soakingalmonds

ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭକାରୀ ଭିଜା ଯାଇଥିବା ପିସ୍ତା ବାଦାମ, ଜାଣନ୍ତୁ କ’ଣ ରହିଛି ଫାଇଦା

ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭକାରୀ ହୋଇଥାଏ ପିସ୍ତା ବାଦାମ । ଏଥିପାଇଁ ଛୋଟ ବେଳେ ଅଧିକାଂଶ ପିଲାମାନଙ୍କୁ ବାଦାମ ଖାଇବାକୁ ଦିଆଯାଇଥାଏ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବାନୁଯାୟୀ ପିସ୍ତା ବାଦାମକୁ ଖାଲିରେ ଖାଇବା ସ୍ୱାସ୍ଥ୍ୟ ପାଇଁ ଲାଭକାରୀ ହୋଇଥାଏ କିନ୍ତୁ ପାଣିରେ ଭିଜାଇ ସକାଳୁ ଖାଇବା ଦ୍ୱାରା ଏହା ଶରୀର ପାଇଁ ଅଧିକ ଲାଭକାରୀ ହୋଇଥାଏ। ଅଧ୍ୟୟନଅନୁଯାୟୀ ବାଦାମରେ ଅନେକ ପ୍ରକାର ପୋଷକ ତତ୍ତ୍ୱ ଯେପରି ଫାଇବର, ପ୍ରୋଟିନ୍‌, ଭିଟାମିନ୍‌-ଇ, ମ୍ୟାଗ୍ନେସିୟମ ଏବଂ ମାଙ୍ଗାନିଜ୍ ଭରି ରହିଛି । ଏହିସମସ୍ତ ପୋଷକ ତତ୍ତ୍ୱ ଓଜନ ହ୍ରାସ କରିବା ସହ ହାଡ଼କୁ ମଜବୁତ୍ କରିବା, ମନ ଶାନ୍ତରଖିବା, ଛାତି ଜନିତ ସମସ୍ୟା, କ୍ୟାନସର ଏବଂ ମଧୁମେହ ଭଳି ସମସ୍ୟା କମ କରିବାରେ ସାହାଯ୍ୟ କରିଥାଏ ।

ଅଧ୍ୟୟନରୁ ଜଣାପଡ଼ିଛି ପିସ୍ତା ବାଦାମ ସେବନ କରୁଥିବା ମହିଳାଙ୍କ ପାଖରେ ସ୍ତନକର୍କଟ ହେବାର ସମସ୍ୟା କମ ହୋଇଥାଏ । କାରଣ ବାଦାମ ଶରୀରରେ ଆଣ୍ଟିଅକ୍ସିଡେଣ୍ଟର ସ୍ତର ବୃଦ୍ଧି କରିଥାଏ,ଯାହା ରକ୍ତଚାପକୁ କମ କରିବା ସହ ରକ୍ତ ପ୍ରବାହରେ ସୁଧାର ଆଣିଥାଏ । ସେହିଭଳି ଭିଜା ଯାଇଥିବା ପିସ୍ତା ବାଦାମ ପାଚନରେ ସହଜ ହୋଇଥାଏ । ଏଥିସହ ଭିଜା ଯାଇଥିବା ପିସ୍ତା ବାଦାମ ଓଜନ କମ କରିବାରେ ମଧ୍ୟ ସାହାଯ୍ୟ କରିଥାଏ । ଯଦି ଆପଣ ମଧ୍ୟ ଓଜନ କମ କରିବା ପାଇଁ ଚାହୁଁଛନ୍ତି ତେବେ ଭିଜା ବାଦାମକୁ ରୁଟିନ୍ ରେ ସାମିଲ୍ କରନ୍ତୁ । ଏସବୁ ବ୍ୟତୀତ ରିସର୍ଚ୍ଚରୁ ଜାଣିବାକୁ ମିଳିଛି ପ୍ରତ୍ୟେକ ଦିନ ଏକ ମୁଠି ବାଦାମ ଖାଇବା ଦ୍ୱାରା ଶରୀରରେ ଭଲ କୋଲେଷ୍ଟ୍ରଲ ସ୍ତର ବୃଦ୍ଧି ପାଇବା ସହ ଖରାପ କୋଲେଷ୍ଟ୍ରଲ କମ କରିବାରେ ସାହାଯ୍ୟ କରିଥାଏ । ହୃଦୟ ରୋଗୀଙ୍କ ପାଇଁ ମଧ୍ୟ ପିସ୍ତା ବାଦାମ ଅତ୍ୟନ୍ତ ଲାଭକାରୀ ହୋଇଥାଏ । ଏହା ବ୍ୟତୀତ ବାଦାମରେ ମ୍ୟାଗ୍ନେସିୟମର ମାତ୍ରା ରକ୍ତଚାପକୁ ନିୟନ୍ତ୍ରିତ କରିବାରେ ସାହାଯ୍ୟ କରିଥାଏ ।

ଅନ୍ୟମାନଙ୍କୁ ଜଣାନ୍ତୁ।