You are currently viewing ଦେୟମୁକ୍ତ “ପରିବର୍ତନ”,କିଶୋର ନିଶାମୁକ୍ତି ଓ ପୁନର୍ବାସ କେନ୍ଦ୍ର

ଦେୟମୁକ୍ତ “ପରିବର୍ତନ”,କିଶୋର ନିଶାମୁକ୍ତି ଓ ପୁନର୍ବାସ କେନ୍ଦ୍ର


କଟକ ସଦର : ଓଡିଶାରେ ସର୍ବ ପ୍ରଥମ ଦେୟମୁକ୍ତ “ପରିବର୍ତନ”,”କିଶୋର ନିଶାମୁକ୍ତି ଓ ପୁନର୍ବାସ କେନ୍ଦ୍ର” କଟକ ଜିଲ୍ଲା ଚୌଦ୍ୱାର କଳିଙ୍ଗ ଛକରେ ମାନ୍ୟବର ବିଧାୟକ ଓ କଟକ ଜିଲ୍ଲା ଶିଶୁ ବିଭାଗୀୟ ଅଧିକାରୀଙ୍କ ଦ୍ୱାରା ଉଦଘାଟନ ହୋଇଯାଇଛି l ଏହି ନିଶାମୁକ୍ତି କେନ୍ଦ୍ର ପରିଚାଳନା ସଂସ୍ଥା ଉଦ୍ଧାର ଫାଉଣ୍ଡେସନ ସଂଗଠନ ଦ୍ୱାରା ହେଉଅଛି l ଏହି ନିଶାମୁକ୍ତି ସେବା କେନ୍ଦ୍ର ଉଦ୍ଧାର ଫାଉଣ୍ଡେସନ ସଂଗଠନର ଅଧ୍ୟକ୍ଷା ଭାରତୀ ଦାସଙ୍କ ଦ୍ୱାରା ପରିଚାଳିତ l ଏହି ନିଶାମୁକ୍ତି କେନ୍ଦ୍ର ଦ୍ୱାରା ଓଡିଶାରେ  ଗଢି ଉଠିଥିବା ବସ୍ତି,ବସଷ୍ଟାଣ୍ଡ,ରେଳ ଷ୍ଟେସନ ଓ ଆଦିବାସୀ ଅଧୁଷିତ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ  ଯେଉଁ  ନାବାଳକ ମାନେ ବୟସ ୧୦ ବର୍ଷରୁ ୧୮ ବର୍ଷ କମ ମଧ୍ୟରେ ନାବାଳକ ମାନେ ମାରାତ୍ମକ ନିଶା ସେବନ କରି ବିଭିନ୍ନ ଜାଗାରେ ଅପରାଧ ସୃଷ୍ଟି କରି ନିଜ ଘରେ ଅଭିଭାବକଙ୍କ ସାହି ପଡିସାରେ ଚିନ୍ତାର କାରଣ ହେବ  ସହ ରାଜ୍ୟ ଓ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ଚିନ୍ତାଗ୍ରସ୍ତ ରହିବା  ସହ ବର୍ତମାନ ଏହା ଏକ ରାଜ୍ୟର ବ୍ୟାଧିରେ  ପରିଣତ ହେବାରେ  ଲାଗିଛି । ଏହି ଘଡ଼ିସନ୍ଧି ମୁହୂର୍ତରେ ଉଦ୍ଧାର ଫାଉଣ୍ଡେସନ ସଂଗଠନ ନିଶାଡି ନାବାଳକଙ୍କ ପାଇଁ ମାଗଣାରେ ସୁସ୍ଥ ଓ ସୁନ୍ଦର ଭବିଷ୍ୟତ ଗଠନ କରିବାର ମହତ ଉଦେଶ୍ୟରେ ନାବାଳକଙ୍କୁ ରଖାଯିବାର ବ୍ୟବସ୍ଥା କରାଯାଇଛି l ଏହି ନିଶା ମୁକ୍ତି ଓ ପୁନର୍ବାସ ସେବା କେନ୍ଦ୍ର ରେ  ଅଭିଜ୍ଞ ଡାକ୍ତରଙ୍କ  ଦ୍ୱାରା ଚିକିତ୍ସା, ଅଭିଜ୍ଞ କାଉନସିଲରଙ୍କ ଦ୍ୱାରା ପ୍ରତିଦିନ କାଉନସିଲ କରାଯାଏ l ଯୋଗ,ପ୍ରାଣାୟାମ,ଧ୍ୟାନ,ଇଶ୍ଵରୀୟ ଭାବନା ଜାଗ୍ରତ କରିବା l  ଅଧାରୁ ପାଠ ପଢା ଛାଡିଥିବା  ନାବାଳକଙ୍କୁ ବିଦ୍ୟାଳୟ ଶିକ୍ଷା ଗ୍ରହଣ କରିବା ମୁଖ୍ୟ ଉଦେଶ୍ୟ,ଗୃହ ମାଧ୍ୟ୍ୟରେ ଖେଳ ର ବ୍ୟବସ୍ଥା,କେନ୍ଦ୍ରରେ ନାବାଳକଙ୍କ ଯତ୍ନ ନେବା ପାଇଁ ତାଲିମ ପ୍ରାପ୍ତ କେୟାର ଟେକର ରହିଛନ୍ତି l ଶିକ୍ଷା ଗ୍ରହଣ ସରିଲା ପରେ ନିଶା ମୁକ୍ତ ହୋଇଥିବା ୧୮ ବର୍ଷ ପରେ  ଧନ୍ଦାମୂଳକ ତାଲିମ ଦିଆଯାଇ ବିଭିନ୍ନ ସରକାରୀ ଓ ବେସରକାରୀ ସଂସ୍ଥାରେ କର୍ମ ଯୋଗାଣ ଦେବାରେ  ଆମର ଲକ୍ଷ୍ୟ ଅଛି l ତେଣୁ  ଓଡିଶାରେ ଏହି ସଂସ୍ଥା ପ୍ରଥମ ଥର ଲାଗି  ଶିଶୁ ଓ ନାବାଳକଙ୍କ  ପାଇଁ ଖୋଲା ଯାଇଛି ଏହି  କେନ୍ଦ୍ରରେ ନିଶାଡି ନାବାଳକ ଆସି ଭର୍ତ୍ତି ହେଲେ ନିଶାରୁ  ସୁସ୍ଥ ହେବାସହ ବିଦ୍ୟାଳୟ ଶିକ୍ଷା ସମାପ୍ତ ସହ କର୍ମଯୋଗାଣରେ  ସହାୟ ହୋଇ ସୁସ୍ଥ ଜୀବନ ଗଠନରେ  ଏହି  କେନ୍ଦ୍ର ସହାୟ ହେଵ  ବୋଲି  କେନ୍ଦ୍ରର ସଭାପତି ବିଶିଷ୍ଟ ସମାଜସେବୀ ଶ୍ରୀଯୁକ୍ତ ନରୋତ୍ତମ ଦାସ ଆଶାବାଦୀ ଏହା ସହ ଓଡିଶା ସରକାର ଓ  ବିଭାଗୀୟ ଅଧିକାରୀଙ୍କ  ସହଯୋଗ ଏହି ଅନୁଷ୍ଠାନକୁ ଏକାନ୍ତ ଆବଶକ୍ୟ l ଯେଉଁ ଜ୍ଞାନୀ ଗୁଣି ବ୍ୟକ୍ତି ଆମ  ସହ  ଯୋଗାଯୋଗ କରିବା ପାଈଁ ଚାଁହୁଚନ୍ତି ଦୟାକରି ଏହି ନମ୍ୱର ୯୮୫୩୮୫୩୨୯୮,୯୬୬୮୧୩୨୯୨୪ରେ ଯୋଗାଯୋଗ କରନ୍ତୁ ।

ଅନ୍ୟମାନଙ୍କୁ ଜଣାନ୍ତୁ।