You are currently viewing ହୋଲି ପରେ କିପରି ନେବେ ସ୍ଵାସ୍ଥ୍ୟର  ଯତ୍ନ ଜାଣନ୍ତୁ ଉପାୟ

ହୋଲି ପରେ କିପରି ନେବେ ସ୍ଵାସ୍ଥ୍ୟର ଯତ୍ନ ଜାଣନ୍ତୁ ଉପାୟ

ଏବେ ସାରା ଦେଶରେ ପର୍ବପର୍ବାଣିର ଆସର ଜମିଛି | କରୋନା ମହାମାରୀ ଯୋଗୁ ପ୍ରାୟ ଦୁଇ ବର୍ଷ ଧରି ଦେଶରେ ହୋଲି ପର୍ବ ପାଳନ କରାଯାଇନଥିଲା | ଚଳିତ ବର୍ଷ ଖୁବ ଧୁମଧାମର ସହ ଲୋକେ ହୋଲି ଉତ୍ସବ ପାଳନ କରିଛନ୍ତି | ଉତ୍ସାହର ପର୍ବ ହୋଲିଖେଳିବା ଭିତରେ ଆମେ ଆମ ନିଜ ଶରୀର ପ୍ରତି ଦୃଷ୍ଟି ଦେଇନଥାଉ । ଏଥିପାଇଁ ଅନେକ ସମସ୍ୟା ଦେଖା ଯାଇଥାଏ । ଏହିଦିନ ଆମେ ଅନେକ ପ୍ରକାରର ବାହାର ଖାଦ୍ୟ ଖାଇଥାଉ ଯାହା ଆମ ଶରୀରକୁ କ୍ଷତି ପହଞ୍ଚାଇଥାଏ । ସେଥିପାଇଁ ଶରୀରର ଯତ୍ନ ନେବା ନିହାତି ଆବଶ୍ୟକ । ହୋଲିର ପରଦିନ କିଛି ହାଲକା ପଦାର୍ଥ ଖାଦ୍ୟ ରୂପେ ଗ୍ରହଣ କରିବା ନିହାତି ଆବଶ୍ୟକ । ଏହା ଦ୍ୱାରା ଶରୀର ସତେଜ ରହିଥାଏ । ତେବେ ଆସନ୍ତୁ ଜାଣିବା କେଉଁ ଖାଦ୍ୟ ଖାଇବା ଦ୍ୱାରା ଶରୀରକୁ ସତେଜତା ମିଳିଥାଏ ।

ଲେମ୍ବୁ ପାଣି ପିିଇବା ଆବଶ୍ୟକ : ହୋଲି ପରଦିନ ଲେମ୍ବୁ ପାଣି ପିଇବା ନିହାତି ଆବଶ୍ୟକ । ଏହା ଶରୀରରୁ ଅଦରକାରୀ ଖାଦ୍ୟର ବିଷାକ୍ତକୁ ଦୂର କରିବା ସହ ଓଜନ କମ କରିବାରେ ସାହାର୍ଯ୍ୟ କରିଥାଏ । ଏହାଛଡା ଆପଣ ଏକ ଗ୍ଲାସ ଉଷୁମ ପାଣି ସହ ଅଳ୍ପ ଲେମ୍ବୁ ମିଶାଇ ଏଥିରେ ଛେଚା ଅଦା ମିଶାଇ ପିଇଲେ, ଏହା ଶରୀରକୁ ସତେଜ ରଖିଥାଏ ।
ଜିରା ପାଣି : ଶରୀର ପାଇଁ ଜିରା ପାଣି ପିଇବା ଏକ ଔଷଧି ରୂପେ କାର୍ଯ୍ୟ କରିଥାଏ

। ଜିରା ପାଣି ଶରୀରର ସମସ୍ତ ଅଦରକାରୀ ପଦାର୍ଥକୁ କାଢିବାରେ ସାହାର୍ଯ୍ୟ କରିଥାଏ । ଏହା ହଜମ ପ୍ରକ୍ରିୟାକୁ ସକ୍ରିୟ କରିଥାଏ । ଓଜନ କମାଇବାକୁ ହେଲେ ପ୍ରତିଦିନ ଜିରା ପାଣି ପିଇବା ଆବଶ୍ୟକ । ଏହା ବିଶେଷରୂପେ ଲାଭକାରୀ ହୋଇଥାଏ ।କାକୁଡି ଏବଂ ପୋଦିନା ଖାଇବାର ଫାଇଦା : କାକୁଡି ଏବଂ ପୋଦିନାର ରସ ପାଟିକୁ ଯେପରି ସ୍ୱାଦିଷ୍ଟ ସେହିିପରି ଶରୀର ପାଇଁ ମଧ୍ୟ ବହୁ ପରିମାଣରେ ଲାଭକାରୀ ଅଟେ । ଅଳ୍ପ ପୋଦିନା ପତ୍ର ସହ କାକୁଡିର କିଛି ଖଣ୍ଡ ମିଶାଇ ଖାଇଲେ ଏଥିରେ ଥିବା ଆଣ୍ଟିଅକ୍ସିଡେଣ୍ଟ ଗୁଣ ଶରୀର ପାଇଁ ବିଶେଷ ଲାଭକାରୀ ହୋଇଥାଏ ।

ଅନ୍ୟମାନଙ୍କୁ ଜଣାନ୍ତୁ।