You are currently viewing ଓଜନ ବଢାଇବାରେ ସାହାଯ୍ୟ କରେ ସାଗୁ

ଓଜନ ବଢାଇବାରେ ସାହାଯ୍ୟ କରେ ସାଗୁ

ଆପଣମାନେ ଜାଣିଥିବେ ଅଧିକାଂଶ ଘରେ ସାଗୁ ବ୍ୟବହାର କରାଯାଇଥାଏ। ଏପରିକି ଅନେକ ବ୍ୟକ୍ତି ମଧ୍ୟ ଉପବାସ ସମୟରେ ସାଗୁ ସେବନ କରିଥାନ୍ତି।  ସାଗୁରେ ପ୍ରସ୍ତୁତ ଖେଚୁଡି ହେଉ ବା ଖିରି  ସ୍ୱାଦିଷ୍ଟ ଲାଗିବା ସହ ଏହା  ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଲାଭଦାୟକ ହୋଇଥାଏ।  ଅଧ୍ୟୟନ ଅନୁଯାୟୀ ସାଗୁ ଏପରି  ଏକ ପୁଷ୍ଟିକର ଖାଦ୍ୟ ଯେଉଁଥିରେ   ଅନେକ ସ୍ୱାସ୍ଥ୍ୟ ଉପକାରୀ ଗୁଣ ଭରି ରହିଛି। ଏଥିରେ ଅଧିକ ପରିମାଣର କ୍ୟାଲୋରୀ ରହିଥାଏ । କାରଣ ମୌଳିକ ଭାବରେ ଏହା ଷ୍ଟାର୍ଚରୁ ପ୍ରସ୍ତୁତ । ଯେଉଁଥିରେ କାର୍ବସ ଥାଏ ଯାହା ଶରୀରକୁ ଶକ୍ତି ଯୋଗାଇବାରେ ସାହାଯ୍ୟ କରିଥାଏ ।  ତେବେ ଆସନ୍ତୁ ଜାଣିବା ସାଗୁ ଖାଇବା ଦ୍ୱାରା  ଆମର କଣ କଣ ଉପକାର ହୋଇଥାଏ?

– ଯଦି ଆପଣ ଓଜନ ବଢାଇବା ପାଇଁ ଚେଷ୍ଟା କରୁଛନ୍ତି, ତେବେ ସାଗୁକୁ ନିଜ ଖାଦ୍ୟରେ ସାମିଲ କରିବା ଉଚିତ । କାରଣ ସାଗୁରେ କାର୍ବସ ଭରପୂର ମାତ୍ରାରେ ଥାଏ ଯାହା   ଆଭ୍ୟନ୍ତରୀଣ ଅଙ୍ଗଗୁଡ଼ିକର ସୁରକ୍ଷା ପାଇଁ ଶରୀରରେ ଅତ୍ୟାବଶ୍ୟକ ଫ୍ୟାଟ ଟିସୁ ଗଠନ କରିବାରେ ସାହାଯ୍ୟ କରିଥାଏ । ଯାହା ଆପଣଙ୍କ ଓଜନ ବୃଦ୍ଧି କରିବାରେ ସହାୟକ   ହୋଇଥାଏ ।

– ହଜମ ପକ୍ରିୟାକୁ ଠିକ ରଖିବା ପାଇଁ  ସାଗୁ ଖାଇବା ଅତ୍ୟନ୍ତ ଆବଶ୍ୟକ ଅଟେ ।  କାରଣ ଏଥିରେ ଥିବା ଷ୍ଟାର୍ଚ  ପାଚନକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ ।  ଏଥିରେ ମିଳୁଥିବା ଫାଇବର କୋଷ୍ଠକାଠିନ୍ୟ ସମସ୍ୟାକୁ ରୋକିବାରେ ମଧ୍ୟ ସହାୟକ ହୋଇଥାଏ ।

ଅନ୍ୟମାନଙ୍କୁ ଜଣାନ୍ତୁ।