You are currently viewing ପରିବା ଖୋଜୁଛି ହାଣ୍ଡିଶାଳ !

ପରିବା ଖୋଜୁଛି ହାଣ୍ଡିଶାଳ !

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର : ପରିବା ବଜାରରେ ନିଆଁ ଲାଗିଛି । ପରିବା ଦର ଆକାଶ ଛୁଆଁ ହୋଇଛି । ସପ୍ତାହେ ଭିତରେ ଲଗାତର ଭାବେ ବଢ଼ି ଚାଲିଛି ପରିବା ଦର । ଭୁବନେଶ୍ୱର କଟକ, ବ୍ରହ୍ମପୁର ସାରା ରାଜ୍ୟରେ ପରିବା ଦର ବଢ଼ି ଯାଇଛି । ବର୍ଦ୍ଧିତ ଦରରେ କେବେ ଲାଗିବ ବ୍ରେକ ସେନେଇ ଚିନ୍ତାରେ ଖାଉଟି । ଅନ୍ୟପଟେ ଯେଉଁ ପରିବାକୁ କିଲେ କି ଦୁଇ କିଲୋ କିଣାହେଉଥିବା ତାହାକୁ ଏବେ ଆବଶ୍ୟକତା ହିସାବରେ ଅଢ଼େଇ ଶହ ଓ ପାଂଚଶହ କିଣା ହେଉଛି । ୮୦ ତଳକୁ ବଜାରରେ ପରିବା ନାହିଁ । ପରିବା ଛୁଇଁବାକୁ ଗ୍ରାହକଙ୍କୁ ଡର ଲାଗୁଛି । ଗତ କିଛି ଦିନ ହେବ ପରିବା ମାର୍କେଟର୍ ଦରବୃଦ୍ଧି ଗ୍ରାହକଙ୍କୁ ଅସ୍ତବ୍ୟସ୍ତ କରୁଛି । ରାଜଧାନୀ ହାଟକୁ ଦେଖିଲେ ଟମାଟୋ କିଲୋ ୧୨୦ ପାର । ବିନ୍ସ ୧୬୦ ଟଙ୍କା, ପୋଟଳ, ଭେଣ୍ଡି, ବାଇଗଣ ୮୦ ଟଙ୍କାରେ ବିକ୍ରି ହେଉଛି । ଅନ୍ୟପଟେ ଏପଟେ ଆମଦାନୀ ସ୍ୱାଭାବିକ ହୋଇପାରିଲେ ଦରଦାମରେ ପରିବର୍ତ୍ତନ ଆସିବା ନେଇ ଆଶାବାଦୀ ବ୍ୟବସାୟୀ ।

ଅନ୍ୟମାନଙ୍କୁ ଜଣାନ୍ତୁ।