You are currently viewing ଖାଲି ପେଟରେ କାହିଁକି ଖାଇବା ଉଚିତ୍‌ ଟମାଟୋ

ଖାଲି ପେଟରେ କାହିଁକି ଖାଇବା ଉଚିତ୍‌ ଟମାଟୋ

ଟମାଟୋ ଏକ ଏପରି ପରିବା ଯାହାକୁ ଭାରତରେ ବହୁଳ ଭାବରେ ବ୍ୟବହାର କରାଯାଏ । ଏହାକୁ କୌଣସି ବି ତରକାରୀରେ ପକାଇଦେଲେ ତାର ସ୍ୱାଦ ବଢିଯାଏ । ଏଥିସହିତ ଟମାଟୋକୁ ତ୍ୱଚା ପାଇଁ ମଧ୍ୟ ବ୍ୟହାର କରାଯାଏ । କିନ୍ତୁ ଆପଣ ଜାଣଛନ୍ତି କି ଟମାଟୋକୁ ଖାଲିପେଟରେ ସେବନ କରିବା ଦ୍ୱାରା ଏହା ଆମ ଶରୀରରୁ ଅନେକ ପ୍ରକାର ଫାଇଦା ଦେଇଥାଏ । ବର୍ତ୍ତମାନ ଆସନ୍ତୁ ଜାଣିବା ଟମାଟୋକୁ ଖାଲିପେଟରେ ସେବନ କରିବା ଦ୍ୱାରା ଏହା ଆମକୁ କଣ ସ୍ୱାସ୍ଥ୍ୟଗତ ଫାଇଦା ଦେଇଥାଏ ।
ଟମାଟୋକୁ ଖାଲିପେଟରେ ସେବନ ଦ୍ୱାରା ମିଳିଥାଏ ଏହିସବୁ ଫାଇଦା

କିଛି ଲୋକଙ୍କୁ ପେଟ ଗରମ କାରଣରୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ । ଫଳରେ ଏହା ସେମାନଙ୍କ ଚର୍ମ ଏବଂ କେଶ ଉପରେ ପ୍ରଭାବ ପକାଏ ।

ତେଣୁ ବିଶେଷଜ୍ଞମାନଙ୍କ ମତରେ ଖାଲିପେଟରେ ସକାଳୁ ଟମାଟୋ ସୋବନ କରିବା ଉଚିତ୍ ଏପରି କରିବା ଦ୍ୱାରା ପେଟ ଗରମ ସମସ୍ୟା ଦୂର ହୋଇଥାଏ । ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ ମତରେ ସକାଳୁ ଖାଲିପେଟରେ ଟମାଟୋ ଖାଇବା ଦ୍ୱାରା ଏହା ଆମ ଶରୀରକୁ ଫାଇଦା ଦେଇଥାଏ । ଖାସ କରି ପେଟରେ ଥିବା ଜୀବାଣୁକୁ ଏହା ନଷ୍ଟ କରିଥାଏ । ତେବେ ସକାଳୁ ଟମାଟୋକୁ ଗୋଲମରିଚ ଗୁଣ୍ଡ ସହ ମିଶାଇ ସେବନ କରନ୍ତୁ ଫଳରେ ପେଟରେ ଥିବା ଜୀବାଣୁ ମରି ମଳ ଦ୍ୱାରା ବାହିରି ଆସିବେ ଏଥିସହିତ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିବ । ଯେଉଁ ବ୍ୟକ୍ତିମାନଙ୍କର ଦୃଷ୍ଟିଶକ୍ତି କମ୍ ଥାଏ ସେମାନଙ୍କ ପାଇଁ ଟମାଟୋ ସେବନ ଅନେକ ଲାଭ ଦେଇଥାଏ । କାରଣ ଏହି ପରିବାରେ ଭିଟାମିନ ଏ ପ୍ରଚୁର ପରିମାଣରେ ରହିଥାଏ । ଫଳରେ ଏହାକୁ ପ୍ରତ୍ୟେକ ଦିନ ଖାଲି ପେଟରେ ସେବନ କଲେ ଏହା ଦୃଷ୍ଟି ଶକ୍ତି ବୃଦ୍ଧି କରିବା ସହ ତ୍ୱଚାକୁ ମଧ୍ୟ କୋମଳ ଏବଂ ଚିକ୍କଣ କରିଥାଏ ।

ଅନ୍ୟମାନଙ୍କୁ ଜଣାନ୍ତୁ।