jeera-water

ୟୁରିକ୍ ଏସିଡ୍ ସମସ୍ୟା ପାଇଁ ଚିନ୍ତିତ କି? ତେବେ ଆପଣାନ୍ତୁ ଏହି ଘରୋଇ ଉପଚାର

ଶରୀରରେ ଯେତେବେଳେ କିଡ଼ିନୀ ଫିଲ୍ଟର କରିବାର କ୍ଷମତା କମ ହୋଇଯାଏ ସେହିସମୟରେ ୟୁରିକ୍ ଏସିଡ୍ ର ସମସ୍ୟା ଦେଖାଯାଇଥାଏ । ୟୁରିକ ଏସିଡ୍ ଏକ ପ୍ରକାର କେମିକାଲ୍‌, ଯାହା ଶରୀରରେ ୟୁରିନ୍ ନାମକ ପ୍ରୋଟିନ୍ କମ ହେବା ଦ୍ୱାରା ଦେଖାଯାଇଥାଏ । ଯାହାଫଳରେ ଏହାଦ୍ୱାରା ଆର୍ଥରାଇଟସ୍‌, ହୃଦୟ ରୋଗ, ସୁଗାର ଏବଂ କିଡ଼ିନୀ ସମସ୍ୟା ଦେଖାଯାଇଥାଏ । ଏହିକାରଣରୁ ୟୁରିକ୍ ଏସିଡ୍ ସମସ୍ୟା ଦେଖାଯାଉଥିବା ବ୍ୟକ୍ତିମାନଙ୍କୁ ଖାଦ୍ୟ-ପାନୀୟ ଉପରେ ବିଶେଷ ଧ୍ୟାନ ରଖିବାକୁ ପଡ଼ିଥାଏ । ଯଦି ଆପଣ ମଧ୍ୟ ଏଭଳି ସମସ୍ୟାର ସାମ୍ନା କରୁଛନ୍ତି ତେବେ ଡାଏଟ୍ ରେ ନିଶ୍ଚିନ୍ତ ରୂପେ ଜୀରା ପାଣି ସାମିଲ୍ କରନ୍ତୁ । ତେବେ ଆସନ୍ତୁ ଜାଣିବା ଜୀରା ପାଣି କିପରି ଲାଭଦାୟକ ହୋଇଥାଏ ।

ପ୍ରତ୍ୟେକ ରୋଷେଇ ଘରେ ଜୀରା ବ୍ୟବହାର କରାଯାଇଥାଏ । କିନ୍ତୁ ଆପଣ ଜାଣିଛନ୍ତି କି ଏହା ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦୂର କରିବାରେ ମଧ୍ୟ ଲାଭକାରୀ ହୋଇଥାଏ । ଜୀରାରେ ପ୍ରଚୁର ମାତ୍ରାରେ ଜିଙ୍କ୍‌, ଆଇରନ୍‌, କ୍ୟାଲସିୟମ ଏବଂ ଫସଫରସ୍ ରହିଥାଏ । ଏଥିରେ ଥିବା ଆଣ୍ଟିଅକ୍ସିଡେଣ୍ଟ ଆଣ୍‌ଠୁ-ଗଣ୍ଠି ଯନ୍ତ୍ରଣା ଏବଂ ଫୁଲିବା ସମସ୍ୟା କମ କରିବାରେ ସାହାଯ୍ୟ କରିଥାଏ । ଏହି କାରଣରୁ ହାଇ ୟୁରିକ୍ ଏସିଡ୍ ସମସ୍ୟା ଥିବା ବ୍ୟକ୍ତିମାନେ ଡାଏଟ୍ ରେ ଜୀରା ସାମିଲ୍ କରିପାରିବେ ।

View Post

ଜୀରା ପାଣି ପ୍ରସ୍ତୁତ କରିବା ପାଇଁ ଆପଣ ରାତିରେ ଶୋଇବା ପୂର୍ବରୁ ଏକ ଗ୍ଲାସ ପାଣିରେ ୨ ଚାମଚ ଜୀରା ପକାଇ ରଖିଦିଅନ୍ତୁ । ପରେ ସକାଳୁ ଉଠି ଏହି ପାଣିକୁ ଛାଣି ସେବନ କରନ୍ତୁ । ଆପଣ ସ୍ୱାଦ ବଢାଇବାକୁ ଚାହିଁଲେ ଏହି ପାଣିରେ ଡାଲଚିନି ପାଉଡର କିମ୍ବା ଲୁଣ ମିଶାଇ ପାରିବେ । ନିୟମିତ ଏହି ପାଣି ପିଇବା ଦ୍ୱାରା ୟୁରିକ୍ ଏସିଡ୍ ସମସ୍ୟା କମ ହୋଇଯାଇଥାଏ । ସେହିଭଳି ଜୀରା ପାଣି ଶରୀରର ବ୍ୟାଡ୍ କୋଲେଷ୍ଟ୍ରଲ୍ କମ କରିବାରେ ମଧ୍ୟ ସାହାଯ୍ୟ କରିଥାଏ । ଏସବୁ ବ୍ୟତୀତ ଜୀରା ପାଣି ଓଜନ ହ୍ରାସ କରିବା ସହ ତ୍ୱଚାକୁ ସୁନ୍ଦର କରିବାରେ ମଧ୍ୟ ଲାଭକାରୀ ହୋଇଥାଏ ।

ଅନ୍ୟମାନଙ୍କୁ ଜଣାନ୍ତୁ।