You are currently viewing ଜାଣନ୍ତୁ ଭିଟାମିନ ବି୧୨ ଅଭାବରେ ହେଉଥିବା ସମସ୍ୟା ସଂପର୍କରେ

ଜାଣନ୍ତୁ ଭିଟାମିନ ବି୧୨ ଅଭାବରେ ହେଉଥିବା ସମସ୍ୟା ସଂପର୍କରେ

ଆମ ସମଗ୍ର ଶରୀରର ରକ୍ଷଣାବେକ୍ଷଣା ପାଇଁ ସମସ୍ତ ପୋଷକତତ୍ତ୍ୱ ମଧ୍ୟରୁ ବି୧୨ ର ଆବଶ୍ୟକ ବହୁତ ଥାଏ । ଏହା ଆମ ଶରୀରରେ ରକ୍ତ କୋଷିକା ଏବଂ ଡିଏନର ନିର୍ମାଣ କରିବା ସହ ଆମର ନର୍ଭସ ସିଷ୍ଟମ କୁ ସପୋର୍ଟ କରିବା ଏବଂ ବ୍ରେନ ହେଲଥକୁ ବୁଷ୍ଟ କରିଥାଏ । ଏହି କାରଣରୁ ଆମ ଶରୀରରେ ଭିଟାମିନ ବି୧୨ ଅଭାବ ହେବା ଯୋଗୁଁ ବହୁ ପ୍ରକାର ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ । ବହୁବାର ଏହି ଭିଟାମିନ ବି୧୨ ର ଅଭାବକୁ ଅନ୍ୟାନ୍ୟ ରୋଗ ସହ ସଂଯୋଗ କରାଯାଇଥାଏ । ସେଥିପାଇଁ ଆପଣ ଏହି ରୋଗର ଲକ୍ଷଣକୁ ଜାଣି ଡ଼ାକ୍ତରଙ୍କ ସହ ପରାମର୍ଶ ନିଅନ୍ତୁ ।

ଶରୀରରେ ଭିଟାମିନ ବି୧୨ର ଅଭାବ ସ୍ନାୟୁଗତ କାର୍ଯ୍ୟକୁ ପ୍ରଭାବିତ କରିପାରେ । କାରଣ ଏହା ନର୍ଭସ ସିଷ୍ଟମ ଏବଂ ବ୍ରେନ ହେଲ୍ଥକୁ ବୁଷ୍ଟ କରିଥାଏ । କେବଳ ଏହି କାରଣରୁ ଶରୀରରେ ମୁଣ୍ଡ ବିନ୍ଧିବା ଲକ୍ଷଣ ଦେଖାଦେଇଥାଏ । ଏହାକୁ ଅବହେଳା କରନ୍ତୁ ନାହିଁ । ଶରୀରରେ ଭିଟାମିନ ଡି ର ମାତ୍ରା କମିବା ହେତୁ କୌଣସି ଜିନିଷରେ ଧ୍ୟାନ ଦେବା ଶକ୍ତି କମିଯାଇଥାଏ । କିଛି ରିସର୍ଚ୍ଚର ମାନେ ମତ ଦେଇଛନ୍ତି ଯେ, ଭିଟାମିନ ବି୧୨ ଅଭାବ ହେତୁ ମେମୋରୀ ଉପରେ ଏହାର ଖରାପ ପ୍ରଭାବ ପଡ଼ିଥାଏ । ଏହି ଅଭାବ କାରଣରୁ ବ୍ୟକ୍ତି ଜଣକ କନଫ୍ୟୁଜନ ଏବଂ ଭୁଲିବା ରୋଗର ଶିକାର ହୋଇଥାଏ । ଭିଟାମିନ ବି୧୨ଲାଲ ରକ୍ତ କୋଷିକାର ନିର୍ମାଣ କରିବାରେ ସାହାଯ୍ୟ କରିଥାଏ । ତେବେ ଏହାର ଅଭାବ ଦ୍ୱାରା ବ୍ଲଡ୍ ଡିସଅର୍ଡର ହୋଇଥାଏ । ଯାହାଦ୍ୱାରା ଆମ ଶରୀର ଥକାପଣ ଅନୁଭବ କରିଥାଏ । ଏପରି ହେଉଛି ଯଦି ତୁରନ୍ତ ଡ଼ାକ୍ତରଙ୍କ ସହ ପରାମର୍ଶ କରନ୍ତୁ । ହାତ ଗୋଡ଼ ବିନ୍ଧା ହେବା ଏହି ରୋଗର ଅନ୍ୟ ଏକ ଲକ୍ଷଣ । ଏହି ଭିଟାମିନ ଅଭାବରୁ ହାତ, ଗୋଡ଼ ଏବଂ ପାଦ ପୋଡ଼ା ଜଳା ସହ ବିନ୍ଧା ହୋଇଥାଏ । ଏହି ଭିଟାମିନ ବି୧୨ ଅଭାବ ହେତୁ ଶରୀର ପର୍ଯ୍ୟାପ୍ତ ମାତ୍ରାରେ ଲାଲ ରକ୍ତ କୋଶିକାର ନିର୍ମାଣ କରିପାରି ନଥାଏ । ଯେଉଁ କାରଣରୁ ସ୍କିନର କଲର ଉପରେ ଏହାର ପ୍ରଭାବ ପଡ଼ିଥାଏ । ଯାହାଦ୍ୱାରା ଶରୀରର ରଙ୍ଗ ହଳଦିଆ ଦେଖାଯାଇଥାଏ ।

ଅନ୍ୟମାନଙ୍କୁ ଜଣାନ୍ତୁ।