hair

କେଶ ଝଡ଼ିବା ସମସ୍ୟା ନେଇ ଚିନ୍ତିତ କି ? ଆପଣାନ୍ତୁ ଏହିସବୁ ତେଲ   

ବର୍ତ୍ତମାନ ଅଧିକାଂଶ ଲୋକାମାନଙ୍କ ପାଖରେ କେଶ ଝଡ଼ିବା ସମସ୍ୟା ଦେଖାଯାଉଛି | ବ୍ୟସ୍ତ ବହୁଳ ଜୀବନ ମଧ୍ୟରେ ଆମେମାନେ ନିଜ କେଶର ଯତ୍ନ ମଧ୍ୟ ସଠିକ ଭାବେ ନେଇପାରୁନାହୁଁ। ଅଫିସ୍ ଏବଂ ଘର କାମରେ ଏତେ ବ୍ୟସ୍ତ ଯେ ଆମ କେଶ ପ୍ରତି ଧ୍ୟାନ ଦେବାକୁ ସମୟ ପାଉନାହୁଁ। ଏହି କାରଣରୁ କେଶ ଝଡ଼ିବା, ଦୁଇମୁହାଁ କେଶ, ରୂପି ଇତ୍ୟାଦି ଅନେକ ସମସ୍ୟାର ସାମ୍ନା କରିବାକୁ ପଡ଼ୁଛି। ଏହି ସବୁ ସମସ୍ୟା ଦୂର କରିବା ପାଇଁ କେଶରେ ତେଲ ଲଗାଇବା ନିହାତି ଜରୁରୀ। କାରଣ ତେଲ ଲଗାଇବା ଦ୍ୱାରା କେଶ ଝଡ଼ିବା ସମସ୍ୟା ଦୂର ହେବା ସହ କେଶ ମଜଭୁତ ହୋଇଥାଏ | ତେବେ ଜାଣନ୍ତୁ କେଉଁ ତେଲ କେଶ ଝଡ଼ିବା ରୋକିବାରେ ସାହାଯ୍ୟ କରିଥାଏ।

-ନଡିଆ ତେଲ ହେଉଛି ଏକ ତେଲ ଯାହା ପ୍ରାୟ ସମସ୍ତଙ୍କ ଘରେ ମିଳିଥାଏ। ଏହା କେଶ ଏବଂ ତ୍ୱଚାକୁ ମଶ୍ଚରାଇଜ୍ କରିବାରେ ସାହାଯ୍ୟ କରେ। ତେଣୁ ଶୀତଦିନେ ଏହା ବିଶେଷ ଲାଭଦାୟକ ଅଟେ। ଏହା ଆପଣଙ୍କ କେଶ ମୂଳକୁ ମଧ୍ୟ ପୁଷ୍ଟିକର କରିଥାଏ, ଯାହା କେଶ ଦୁଇମୁହାଁ ହ୍ରାସ କରିବାରେ ସହାୟକ ହୋଇଥାଏ।

hair-ଚା ଗଛ ତେଲ ମଧ୍ୟ କେଶ ପାଇଁ ଲାଭଦାୟକ ଅଟେ। ତ୍ୱଚା ସଂକ୍ରମଣକୁ ହ୍ରାସ କରି କେଶକୁ ସୁସ୍ଥ ରଖିବାରେ ଏହା ସାହାଯ୍ୟ କରେ। ଏହା ରୂପି ସମସ୍ୟା କମ କରିବାରେ ଲାଭଦାୟକ। ତେଣୁ ଏହା କେଶ ଝଡ଼ିବା ସମସ୍ୟାକୁ ହ୍ରାସ କରିପାରେ।

-ବାଦାମରେ ଭିଟାମିନ୍-ଇ ଏବଂ ଓମେଗା -୩ ଫ୍ୟାଟି ଏସିଡ୍ ଭରପୂର ରହିଥାଏ। ତେଣୁ, କେଶକୁ ସୁସ୍ଥ ରଖିବାରେ ଏହାର ତେଲ ଲଗାଇବା ଅତ୍ୟନ୍ତ ଲାଭଦାୟକ ହୋଇପାରେ। ଏହି ତେଲ ମୂଳରୁ କେଶକୁ ମଜବୁତ କରିଥାଏ।

-ଏଥିସହ ତ୍ୱଚା ପାଇଁ କାଷ୍ଟର ଅଏଲ୍ ଅତ୍ୟନ୍ତ ଲାଭଦାୟକ। ଏହା ରକ୍ତ ସଞ୍ଚାଳନରେ ଉନ୍ନତି ଆଣେ, ଯାହା ତ୍ୱଚାକୁ ସୁସ୍ଥ ରଖେ ଏବଂ ଆପଣଙ୍କ କେଶକୁ ଶକ୍ତିଶାଳୀ କରିବାରେ ସାହାଯ୍ୟ କରିଥାଏ।

ଅନ୍ୟମାନଙ୍କୁ ଜଣାନ୍ତୁ।