You are currently viewing ପ୍ରତିଦିନ ଖାଆନ୍ତୁ  ବାସ୍ ଏକ ଚାମଚ ଘିଅ, ଦୂର ହେବ ଦୁର୍ବଳପଣ ସହ ତ୍ୱଚା ସମସ୍ୟା

ପ୍ରତିଦିନ ଖାଆନ୍ତୁ ବାସ୍ ଏକ ଚାମଚ ଘିଅ, ଦୂର ହେବ ଦୁର୍ବଳପଣ ସହ ତ୍ୱଚା ସମସ୍ୟା

ଆୟୁବେର୍ଦରେ ଘିଅ ଖାଇବା ଶରୀର ପାଇଁ ଲାଭଦାୟକ ବୋଲି କୁହାଯାଇଥାଏ । ସେହିଭଳି ଅଧ୍ୟୟନରୁ ଜାଣିବାକୁ ମିଳିଛି ଘିଅରେ ଅନେକ ଭିଟାମିନ୍ ଏବଂ ପୋଷକ ତତ୍ତ୍ୱ ରହିଥାଏ, ଯାହା ଶରୀରକୁ ସମ୍ପୂର୍ଣ୍ଣ ବିକାଶ କରିବାରେ ମହତ୍ୱପୂର୍ଣ୍ଣ ଭୂମିକା ବହନ କରିଥାଏ । ଘିଅରେ ପ୍ରଚୁର ମାତ୍ରାରେ ଓମେଗା-୩ ଫ୍ୟାଟି ଏସିଡ୍ ଏବଂ ଭିଟାମିନ୍‌-ଏ ରହିଥାଏ, ଯାହା ଶରୀରର ସୁନ୍ଦରତା ସହ ହାଡ ଏବଂ ମାସଂପେଶୀକୁ ସୁସ୍ଥ ଏବଂ ମଜବୁତ୍ ରଖିବାରେ ସହାୟକ ହୋଇଥାଏ ।ଚିକିତ୍ସା ସହ ଘିଅକୁ ଆଧ୍ୟାତ୍ମିକ କାର୍ଯ୍ୟରେ ମଧ୍ୟ ପ୍ରୟୋଗ କରାଯାଇଥାଏ । ଘିଅକୁ ନିୟମିତ ସେବନ କରିବା ଦ୍ୱାରା ଅନେକ ଆଶ୍ଚର୍ଯ୍ୟଜନକ ଲାଭ ମିଳିଥାଏ । ତେବେ ଆସନ୍ତୁ ଜାଣଇବା ଘିଅ ଖାଇବା ଦ୍ୱାରା କ’ଣ କ’ଣ ଲାଭ ମିଳିଥାଏ ।

ଅଧ୍ୟୟନରୁ ଜଣାପଡିଛି ଶକ୍ତିର ଉତ୍ତମ ସ୍ରୋତ ହେଉଛି ଘିଅ । ଏଥିରେ ଅନେକ ପ୍ରକାର ଫ୍ୟାଟି ଏସିଡ ଥାଏ, ଯେଉଁଥିରେ ଲାରିକ୍ ଏସିଡ୍ ଏକ ଶକ୍ତିଶାଳୀ ରୋଗାପୁରୋଧୀ ଏବଂ ଆଣ୍ଟିପଙ୍ଗଲ୍ ପଦାର୍ଥ ରହିଥାଏ । ଏହି କାରଣରୁ ସ୍ତନ୍ୟପାନ କରାଉଥିବା ମହିଳାମାନଙ୍କୁ ଘିଅରେ ତିଆରି ହୋଇଥିବା ଲଡୁ ଖାଇବାକୁ ଦିଆଯାଇଥାଏ ।

ସେହିଭଳି ଘିଅରେ ଭିଟାମିନ ଏବଂ ଖଣିଜ ଥିବା କାରଣରୁ ଏହା ପାଚନ ପ୍ରକ୍ରିୟା ସଠିକ୍ ଭାବେ କରିଥାଏ । ଏଥିସହ ଘିଅରେ ଭରପୁର ମାତ୍ରାରେ ଭିଟାମିନ୍‌-ଇ ରହିଥାଏ, ଯାହା ଶକ୍ତିଶାଳୀ ଆଣ୍ଟିଅକ୍ସିଡେଣ୍ଟ କ୍ଷମତା ପ୍ରଦାନ କରିଥାଏ । ଘିଅ ତ୍ୱଚା ସହ କେଶ ପାଇଁ ମଧ୍ୟ ଲାଭକାରୀ ହୋଇଥାଏ । ଲୋକମାନେ କେବଳ ଘିଅକୁ ସେବନ କରିଥାନ୍ତି କିନ୍ତୁ ଏହାକୁ ଫେସ୍ ମାସ୍କ, ହେୟାର ମାସ୍କ ଭାବେ ମଧ୍ୟ ବ୍ୟବହାର କରାଯାଇଥାଏ ।

ଅନ୍ୟମାନଙ୍କୁ ଜଣାନ୍ତୁ।