You are currently viewing ଜନ୍ମବେଦୀରେ ସୁନାବେଶ । ମହାପ୍ରଭୁଙ୍କୁ ଦ୍ଵାରିକା ବେଶରେ ଦର୍ଶନ କରିବା ପାଇଁ ମନ୍ଦିରରେ ଭକ୍ତଙ୍କ ଭିଡ଼

ଜନ୍ମବେଦୀରେ ସୁନାବେଶ । ମହାପ୍ରଭୁଙ୍କୁ ଦ୍ଵାରିକା ବେଶରେ ଦର୍ଶନ କରିବା ପାଇଁ ମନ୍ଦିରରେ ଭକ୍ତଙ୍କ ଭିଡ଼

  • Post category:ଓଡିଶା
  • Reading time:1 mins read

ବ୍ୟୁରୋ ରିପୋର୍ଟ : ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ମହାପ୍ରଭୁ । ମହାପ୍ରଭୁଙ୍କର ଏହି ଦୁର୍ଲଭ ଦର୍ଶନ ପାଇଁ ମାଉସୀ ମା’ ମନ୍ଦିରରେ ଭିଡ ଲଗାଇଥିଲେ ଭକ୍ତ । ବାରିପଦର ଦ୍ୱିତୀୟ ଶ୍ରୀକ୍ଷେତ୍ରର ଏହା ସ୍ୱତନ୍ତ୍ର ପରମ୍ପରା । ଯେଉଁଠାରେ ମାଉସୀ ମା ମନ୍ଦିରରେ ସୁନାବେଶରେ ପୂଜା ପାଆନ୍ତି ଚତୁର୍ଦ୍ଧାମୂର୍ତ୍ତି। ଗତକାଲି ରଥଟଣାର ଶେଷ ଦିନରେ ବା ଦଶମୀରେ ଦ୍ଵାରିକା ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥିଲେ ମହାପ୍ରଭୁ। ମାଉସୀ ମା ମନ୍ଦିରରେ ସକାଳୁ ସୂର୍ଯ୍ୟ ପୂଜା ଏବଂ ଅବକାଶ ନୀତି ସାରି ପିଠାପଣା ସହିତ ପାଣିଆ ଖେଚୁଡ଼ି ମହାପ୍ରଭୁଙ୍କ ଠାରେ ଭୋଗ ଲାଗି ହୋଇଥାଏ। ପରେ ପରେ ପରମ୍ପରା ଅନୁଯାୟୀ ସୁନାବେଶ ପରେ ସାହାଣ ମେଳା ଏବଂ ଦକ୍ଷିଣାୟନ ବନ୍ଦାପନା ସାରି ବାହୁଡା଼ ପହଣ୍ଡିରେ ରଥାରୂଢ ହୋଇଥିଲେ ମହାପ୍ରଭୁ । ଏବଂ ଆଜିଠାରୁ ଦୁଇଦିନ ଧରି ହେବ ବାହୁଡା଼ ଯାତ୍ରା।
ତେବେ ମହାପ୍ରଭୁଙ୍କ ଦ୍ଵାରିକା ବେଶ ବା ସୁନା ବେଶରେ ଦର୍ଶନ କରିବା ପାଇଁ ମନ୍ଦିରରେ ଭକ୍ତଙ୍କ ଭିଡ଼ ଲାଗିଥିଲା । ଏଥିସହିତ ଭକ୍ତମାନେ ସୁନାବେଶ ଦେଖିବା ପରେ ବାହୁଡା ପହଣ୍ଡି ଯାତ୍ରାରେ ଯୋଗ ଦେଇ ଆଧ୍ୟାତ୍ମିକ ପରିବେଶରେ ଭକ୍ତିଭାବରେ ଏକାକାର ହୋଇଥାଆନ୍ତି ଭକ୍ତ।

ଅନ୍ୟମାନଙ୍କୁ ଜଣାନ୍ତୁ।