You are currently viewing ଦେବୀ ସୁଭଦ୍ରାଙ୍କ ରଥ ଅଖରେ ଫାଟ । ବଦଳିବ ରଥର ଅଖ…

ଦେବୀ ସୁଭଦ୍ରାଙ୍କ ରଥ ଅଖରେ ଫାଟ । ବଦଳିବ ରଥର ଅଖ…

ପୁରୀ : ଆସନ୍ତା ମଙ୍ଗଳବାର ଅନୁଷ୍ଠିତ ହେବ ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା । ଏହା ପୂର୍ବରୁ ଦେବୀ ସୁଭଦ୍ରାଙ୍କ ରଥ ଦର୍ପଦଳନର ଅଖରେ ଦେଖିବାକୁ ମିଳିଛି ଫାଟ । ରଥର ପଛପଟରେ ଥିବା ସାନ ଉଛୁଳା ଅଖରେ ଫାଟ ଥିବା ଦେଖିବାକୁ ମିଳିଛି ।

ଏପଟେ ଫାଟକୁ ଲୁଚେଇବା ପାଇଁ ମହାରଣାମାନେ ବଟମ୍ ପ୍ୟାକିଂ କରି କ୍ଲାମ୍ପ ଫିଟିଂ କରିଛନ୍ତି । ତଥାପି ଅଖଟି ଦୁର୍ବଳ ଥିବା ଜଣାପଡ଼ିଛି । ଏହି ସାନ ଉଛୁଳା ଉପରେ ରଥର ସମ୍ପୂର୍ଣ୍ଣ ଭାର ନିର୍ଭର କରିଥାଏ । ତେଣୁ ରଥ ଭାର ସମ୍ଭାଳିବା ନେଇ ଆଶାଙ୍କୁ ଗୁରୁତ୍ବ ଦେଇ ନୂଆ ଅଖ ବଦଳାଯିବା ପାଇଁ ନିଷ୍ପତ୍ତି ହୋଇଛି । ମଙ୍ଗଳବାର ପବିତ୍ର ରଥଯାତ୍ରା ଅନୁଷ୍ଠିତ ହେବ । ଏହାପୂର୍ବରୁ ସୁଭଦ୍ରାଙ୍କ ରଥକୁ ନେଇ ଦେଖାଦେଇଥିବା ଦ୍ୱନ୍ଦ୍ୱ ପାଇଁ ଦାୟୀ କିଏ ବୋଲି ସାଧାରଣରେ ପ୍ରଶ୍ନ ଉଠିଛି ।

ଏ ନେଇ ବରିଷ୍ଠ ଦଇତାପତି ବିନାୟକ ଦାସ ମହାପାତ୍ର କହିଛନ୍ତି, ଉଛୁଳା ଅଖରେ ଫାଟ ସ୍ପଷ୍ଟ ଦେଖାଯାଉଛି । ଏହାକୁ ସୁଧାରିବାକୁ ପଦକ୍ଷେପ ନିଆଯାଉ, ନ ହେଲେ ଅଘଟଣ ଘଟିପାରେ । ସେଥିପାଇଁ ଜିଲ୍ଲା ପ୍ରଶାସନ ଏବଂ ଶ୍ରୀମନ୍ଦିର ପ୍ରଶାସନ ଦୃଷ୍ଟି ଦେଉ । ନ ହେଲେ କୌଣସି ଅଘଟଣ ପାଇଁ ସେମାନେ ହିଁ ଦାୟୀ ରହିବେ ।

ଅନ୍ୟମାନଙ୍କୁ ଜଣାନ୍ତୁ।