You are currently viewing ପାରିବାରିକ କଳହରୁ ଆତ୍ମହତ୍ୟା…

ପାରିବାରିକ କଳହରୁ ଆତ୍ମହତ୍ୟା…

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ମୁଳିଦା ଗ୍ରାମରେ ଅଭାବନୀୟ ଘଟଣା । ପାରିବାରିକ କଳହରୁ ଫାଶୀ ଲଗାଇ ଆତ୍ମହତ୍ୟା କଲେ ମହିଳା । ହତ୍ୟା ଅଭିଯୋଗ କରି ଥାନା ସମ୍ମୁଖରେ ଧାରଣାରେ ବସିଲେ ଝିଅର ବାପଘର ଲୋକେ । ସୂଚନା ଅନୁସାରେ ବରୁଣଗଡିଆ ପଞ୍ଚାୟତ ନାଇକୁଡି ଗ୍ରାମର ବରେନ୍ଦ୍ର ନାଥ ଦାସଙ୍କ ଝିଅ ଜ୍ୟୋତିଶ୍ରୀ ବ୍ରାହ୍ମଣଦା ପଞ୍ଚାୟତ ମୁଳିଦା ଗ୍ରାମର ଝାଡେଶ୍ବର ଦାସ ଅଧିକାରୀଙ୍କ ପୁତ୍ର ଜଗଦୀଶ ଦାସ ଅଧିକାରୀ ଙ୍କ ସହିତ ଅଢେଇ ବର୍ଷ ତଳେ ବାହାଘର ହୋଇଥିଲା। ଜଗଦୀଶ ଜଣେ ଗାଡ଼ି ଡ୍ରାଇଭର ଭାବେ ନିଜର ଗୁଜୁରାଣ ମେଣ୍ଟାଉଥିବା ବେଳେ, ଛୋଟ ମୋଟ କଥାକୁ ନେଇ ପରିବାରରେ ସର୍ବଦା ଅଶାନ୍ତି ଲାଗି ରହିଥିଲା। ତେବେ ମଙ୍ଗଳବାର ଦିନ ଘରେ କେହି ନଥିବା ବେଳେ ଜ୍ୟୋତିଶ୍ରୀ ନିଜର ଶୋଇବା ଘରେ ଲାଗିଥିବା ଫେନରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ । ଏହାପରେ ପରିବାର ଲୋକେ ଗ୍ରାମବାସୀଙ୍କ ସହ ମିଶି ଜ୍ୟୋତିଶ୍ରୀଙ୍କୁ ଉଦ୍ଧାର କରିବା ସହ ବସ୍ତା ମେଡିକାଲକୁ ଆଣିଥିଲେ । ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ଜ୍ୟୋତିଶ୍ରୀଙ୍କ ବାପଘର ଲୋକେ ମୃତଦେହକୁ ଥାନା ସମ୍ମୁଖରେ ରଖି କାର୍ଯ୍ୟାନୁଷ୍ଠାନ ଦାବିରେ ଧାରଣାରେ ବସିଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।