cold

ଶୀତଦିନେ ହାତ-ପାଦ ଅଧିକ ଥଣ୍ଡା ହୋଇଯାଉଛି କି ? ଆପଣାନ୍ତୁ ଏହି ଉପାୟ 

ଶୀତଋତୁ କିଛି ଲୋକଙ୍କୁ ବହୁତ କଷ୍ଟ ଦେଇଥାଏ | ଏପରି ଲୋକମାନେ ନିଜକୁ ଶୀତରୁ ରକ୍ଷା କରିବା ପାଇଁ ଏବଂ ଥଣ୍ଡା ପାଣିଠାରୁ ଦୂରରେ ରହିବା ପାଇଁ ଅତ୍ୟଧିକ ଗରମ ପୋଷାକ ପିନ୍ଧିଥାନ୍ତି, ତଥାପି ବି ସେମାନେ ଅତ୍ୟଧିକ ଥଣ୍ଡା ଅନୁଭବ କରନ୍ତି| ଗରମ ପୋଷାକ ପିନ୍ଧିବା ଦ୍ୱାରା ଶରୀର ଗରମ ହୁଏ ସତ କିନ୍ତୁ ବେଳେ ବେଳେ ହାତ ଏବଂ ପାଦ ଅଧିକ ଥଣ୍ଡା ଅନୁଭବ କରେ | ହାତ ଏବଂ ପାଦକୁ ଗରମ କରିବା ପାଇଁ ଲୋକମାନେ ନିଆଁରେ ମଧ୍ୟ ହାତ-ପାଦ ଗରମ କରିଥାନ୍ତି | କିନ୍ତୁ ଆପଣ ଜାଣନ୍ତି କି ଶୀତଦିନେ ହାତ ଓ ପାଦ କାହିଁକି ଥଣ୍ଡା ରହେ? ଯଦି ନା ତେବେ ଜାଣିରଖନ୍ତୁ ଏହା ପଛର କାରଣ | ରକ୍ତ ପ୍ରବାହ ବୃଦ୍ଧି ହେତୁ ହାତ ଏବଂ ପାଦ ଥଣ୍ଡା ଅନୁଭବ କରେ | ରକ୍ତ ପ୍ରବାହ ହାତ ଏବଂ ପାଦ ଆଡକୁ କମିବା ଆରମ୍ଭ କଲେ  ଶୀତଦିନେ ହାତ ଏବଂ ପାଦରେ ଥଣ୍ଡା ଅନୁଭବ ହୋଇଥାଏ  |

ଅସହ୍ୟ ଥଣ୍ଡା ହେଲେ ହାତ ଏବଂ ପାଦରେ ଥିବା ରକ୍ତବାହୀଗୁଡ଼ିକ ସଙ୍କୁଚିତ ହେବାକୁ ଲାଗେ, ଯେଉଁ କାରଣରୁ ଶୀତଦିନେ କିଛି ଲୋକଙ୍କ ହାତ ଏବଂ ପାଦ ଥଣ୍ଡା ହେବାକୁ ଲାଗେ | ଏହି ସମସ୍ୟାରୁ ରକ୍ଷା ପାଇବା ପାଇଁ ଆପଣ କିଛି ବିଶେଷ ପଦକ୍ଷେପ ଗ୍ରହଣ କରିପାରିବେ |

ହାତ ଏବଂ ପାଦକୁ ଶୀତରୁ ରକ୍ଷା କରିବା ପାଇଁ ଏପରି ପଦକ୍ଷେପ ଗ୍ରହଣ କରନ୍ତୁ |

ହାତ ଏବଂ ପାଦରେ ଗରମ ପୋଷାକ ପିନ୍ଧନ୍ତୁ:

