cold-

ଜାଣନ୍ତୁ ଶୀତଦିନେ ଥଣ୍ଡା ପାଣି ଏବଂ ଗରମ ପାଣିରେ ଗାଧୋଇବା ଦ୍ୱାରା କ’ଣ ଲାଭ ମିଳିଥାଏ 

ଶୀତ ଋତୁ ଆରମ୍ଭ ହେବା ମାତ୍ରେ ଥଣ୍ଡା ପାଣିରେ ଗାଧୋଇବା ଆମ ପାଇଁ କାଠିକର ପାଠ ହୋଇଯାଏ। ବିଶେଷ କରି ଥଣ୍ଡା ପାଣି ଦେଖିଲେ ଗାଧୋଇବାର ଇଚ୍ଛା ଯେମିତି ଆପେ ଆପେ ମରିଯାଏ।ତେଣୁ ଅଧିକାଂଶ ଲୋକ ଶୀତ ଦିନେ ଥଣ୍ଡା ପାଣି ଅପେକ୍ଷା ଉଷୁମୁ ପାଣି ବା ଗରମ ପାଣିରେ ଗାଧୋଇବାକୁ ଅଧିକ ପସନ୍ଦ କରିଥାନ୍ତି। କିନ୍ତୁ ଆପଣ ଜାଣିଛନ୍ତି କି ଶୀତ ଦିନେ ଥଣ୍ଡା ପାଣି ଏବଂ ଗରମ ପାଣିରେ ଗାଧୋଇବା ଦ୍ୱାରା କଣ କଣ ଲାଭ ମିଳିଥାଏ? ତେବେ ଆସନତୁ ଜାଣିବା ଏହି ଉପକାରିତା ବିଷୟରେ . . .

ଉଷୁମ ପାଣିରେ ଗାଧୋଇବାର ଉପକାରିତା

-ଶୀତ ଦିନେ ଉଷୁମ ପାଣିରେ ଗାଧୋଇବା ଦ୍ୱାରା ଏହା ଆମକୁ ଉଷ୍ମତା ପ୍ରଦାନ କରିବା ସହ ମାଂସ ପେଶୀକୁ ଆରାମ ଦେଇଥାଏ।

-ରକ୍ତ ସଞ୍ଚାଳନ ସକ୍ରିୟ କରିଥାଏ ରକ୍ତ ପ୍ରବାହ ହ୍ରାସ କରିଥାଏ।

-ଗରମ ପାଣିରେ  ଗାଧୋଇବା ଦ୍ୱାରା ଶ୍ୱାସକ୍ରିୟା ଜନିତ ସମସ୍ୟା ଦୂର କରିବାରେ ସାହାଯ୍ୟ କରିଥାଏ।

-ଉଷୁମ ପାଣିରେ ଗାଧୋଇବା ଦ୍ୱାରା ଭଲ ନିଦ ଆସିଥାଏ।

-ଉଷୁମ ପାଣିରେ ସ୍ନାନ ମାନସିକ ଚିନ୍ତା ଦୂର କରିବାରେ ସାହାଯ୍ୟ କରିଥାଏ।

ଥଣ୍ଡା ପାଣିରେ ଗାଧୋଇବାର ଉପକାରିତା

-ପ୍ରତିଦିନ ଥଣ୍ଡା ପାଣିରେ ଗାଧୋଇବା ଦ୍ୱାରା ଏହା ଆମର ଆଭ୍ୟନ୍ତରୀଣ ଅଙ୍ଗପ୍ରତ୍ୟଙ୍ଗକୁ ସୁସ୍ଥ ରଖିଥାଏ।

-ଥଣ୍ଡା ପାଣିରେ ଗାଧୋଇବା ଦ୍ୱାରା ଏହା ଆମର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ।

-ମାଂସପେଶୀରେ ଦରଜ ଦୂର କରିଥାଏ ଓ ମାଂସପେଶୀକୁ ଶକ୍ତ କରିଥାଏ।

-ଥଣ୍ଡା ପାଣିରେ ଗୋଧୋଇବା ଓ କେଶ ଧୋଇବା ଦ୍ୱାରା ଏହା ଆମ ତ୍ୱଚା ଓ କେଶକୁ ସୁସ୍ଥ ରଖିଥାଏ।

ଅନ୍ୟମାନଙ୍କୁ ଜଣାନ୍ତୁ।