You are currently viewing କୋଚିରେ ଚାଲିବ ଦେଶର ପ୍ରଥମ ୱାଟର ମେଟ୍ରୋ

କୋଚିରେ ଚାଲିବ ଦେଶର ପ୍ରଥମ ୱାଟର ମେଟ୍ରୋ

  • Post category:ଓଡିଶା
  • Reading time:1 mins read

ନୂଆଦିଲ୍ଲୀ ୨୫/୦୪, ଆଜିଠୁ ପାଣିରେ ଚାଲିବ ଟ୍ରେନ୍ । କେରଳ କୋଚିରେ ଚାଲିବ ଦେଶର ପ୍ରଥମ ୱାଟର ମେଟ୍ରୋ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାର ଶୁଭାରମ୍ଭ କରିବେ । ୧୦ଟି ଦୀପକୁ ଯୋଡିବ ଏହି ୱାଟା ମେଟ୍ରୋ । ଏଥିପାଇଁ ଖର୍ଚ୍ଚ ହୋଇଛି ୧୧୩୬ କୋଟିରୁ ଅଧିକ ଟଙ୍କା । ସ୍ୱତନ୍ତ୍ର ଫିଚର୍ସ ସହ ସୁରକ୍ଷା ଦୃଷ୍ଟିରୁ ବେଶ ଖାସ ହେଉଛି ୱାଟର ମେଟ୍ରୋ । ଆଉ ପାଣିରେ ମେଟ୍ରୋର ଏହି ଯାତ୍ରା ଲୋକଙ୍କୁ ଯୋଗାଇବ ଆରାମଦାୟକ ଯାତ୍ରା । ଏହି ମେଟ୍ରୋ ଗୁଡିକ ଏକ ପ୍ରକାର ଇଲେକ୍ଟ୍ରିକ୍ ବୋଟ୍ । ଯାହା ଜାହଜ ଭଳି ପ୍ରସ୍ତୁତ ହୋଇଛି । ହେଲେ ଏହି ଭିତରେ ବସିବାର ଯେଉଁ ଭଳି ବ୍ୟବସ୍ଥା ହୋଇଛି ତାହା ମେଟ୍ରୋ ଟ୍ରେନ୍ ଭଳି । ଯାତ୍ରୀ ଏହି ବୋଟ୍ରେ ବସି ବାହାର ପ୍ରାକୃତିକ ଦୃଶ୍ୟର ମଜା ମଧ୍ୟ ନେଇ ପାରିବେ । ଏହି ପ୍ରୋଜେକ୍ଟର ଲାଭ କେବଳ କୋଚିର ବାସିନ୍ଦାଙ୍କୁ ମିଳିବ ତାହା ନୁହେଁ । ଏଠାକୁ ଆସୁଥିବା ହଜାର ହଜାର ପର୍ଯ୍ୟଟକ ମଧ୍ୟ ଏହି ୱାଟର ମେଟ୍ରୋ ଯାତ୍ରାର ମଜା ନେଇ ପାରିବେ । ପାଣି ଉପରେ ମେଟ୍ରୋ ପରିଚାଳନାର କଳ୍ପନା କରିଥିଲେ କେନ୍ଦ୍ର ସରକାର । ଯାହା ସଫଳ ହୋଇଛି । ଏବେ କେରଳର ବାଣିଜ୍ୟିକ ରାଜଧାନୀ ଭାବେ ପରିଚିତ କୋଚିରେ ଆରମ୍ଭ ହେଉଛି ମେଟ୍ରୋ ଟ୍ରେନ୍ ।

ଅନ୍ୟମାନଙ୍କୁ ଜଣାନ୍ତୁ।