nose

ଶୀତଦିନେ ଗଳା ଯନ୍ତ୍ରଣା ସହ ଥଣ୍ଡା ସମସ୍ୟାର ସାମ୍ନା କରୁଛନ୍ତି କି ? ଆପଣାନ୍ତୁ ଏହି ଉପାୟ 

ବର୍ତ୍ତମାନ ପ୍ରବଳ ଶୀତ ଅନୁଭୂତ ହେଉଛି। ଏହି ସମୟରେ ପ୍ରାୟତଃ ଲୋକମାନେ ଥଣ୍ଡା, କାଶ ଏବଂ ଜ୍ଵରର  ସମ୍ମୁଖୀନ ହେଉଛନ୍ତି । ସେହିଭଳି ଅଧିକାଂଶ ଲୋକଙ୍କର ସକାଳେ ଗଳା ଯନ୍ତ୍ରଣା ହେବା ସହ ନାକ ମଧ୍ୟ ବନ୍ଦ ହୋଇଯାଉଛି । ଯାହାଫଳରେ ନିଶ୍ୱାସ ନେବାରେ ମଧ୍ୟ ଅନେକ ଅସୁବିଧା ହୋଇଥାଏ । ଯଦି ଆପଣ ମଧ୍ୟ ସକାଳେ ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ତେବେ ଏଥିରୁ ମୁକ୍ତି ପାଇବା ପାଇଁ ଏହି ଘରୋଇ ଉପଚାର ଆପଣାନ୍ତୁ । ତେବେ ଜାଣି ରଖନ୍ତୁ କଣ ସେହି ଘରୋଇ ଉପଚାର . . .

ମହୁର ବ୍ୟବହାର : ମହୁରେ ଆଣ୍ଟି-ବ୍ୟାକ୍ଟେରିଆ ଗୁଣ ପରିପୂର୍ଣ୍ଣ ରହିଥାଏ । ଶୀତ ଋତୁରେ ଆପଣ ଥଣ୍ଡା ଏବଂ କାଶରୁ ମୁକ୍ତି ପାଇବା ପାଇଁ ଏହାକୁ ଖାଇପାରିବେ । ପ୍ରତିଦିନ ଦୁଇରୁ ତିନି ଚାମଚ ମହୁ ଖାଇବା ଦ୍ୱାରା ଗଳାରେ ହେଉଥିବା କଷ୍ଟ ଦୂର ହୋଇଥାଏ ଏବଂ ଗଳା ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ ।

ଗରମ ପାଣିର ବାମ୍ପ: ଯଦି ଆପଣଙ୍କର ନାକ ଜାମ୍ ହୋଇଯାଉଛି ଏବଂ ଆପଣଙ୍କ ଗଳା ଯନ୍ତ୍ରଣା ହେଉଛି କିମ୍ବା କାଶ ହେଉଛି, ତେବେ ସର୍ବପ୍ରଥମେ ଆପଣ ଗରମ ପାଣି ନେଇ ବାମ୍ପ ନିଅନ୍ତୁ  । ଏପରି କରିବା  ଦ୍ୱାରା ଗଳାରେ ହେଉଥିବା କଷ୍ଟ ଦୂର ହେବା ସହ ନିଶ୍ୱାସ ନେବାରେ ସହଜ ହୋଇଥାଏ ।

ଉଷୁମ ପାଣି ପିଅନ୍ତୁ : ଗଳା  ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ଉଷୁମ ପାଣିରେ କିଛି ଲୁଣ ମିଶାଇ ଗାର୍ଗଲିଂ କରନ୍ତୁ । ଉଷୁମ ପାଣିରେ ଲୁଣ ମିଶାଇ ଗାର୍ଗଲିଂ କରିବା ଦ୍ୱାରା ମଧ୍ୟ ଗଳା ହେଉଥିବା କଷ୍ଟରୁ ତୁରନ୍ତ ଆରାମ ମିଳିଥାଏ ।

ଲବଙ୍ଗ : ଲବଙ୍ଗରେ ଆଣ୍ଟି-ଅକ୍ସିଡାଣ୍ଟ ଏବଂ ଆଣ୍ଟି-ବ୍ୟାକ୍ଟେରିଆ ଗୁଣ ରହିଥାଏ । ଶୀତ ଦିନେ ଥଣ୍ଡା ଜନିତ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆପଣ ଲବଙ୍ଗରେ କାଢା ପ୍ରସ୍ତୁତ କରି ପିଅନ୍ତୁ । ଏପରି କରିବା ଦ୍ୱାରା ତୁରନ୍ତ ଆରାମ ମିଳିଥାଏ ।

ହର୍ବାଲ୍ ଚା : ଗଳା ଯନ୍ତ୍ରଣା ଦୂର କରିବାରେ ହର୍ବାଲ୍ ଚା ବହୁତ ଭଲ ହୋଇଥାଏ । ଏହାକୁ ପିଇବା ଦ୍ୱାରା ଗଳାକୁ ଆରାମ ମିଳିଥାଏ । କିନ୍ତୁ ମନେରଖନ୍ତୁ ଯେ ହର୍ବାଲ ଚା’ରେ କେବେ ହେଲେ କ୍ଷୀର ମିଶାଇବେ ନାହିଁ ।

ଅଦା ବ୍ୟବହାର : ଏସବୁ ବ୍ୟତୀତ ଥଣ୍ଡା ଏବଂ କାଶ ପାଇଁ  ଅଦା ଅତ୍ୟନ୍ତ ଲାଭଦାୟକ। ଅଦାକୁ କଞ୍ଚା ଚୋବାଇବା ଦ୍ୱାରା ଗଳା ଯନ୍ତ୍ରଣାରୁ ଆରାମ ମିଳିଥାଏ । ଏହି ସବୁ ଘରୋଇ ଉପଚାର ଦ୍ୱାରା ଆପଣ ଏହି ସମସ୍ୟାରୁ ଆରମ ପାଇପାରିବେ ।

ଅନ୍ୟମାନଙ୍କୁ ଜଣାନ୍ତୁ।