ଶୀତଦିନେ, ଆପଣଙ୍କର ହାତ ଏବଂ ପାଦ ପ୍ରାୟତ ଥଣ୍ଡା ରହିଥାଏ, ତେଣୁ ହାତ ଏବଂ ପାଦ ପାଇଁ ଗରମ ପୋଷାକ ପିନ୍ଧନ୍ତୁ| ଯେତେବେଳେ ଆପଣ ଘରୁ ବାହାରକୁ ଯାଉଛନ୍ତି, ହାତରେ ଗ୍ଲୋଭସ୍ ଏବଂ ପାଦରେ ମୋଜା ପିନ୍ଧନ୍ତୁ, ଏହାଦ୍ୱାରା ଆପଣଙ୍କ ହାତ ଏବଂ ପାଦ ଥଣ୍ଡା ରହିବ ନାହିଁ |

ତେଲ ସହିତ ମାଲିସ୍ କରନ୍ତୁ:

ଯଦି ହାତ ଏବଂ ପାଦରେ ଅତ୍ୟଧିକ ଥଣ୍ଡା ଅନୁଭବ କରୁଛନ୍ତି, ତେବେ ଗରମ ସୋରିଷ ତେଲ ମାଲିସ୍ କରନ୍ତୁ | ତେଲ ମାଲିସ କରିବା ଦ୍ୱାରା ରକ୍ତ ସଞ୍ଚାଳନ ବୃଦ୍ଧି ପାଇଥାଏ | ଏହାଦ୍ୱାରା ଥଣ୍ଡା ଲାଗିବା ସମସ୍ୟା ଦୂର ହୋଇଥାଏ | 

ଖଣ୍ଡ ଲୁଣ ପ୍ରଭାବଶାଳୀ:

ଖଣ୍ଡ ଲୁଣ ଶରୀରକୁ ଭିତରୁ ଗରମ ରଖିବା ସହ ଯନ୍ତ୍ରଣା ଏବଂ ଫୁଲାପଣରୁ ଆରାମ ଦେଇଥାଏ | ଏଥିପାଇଁ ଆପଣ ଏକ ଟବରେ ଉଷୁମ ପାଣି ନେଇ ସେଥିରେ ଅଳ୍ପ ଲୁଣ ମିଶାଇ ଦିଅନ୍ତୁ| ଏହାପରେ ସେହି ପାଣିରେ ହାତ ଏବଂ ପାଦ ବୁଡାଇ ରଖନ୍ତୁ| କିଛି ସମୟ ବୁଡାଇ ରଖିବା ପରେ ଭଲ ଭାବେ ହାତ-ପାଦକୁ ପୋଛି ଦିଅନ୍ତୁ | ଏପରି କରିବା ଦ୍ୱାରା ମଧ୍ୟ ଆପଣଙ୍କୁ ବହୁତ ଜଲ୍ଦି ଆରମ୍ଭ ମିଳିବ |  |

ଆଇରନରେ ଭରପୂର ଖାଦ୍ୟ ଗ୍ରହଣ କରନ୍ତୁ:

ଶରୀରରେ ଆଇରନ ର ଅଭାବ ରକ୍ତହୀନତାର କାରଣ ହୋଇପାରେ, ଏଥିପାଇଁ ଆପଣ ଖାଦ୍ୟରେ ବିଟ, ପାଳଙ୍ଗ ଶାଗ, ଖଜୁରୀ, ଅଖରୋଟ, ସୋୟାବିନ୍ ଏବଂ ସେଓ ଭଳି ଆଇରନ ଯୁକ୍ତ ଖାଦ୍ୟ ସାମିଲ କରନ୍ତୁ | ଏଥିସହ ଶୀତଦିନେ ବିଶେଷ ଭାବେ ପାଣି ପିଇବା ପାଇଁ ଅନୁଭବ ହୋଇନଥାଏ, ଯାହା ଶରୀର ପାଇଁ କ୍ଷତିକାରକ | ଶରୀରରେ ଜଳ ଅଭାବ ହେତୁ ରକ୍ତ ସଞ୍ଚାଳନ ଭଲ ନୁହେଁ ଏବଂ ହାତ ଏବଂ ପାଦ ମଧ୍ୟ ଅତ୍ୟଧିକ ଥଣ୍ଡା ଅନୁଭବ ହୋଇଥାଏ |

ଅନ୍ୟମାନଙ୍କୁ ଜଣାନ୍ତୁ।