You are currently viewing ଜାଣନ୍ତୁ ମହିଳା ମାନେ କେଉଁ କେଉଁ ଖାଦ୍ୟ ଖାଇବା ଉଚିତ

ଜାଣନ୍ତୁ ମହିଳା ମାନେ କେଉଁ କେଉଁ ଖାଦ୍ୟ ଖାଇବା ଉଚିତ

ଶରୀରର ଉତ୍ତମ ସ୍ୱାସ୍ଥ୍ୟ ପାଇଁ ସନ୍ତୁଳିତ ଖାଦ୍ୟ ଖାଇବା ନିହାତି ଆବଶ୍ୟକ | ସନ୍ତୁଳିତ ଖାଦ୍ୟ ଖାଇବା ଦ୍ୱାରା ଏହା ଶରୀରକୁ ସୁସ୍ଥ ରଖେ । ବିଶେଷକରି ମହିଳାଙ୍କୁ ଏଥପ୍ରତି ବିଶେଷ ଧ୍ୟାନ ରଖିବା ଆବଶ୍ୟକ । ମହିଳାଙ୍କର ଖାଦ୍ୟସମ୍ବଦ୍ଧୀୟ ଅନିୟମିତତା ଯୋଗୁ ସ୍ୱାସ୍ଥ୍ୟ ସମସ୍ୟା ଆହୁରି ବଢିଯାଇଥାଏ । ବାହାର ଖାଇବାକୁ ଆପଣେଇ ସ୍ୱାସ୍ଥ୍ୟକର ଖାଦ୍ୟ ଠାରୁ ଦୂରେଇ ରହିବା ମେଦ ବୃଦ୍ଧି ହେବାର କାରଣ । ଯେଉଁ କାରଣରୁ ଶରୀରରେ ବହୁତ ପ୍ରକାରର ରୋଗ ଦେଖାଯାଉଛି ।

ସେଥିପାଇଁ ମହିଳାମାନେ ବିଶେଷକରି ସ୍ୱାସ୍ଥ୍ୟପ୍ରତି ଯତ୍ନବାନ ହେବା ଉଚିତ । ସ୍ୱାସ୍ଥ୍ୟ ବିଶେଷଣଜ୍ଞଙ୍କ କହିବା ଅନୁସାରେ ପୁରୁଷଙ୍କ ଅପେକ୍ଷା ଭାରତୀୟ ମହିଳାଙ୍କ ସ୍ୱାସ୍ଥ୍ୟ ସମସ୍ୟା ଅଧିକ ଦେଖାଯାଉଛି । ମହିଳାମାନେ ବିଶେଷ କରି ରକ୍ତହୀନତା ଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏହାଦ୍ୱାରା ଶରୀରରୁ ଭିଟାମିନ କମିଯାଇଥାଏ । ତେବେ ଆସନ୍ତୁ କାଣିବା ସୁସ୍ଥ ରହିବା ପାଇଁ ପ୍ରତିଦିନ ମହିଳାମାନେ କ’ଣ ଖାଇବା ଆବଶ୍ୟକ ।
ବିଶେଷଜ୍ଞଙ୍କ କହିବା ଅନୁସାରେ ମହିଳାମାନେ ପ୍ରତିଦିନ ଖାଦ୍ୟରେ ସବୁଜ ପନିପରିବା ସାମିଲ କରିବା ଆବଶ୍ୟକ । ପାଳଙ୍ଗ ଶାଗ ଖାଇବାର ପରିମାଣକୁ ବଢାଇବା ଆବଶ୍ୟକ, କାରଣ ଏଥିରେ ବହୁଳ ମାତ୍ରାରେ ଭିଟାମିନ ଥାଏ ।

ଏହା ଆପଣଙ୍କ ହାଡକୁ ସୁସ୍ଥ ରଖେ । ପାଳଙ୍ଗ ଖାଇବା ଦ୍ୱାରା ମହିଳାଙ୍କ ଏନୋମିୟା ସମସ୍ୟା ଦୂର ହୋଇଥାଏ । ପ୍ରତିଦିନ କ୍ଷୀର ପିଇବା ଉଚିତ, ଏହାଦ୍ୱାରା ଶରୀରକୁ ପୃଷ୍ଟି ମିଳିଥାଏ । ଏଥିରେ କ୍ୟାଲସିୟମ, ପୋଟାସିୟମ, ଭିଟାମିନ ଓ ରାଇବୋଫ୍ଲୋବିନ ଭରପୁର ମାତ୍ରା ଥାଏ ଯାହା ଆପଣଙ୍କ ହାଡ, ଦାନ୍ତ ଓ ତ୍ୱଚାକୁ ସୁସ୍ଥ ରଖେ । ସେହିପରି ଦହି ମଧ୍ୟ ଆମ ଶରୀର ପାଇଁ ଅନେକ ଉପକାରୀ ।

ଏଥିରେ ଥିବା ପ୍ରୋବାୟୋଟିକ୍ସ ଖାଦ୍ୟକୁ ଭଲଭାବେ ହଜମ କରାଇବାରେ ସାହାର୍ଯ୍ୟ କରିବା ସହ ଇମ୍ୟୁନିଟିକୁ ମଧ୍ୟ ବଢାଇଥାଏ । ସେହିପରି ଡ୍ରାଏଫୁଟ ମଧ୍ୟ ମହିଳାଙ୍କ ଶରୀର ପାଇଁ ବେଶ ଲାଭଦାୟୀ ହୋଇଥାଏ । ବାଦାମରେ ବହୁତ ପରିମାଣରେ ମ୍ୟାଗ୍ନେସିୟମ ଥାଏ ଯାହା ହାଡ ଶକ୍ତ କରିବାରେ ସାହାର୍ଯ୍ୟ କରେ ।ପ୍ରତିଦିନ ଏକ ମୁଠା ଡ୍ରାଏଫୁଟ ଖାଇବାଦ୍ୱାରା ସ୍ୱାସ୍ଥ୍ୟ ସଂପୂର୍ଣ୍ଣ ସୁସ୍ଥ ରହେ ।

ଅନ୍ୟମାନଙ୍କୁ ଜଣାନ୍ତୁ।