You are currently viewing ଆକାଶରୁ ଖସିଲା ମୃତ୍ୟୁ ଚାଲିଗଲା ଜୀବନ

ଆକାଶରୁ ଖସିଲା ମୃତ୍ୟୁ ଚାଲିଗଲା ଜୀବନ

  • Post category:ଓଡିଶା
  • Reading time:1 mins read

କଙ୍କଡ଼ାହାଡ଼ : ଆକାଶରୁ ଖସିଲା ମୃତ୍ୟୁ ଚାଲିଗଲା ଜୀବନ । ଢ଼େଙ୍କାନାଳ ଜିଲ୍ଲା କଙ୍କଡାହାଡ ଥାନା କରଗୋଳା ପଂଚାୟତ ଶାନ୍ତିନଗର ସାହିରେ ବଜ୍ରଘାତରେ ଜଣେ ନାବାଳିକାଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଗୁରୁତର ଅଛନ୍ତି । ମୃତ ନାବାଳିକା ସାବିତ୍ରୀ ଦେହୁରୀ । କଷ୍ଟୁ ଦେହୁରୀଙ୍କ ୧୧ବର୍ଷୀୟ ନାବାଳିକା ସାବିତ୍ରୀ ଦେହୁରୀ ଓ ୯ବର୍ଷୀୟ ସାନ ଝିଅ ଶ୍ରାବଣୀ ଦେହୁରୀ ସ୍କୁଲରୁ ଫେରିବା ପରେ ଘର ବାରଣ୍ଡାରେ ଏକାଠି ବସିଥିବା ବେଳେ ବଜ୍ରପାତ ହୋଇଥିଲା । ଫଳରେ ନାବାଳିକା ୨ଭଉଣୀ ଅଚେତ ହୋଇ ଖସିପଡ଼ିଥିଲେ । ତେବେ ଉଭୟଙ୍କୁ ପରିବାର ଲୋକ କାମାକ୍ଷାନଗର ମେଡିକାଲକୁ ଆଣିଥିଲେ । ସେଠାରେ ବଡ଼ ଭଉଣୀ ସାବିତ୍ରୀ ଦେହୁରୀଙ୍କୁ ଡାକ୍ତର ମୃତ ଘୋଷଣା କରଥିବା ବେଳେ, ସାନ ଭଉଣୀ ଶ୍ରାବଣୀ ଦେହୁରୀ ଗୁରତର ଭାବେ ଚିକିତ୍ସିତ ହେଉଛନ୍ତି

ଅନ୍ୟମାନଙ୍କୁ ଜଣାନ୍ତୁ।