You are currently viewing ପ୍ରେମୀଯୁଗଳଙ୍କ ହତ୍ୟାକାଣ୍ଡର ପର୍ଦ୍ଦାଫାଶ

ପ୍ରେମୀଯୁଗଳଙ୍କ ହତ୍ୟାକାଣ୍ଡର ପର୍ଦ୍ଦାଫାଶ

ଭବାନୀପାଟଣା : କଳାହାଣ୍ଡି କାଞ୍ଜିବାହାଲ ହତ୍ୟା ଘଟଣାର ପର୍ଦ୍ଦାଫାଶ କଲା ପୋଲିସ । ପ୍ରେମିକାର ବାପା, କାକା ଓ ଭିଣୋଇ କରିଛନ୍ତି ହତ୍ୟା । କଳାହାଣ୍ଡି ଜିଲ୍ଲା ଧର୍ମଗଡ ଥାନା ବାଞ୍ଜିପଦର ଗାଁ ପ୍ରେମୀ ଯୁଗଳଙ୍କ ହତ୍ୟା ଘଟଣାର ପର୍ଦ୍ଦାଫାସ କରିଛି ଧର୍ମଗଡ ପୋଲିସ ! ଏହି ଘଟଣାରେ ପ୍ରେମିକାର ବାପା,କାକା ଏବଂ ଭିଣୋଇ ହିଁ ହତ୍ୟାକାରୀ ! ଏବଂ ସେହି ତିନି ଜଣ ଙ୍କୁ ଗିରଫ କରିଛି ପୋଲିସ ! ଗତ ୩୦ ତାରିଖରେ ଦୁଇଜଣ ଘରୁ ଫେରାର ହୋଇଥିଲେ ! ସେହିଦିନ ଏକ ଆଖୁବାଡ଼ିରେ ଲୁଚିଥିବା ବେଳେ ଏହି ତିନିଜଣ ସେମାନଙ୍କୁ ତଣ୍ଟିଚିପି ହତ୍ୟା କରି ଗଛରେ ଟାଙ୍ଗିଦେଇ ଆତ୍ମହତ୍ୟାର ରୂପ ଦେଇଥିଲେ ! ଗତ ୯ ତାରିଖରେ ବାଞ୍ଜିପଦର ଏବଂ ସାଗୁନ ଭାଡ଼ି ଗାଁ ମଝିରେ ଥିବା ଏକ ପୋଲ ନିକଟରେ ମିଳିଥିଲା ମୃତଦେହ ! ପରେ ଉଭୟଙ୍କୁ ନାବାଳିକାର ପରିବାର ଲୋକେ ହତ୍ୟା କରିଥିବା ନେଇ ସୁନୀଲଙ୍କ ବାପା ଅଭିଯୋଗ କରିବା ପରେ ପୋଲିସ ଆରମ୍ଭ କରିଥିଲା ତଦନ୍ତ। ତଦନ୍ତ ଅନୁଯାୟୀ ଅଭିଯୁକ୍ତ ନବଳିକାର ବାପାକୁ ପ୍ରଥମେ ଗିରଫ କରିବା ସହ ନାବାଲିକାଙ୍କ ଭେଣେଇ ଠନ ସୁନ୍ଦର ନାଏକ ଓ କାକା ଦେବାନନ୍ଦ ପଟେଲ କୁ ଗିରଫ କରିଥିଲା ପୋଲିସ। ଅଭିଯୁକ୍ତ ମାନଙ୍କୁ ଅଧିକ ପଚାର ଉଚୁରା ପରେ କୋର୍ଟ ଚାଲାଣ କରାଯିବା ନେଇ ସୂଚନା ଦେଇଛନ୍ତି କଳାହାଣ୍ଡି ଏସପି ।

ଅନ୍ୟମାନଙ୍କୁ ଜଣାନ୍ତୁ।