You are currently viewing କାନ ଦରଜ ପାଇଁ ଆପଣାନ୍ତୁ ଏହି ଘରୋଇ ଉପାୟ

କାନ ଦରଜ ପାଇଁ ଆପଣାନ୍ତୁ ଏହି ଘରୋଇ ଉପାୟ

ମନୁଷ୍ୟ ଶରୀର ହେଉଛି ସବୁଠାରୁ ସମ୍ବେଦନଶୀଳ । ଶରୀର ପ୍ରତି ଟିକିଏ ଅବହେଳା ମଣିଷ ପାଇଁ ବିଭିନ୍ନ ସମସ୍ୟା ଆଣିଦିଏ । ମଣିଷ ଶରୀରରେ ୫ଟି ଇନ୍ଦ୍ରିୟ ରହିଛି । ଏହି ଇନ୍ଦ୍ରିୟଗୁଡିକ ଅଧିକ ସମ୍ବେଦନଶୀଳ ହୋଇଥିବାରୁ ଏହି ଅଙ୍ଗଗୁଡିକ ପ୍ରତି ଯତ୍ନବାନ ହେବା ନିହାତି ଜରୁରୀ । ତେବେ ଏହି ଅଙ୍ଗଗୁଡିକ ମଧ୍ୟରୁ କାନ ହେଉଛି ଅନ୍ୟତମ । କାନ ମଣିଷ ଶରୀରର ଏକ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ କହିଲେ ଅତ୍ୟୁକ୍ତି ହେବ ନାହିଁ । ଶରୀରର ଅନ୍ୟ ଅଙ୍ଗ ଭଳି କାନର ଯତ୍ନ ନେବା ମଧ୍ୟ ନିହାତି ଜରୁରୀ । ଏହାର ସଠିକ ଭାବେ ଯତ୍ନ ନେଲେ ଶ୍ରବଣ ଶକ୍ତି ହ୍ରାସ ହୋଇପାରେ । ତେବେ କାନ ଜନିତ ସମସ୍ୟା ହେଲେ କାନର କିଭଳି ଘରୋଇ ଉପାୟରେ ଯତ୍ନ ନେବେ ଚାଲନ୍ତୁ ସେବିଷୟରେ ଜାଣିବା ..

୧. କାନକୁ ସର୍ବଦା ସଫା ରଖନ୍ତୁ : କାନରେ ହେଉଥିବା ଦରଜକୁ ଠିକ୍ କରିବା ପାଇଁ କାନକୁ ସର୍ବଦା ତୁଳାରେ ସଫା କରିବା ଆବଶ୍ୟକ । କାନ ଦରଜରୁ ମୁକ୍ତି ପାଇବା ପାଇଁ କାନରେ ଆପଣ ଗରମ ସେକ ମଧ୍ୟ ଦେଇପାରିବେ । ହିଟିଙ୍ଗ୍ ପ୍ୟାଡକୁ କିଛି ସମୟ ଯାଏଁ କାନ ଉପରେ ରଖିଲେ ଏହି ସମସ୍ୟାରୁ ମୁକ୍ତି ମିଳିଥାଏ । ଅଧିକ ସୁପରିଣାମ ପାଇଁ ଏହି ପ୍ୟାଡକୁ ବେକରେ ମଧ୍ୟ ରଖି ସେକ ନେଇପାରିବେ । ଧ୍ୟାନ ରଖିବେ ହିଟିଙ୍ଗ୍ ପ୍ୟାଡ୍ କୁ ଅଧିକ ଗରମ ଗରିବା ଉଚିତ୍ ନୁହେଁ ।


୨.ରସୁଣର: ଘରୋଇ ଚିକିତ୍ସାରେ ରସୁଣ ର ବ୍ୟବହାର କାହିଁ କେବେଠୁ କରାଯାଉଛି । ରସୁଣରେ ରୋଗ ନିରୋଧୀ ଗୁଣ ଥାଏ ଯାହା ସଂକ୍ରମଣ ଠିକ୍ କରିବାରେ ସାହାର‌୍ୟ୍ୟ କରେ । କାନରେ ସଂକ୍ରମଣ କାରଣରୁ ହେଉଥିବା ଦରଜକୁ ଠିକ୍ କରିବା ପାଇଁ ହେଲେ ରସୁଣର ରସକୁ କାନରେ ପକାଇଲେ ଏଥିରୁ ମୁକ୍ତି ପାଇପାରିବେ । ଏଥିପାଇଁ ରସୁଣ ର ୨/୩ ଟି କୋଲା ନେଇ ତାକୁ ତେଲରେ ପକାଇ ଗରମ କରନ୍ତୁ ପରେ ଏହି ମିଶ୍ରଣକୁ ଛାଣି କିଛି ବୁନ୍ଦାକୁ କାନରେ ପକାଇ କଷ୍ଟ ରୁ ମୁକ୍ତି ପାଆନ୍ତୁ ।


୩. ତୁଳସୀ ପତ୍ର: କାନ ଦରଜ ରୁ ମୁକ୍ତି ପାଇବା ପାଇଁ ତୁଳସୀ ପତ୍ର ପଧ୍ୟ ଉପକାରୀ ହୋଇଥାଏ । ତୁଳସୀ ପତ୍ରର ରସ ବାହାର କରି ରସକୁ କାନରେ ପକାନ୍ତୁ ଏହା କଷ୍ଟ ଦୂର କରିବାରେ ସାହାର୍ଯ୍ୟ କରେ । ତୁଳସୀରେ ଆଣ୍ଟି ବାୟୋଟିକ୍, ଆଣ୍ଟି ଫଙ୍ଗଲ ଗୁଣ ରହିଥାଏ । ଯାହା ସମସ୍ତ କଷ୍ଟ ରୁ ମୁକ୍ତି ଦେଇଥାଏ ।

ଅନ୍ୟମାନଙ୍କୁ ଜଣାନ୍ତୁ।