You are currently viewing ବାପା କଠୋର ହେଲେ ବି କମୋଳ ହୃଦୟର ମଣିଷ…

ବାପା କଠୋର ହେଲେ ବି କମୋଳ ହୃଦୟର ମଣିଷ…

ବ୍ୟୁରୋ ରିପୋର୍ଟ : ବାପା । ଯିଏ ଆକାଶ ଠାରୁ ବିଶାଳ ଆଉ ଯାହାଙ୍କ ହୃଦୟ ବାହାରୁ ଯେତେ କଠିନ ଦେଖା ଯାଉଥିଲେ ମଧ୍ୟ ଭିତରୁ ଫୁଲ ପରି କୋମଳ । ବାପା ଏମିତି ଜଣେ ଯାହାଙ୍କୁ ବର୍ଣ୍ଣନା କରିବା ଅସମ୍ଭବ । ଜଣେ ସନ୍ତାନ ପାଇଁ କେବଳ ବାପାଙ୍କ ନାଁ ହିଁ ଯଥେଷ୍ଟ । ବେଳେବେଳେ ବାପା ନିଜ ପିଲାମାନଙ୍କ ପାଇଁ କଠୋର ହୋଇଥାନ୍ତି ସତ, କିନ୍ତୁ ତାଙ୍କ ମନରେ ପିଲାମାନଙ୍କ ପ୍ରତି କେତେ ଯେ ସ୍ନେହ ଓ ଭଲପାଇବା ଭରି ରହିଥାଏ, ତାହା ପିଲାମାନେ ବୟସ ବଢିବା ସହ ଆପେ ବୁଝିପାରନ୍ତି । ବାପାଟି ତାର ପିଲାମାନଙ୍କର ଇଚ୍ଛା ଓ ଆକାଂକ୍ଷାକୁ ପୂରଣ କରିବା ପାଇଁ ନିଜର ସାରା ଜୀବନକୁ ଜଳାଞ୍ଜଳୀ ଦେଇ ଦିଏ । ମାଆଟି ସିନା ପିଲାକୁ ଜନ୍ମ ଦିଏ, ହେଲେ ବାପାଟି ପିଲାମାନଙ୍କର ଆବଶ୍ୟକତାକୁ ପୂରଣ କରିବାକୁ ଯାଇ ନିଜ ଜୀବନର ସୁଖ ସୁବିଧାକୁ ବି ଭୁଲିଯାଏ । ମାଆଟିଏ ତା ସନ୍ତାନକୁ ୯ମାସ ପେଟରେ ରଖେ, କିନ୍ତୁ ବାପା ସାରାଜୀବନ ତାର ପିଲାର ବୋଝକୁ ମୁଣ୍ଡେଇଥାଏ । ବାପା ହେଉଛନ୍ତି ଗୋଟେ ଘରର ମଝିଖୁଂଟ ସଦୃଶ । ସେଥିପାଇଁ ତ କୁହାଯାଏ ଯାହାର ବାପା ନାହିଁ, ତା ଦୁନିଆରେ ସବୁବେଳେ ଅନ୍ଧାର ହିଁ ଘୋଟି ରହିଥାଏ । ନିଜର ସବୁ ଦୁଃଖ ଓ ଯନ୍ତ୍ରଣାକୁ ଛାତିତଳେ ଚାପିରଖି ନିଜ ପିଲାଙ୍କ ପାଇଁ ଯିଏ ସବୁବେଳେ ଅକ୍ଳାନ୍ତ ପରିଶ୍ରମ କରନ୍ତି ସେ ହେଉଛନ୍ତି ବାପା । ନିଜ ପିଲାର କଠିନରୁ କଠିନ ଇଚ୍ଛାକୁ ବି ଯିଏ ହସିହସି ପୂରଣ କରନ୍ତି, ସେ ହେଉଛନ୍ତି ବାପା । ଆଉ ସେହି ବାପା ନାମକ ମହାପୁରୁଷଙ୍କୁ ସମ୍ମାନ ଜଣାଇବା ପାଇଁ ଆଜିର ଦିନଟି ଉତ୍ସର୍ଗୀକୃତ । ତେବେ ଚଳିତବର୍ଷ ପିତୃ ଦିବସର ଥିମ ରହିଛି, ଆମ ଜୀବନର ସର୍ବଶ୍ରେଷ୍ଠ ହିରୋମାନଙ୍କୁ ପାଳନ କରିବା । ତେଣୁ ଆଜି ଏହି ପିତୃ ଦିବସ ଅବସରରେ ଦୁନିଆର ସମସ୍ତ ପିତାମାନଙ୍କୁ ଏନଏନଏସ ଓଡିଆ ତରଫରୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ।

ଅନ୍ୟମାନଙ୍କୁ ଜଣାନ୍ତୁ।