସେମାନଙ୍କ ପାଇଁ ସଠିକ୍ ଖାଦ୍ୟ-ପେୟ ନିତ୍ୟାନ୍ତ ଜରୁରୀ । କାରଣ ଦିନ ସାରା ଆପଣଙ୍କ ଡାଇବେଟିଜ୍ ସ୍ତର କିପରି ରହିଥାଏ ଏହା ସକାଳର ଜଳଖିଆ ଉପରେ ହିଁ ନିର୍ଭର କରିଥାଏ । ସେହିଭଳି ଡାଇବେଟିଜ୍ ଥିବା ବ୍ୟକ୍ତିମାନେ ଖାଦ୍ୟରେ ପ୍ରୋଟିନ୍ ଏବଂ ଫାଇବର ଯୁକ୍ତ ଖାଦ୍ୟ ସାମିଲ୍ କରିବା ଉଚିତ୍ । ତେବେ ଆସନ୍ତୁ ଜାଣିବା ଏପରି କ\’ଣ କରିବା ଦ୍ୱାରା ମଧ୍ୟ ଆପଣଙ୍କ ଡାଇବେଟିଜ୍ ସ୍ତର ନିୟନ୍ତ୍ରଣରେ ରହିପାରିବ ।

Cinnamon

ଡାଇବେଟିଜ୍ ସ୍ତର ନିୟନ୍ତ୍ରଣରେ ରଖିବା ପାଇଁ ଡାଲଚିନି ଉତ୍ତମ ବୋଲି କୁହାଯାଇଥାଏ । ଏହା ଆମ ବ୍ଲଡ ସୁଗାର ସ୍ତରକୁ କମ କରିଥାଏ । ଏଥିପାଇଁ ଆପଣ ରାତିରେ ଏକ ଗ୍ଲାସ ପାଣିରେ ଏକ ଇଞ୍ଚର ଡାଲଚିନି ଖଣ୍ଡ ପକାଇ ପରଦିନ ସକାଳୁ ଖାଲି ପେଟରେ ସେବନ କରନ୍ତୁ । ଏହି ପାଣି ପିଇବାର କିଛି ସମୟ ପରେ ହିଁ ଜଳଖିଆ ସେବନ କରନ୍ତୁ ।

ଡାଇବେଟିଜ୍ ଥିବା ବ୍ୟକ୍ତିମାନେ ଅଖରୋଟକୁ ମଧ୍ୟ ଖାଦ୍ୟରେ ସାମିଲ୍ କରିପାରିବେ । ପ୍ରତ୍ୟେକ ଦିନ ସକାଳୁ ୩ ରୁ ୪ଟି ଅଖରୋଟ୍ ଖାଇବା ଡାଇବେଟିଜ୍ ରୋଗୀଙ୍କ ପାଇଁ ଲାଭଦାୟକ ହୋଇଥାଏ । ସେହିଭଳି ଡାଇବେଟିଜ୍ ଥିବା ବ୍ୟକ୍ତି ପିସ୍ତା ବାଦାମକୁ ମଧ୍ୟ ଭିଜାଇ ସକାଳୁ ସେବନ କରିପାରିବେ । କିନ୍ତୁ ଡ୍ରାଇ ଫ୍ରୁଟ୍ସ ଖାଇବା ସମୟରେ ଏହାର ମାତ୍ରା ଯେପରି ଅଧିକା ନହୁଏ ସେଥିପ୍ରତି ଧ୍ୟାନ ରଖିବେ ।

dalchin

ଦହିରେ ପ୍ରୋବାୟୋଟିକ୍ସ ରହିଥାଏ, ଯାହା ସୁଗାର ସ୍ତର କମ କରିବାରେ ସାହାଯ୍ୟ କରିଥାଏ । ଅନେକ ଅଧ୍ୟୟନରୁ ମଧ୍ୟ ଜଣାପଡ଼ିଛି ଦହି ସେବନ କରିବା ଦ୍ୱାରା ବ୍ଲଡସୁଗାର ସ୍ତର କମ ହୋଇଥାଏ । ଯଦି ଆପଣ ଦହି ସହ ଚେରି ଖାଇଥାନ୍ତି ତେବେ ଏହାର ପ୍ରଭାବ ଆହୁରି ବଢିଯାଇଥାଏ । ଏହିସବୁ ଖାଦ୍ୟ ଡାଇବେଟିଜ୍ ଥିବା ବ୍ୟକ୍ତିମାନଙ୍କ ପାଇଁ ଲାଭଦାୟକ ହୋଇଥାଏ ।

ଅନ୍ୟମାନଙ୍କୁ ଜଣାନ୍ତୁ।