You are currently viewing କିପରି ପାଇବେ କଫ ଯନ୍ତ୍ରଣାରୁ ମୁକ୍ତି

କିପରି ପାଇବେ କଫ ଯନ୍ତ୍ରଣାରୁ ମୁକ୍ତି

ଆଜିକାଲି ସମସ୍ତଙ୍କୁ ଅଧିକାଂଶ ସମୟ ଥଣ୍ଡା, କାଶ, ସର୍ଦ୍ଦି ଲାଗି ରହୁଛି । ଏହା ଦ୍ୱାରା କାଶ ମଧ୍ୟ ହେଉଛି । ଫଳରେ କଫ ଛାତିରେ ଜମାଟ ବାନ୍ଧି ରହୁଛି । ଯାହା ବହୁ କଷ୍ଟ ଦେଇଥାଏ । ଅନେକ ପ୍ରକାରର ମେଡିସିନ ଖାଇଲେ ମଧ୍ୟ ଏଥିରୁ ମୁକ୍ତି ମିଳି ନଥାଏ । ଅନେକ ମେଡିସିନ ଶରୀରରେ କୁ ପ୍ରଭାବ ମଧ୍ୟ ପକାଇଥାଏ । ତେବେ ମେଡିସିନ ଛଡା ଆପଣ ଚାହିଁଲେ ଘରୋଇ ଉପାୟରେ ମଧ୍ୟ ଏଥିରୁ ମୁକ୍ତି ପାଇପାରିବେ । ତେବେ ଆସନ୍ତୁ ଜାଣିବା କିପରି ଘରୋଇ ଉପାୟରେ ଆପଣ କଫ ଯନ୍ତ୍ରଣାରୁ ମୁକ୍ତି ପାଇପାରିବେ । ଛାତିରେ ଜମା ହୋଇଥିବା କଫକୁ ବାହାର କରିବା ପାଇଁ କଳା ମରିଚ ଓ ମହୁ ସେବନ ବହୁତ ଲାଭକାରୀ ହୋଇଥାଏ । ଏହା କଫ ବାହାର କରିବା ସହ ଗଳା ଖରାପ ଓ ସର୍ଦ୍ଦିରେ ମଧ୍ୟ କାମ କରିଥାଏ ।

ଛାତିରେ ଜମା କଫ ବାହାର କରିବା ପାଇଁ ତୁଳସି ଓ ଅଦାର ଚାହା ସେବନ ବହୁତ ସହାୟକ ହୋଇଥାଏ । କାରଣ ତୁଳସି ଓ ଅଦାରେ ଉଭୟ ଆଣ୍ଟି ଇନଫ୍ଲାମାଟୋରୀ, ଆଣ୍ଟି ବ୍ୟାକ୍ଟେରିଆଲ ଓ ଆଣ୍ଟି ଫୁଙ୍ଗାଲ ଗୁଣ ଭରପୁର ରହିଥାଏ । ଏହି ଚା’ ପିଇବା ଦ୍ୱାରା ଛାତିର କଫ ବାହାରି ଯାଇଥାଏ।

ଛାତିରେ ଜମା କଫ ବାହାର କରିବା ପାଇଁ ପୋଦିନା ତେଲର ବ୍ୟବହାର ବହୁତ ଲାଭଦାୟକ ହୋଇଥାଏ । ପୋଦିନା ତେଲ ଛାତିରେ ଜମା ହୋଇଥିବା କଫ ବାହାର କରିଥାଏ । ତେଣୁ ଗରମ ପାଣିରେ ପୋଦିନା ତେଲର କିଛି ବୁନ୍ଦା ପକାଇ ଏହାର ବାମ୍ଫ ନିଅନ୍ତୁ । ଛାତିରେ ଜମା କଫ ବାହାର କରିଦେବାରେ ସାହାଯ୍ୟ କରିବ ।

ଅନ୍ୟମାନଙ୍କୁ ଜଣାନ୍ତୁ।