You are currently viewing ବେଆଇନ ବାଣ କାରଖାନା ସିଲ

ବେଆଇନ ବାଣ କାରଖାନା ସିଲ

ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଥାନା ଅନ୍ତର୍ଗତ ବୁରୋମାଳ ଗ୍ରାମପଞ୍ଚାୟତର ପଖନମୁଣ୍ଡା ଗାଁ’ରେ ବହୁ ବର୍ଷ ଧରି ବାଣ ତିଆରି ହୋଇ ଆସୁଥିବା ବାଣ କାରଖାନାରେ କଣ୍ଟାବାଞ୍ଜି ପୁଲିସ ପ୍ରଶାସନ ଚଢ଼ାଉ କରି ମାଲିକ କିଷାନ ଲାଲ ଅଗ୍ରୱାଲକୁ କାଗଜପତ୍ର ଦେଖାଇବାକୁ କହିଥିଲେ, କିନ୍ତୁ କିଷାନ ଲାଲ ଅଗ୍ରୱାଲ ପୁଲିସକୁ କୁଆଡ଼େ ବବି ଦାସଙ୍କର ଖାସମ-ଖାସ ଲୋକ ଆମେ କେତେବେଳେ କହୁଥିଲେ ତ କେତେବେଳେ ସନ୍ତୋଷ ସିଂ ସାଲୁଜା କଂଗ୍ରେସ ବିଧାୟକ ଖାସମ-ଖାସ ଆମର ବୋଲି ପୁଲିସକୁ କହୁଥିଲେ ବୋଲି ଗାଁ’ରେ ଚର୍ଚ୍ଚା ରହିଛି, ଆଇନ କାନୁନକୁ ବେଖାତିର କରି କିଷାନ ଲାଳ ଅଗ୍ରୱାଲ ଏହି କାରବାର ଦିର୍ଘ ୫ ବର୍ଷରୁ ଉର୍ଦ୍ଧ୍ୱ କାଳ ହେବ ଏହି ମଧ୍ୟରେ କୋଟି କୋଟି ଟଙ୍କା ଉପାର୍ଜନ କରି ଆସୁଥିଲେ, ଟ୍ରେନିଙ୍ଗରେ ଥିବା ଆଇପିଏସ ଅଫିସର କୁଲଦୀପ ମନୋହୀରା ଉକ୍ତ କାରଖାନାକୁ ପ୍ରଥମେ ସମୀକ୍ଷା କରିଥିଲେ ଓ ଜାଣିବାକୁ ପାଇଥିଲେ ଯେ ସମ୍ପୂର୍ଣ୍ଣ ଭାବେ ବେଆଇନ ଭାବେ ଚାଲିଛି ବୋଲି ଜାଣିଥିଲେ, ଅନ୍ୟ ପକ୍ଷରେ ଶିଶୁ ଶ୍ରମିକ ମାନେ ମଧ୍ୟ ଏହି କାରଖାନାରେ କାର୍ଯ୍ୟ କରୁଥିବା ଜଣାପଡ଼ିଛି, ୧୦ ରୁ ୧୨ ବର୍ଷର ଶିଶୁ ଶ୍ରମିକ ମାନଙ୍କୁ ଖାଉଥିବା ବେଳେ ଉପଯୁକ୍ତ ପାରିଶ୍ରମିକ ମଧ୍ଯ ଦେଉନଥିଲା, କେମିକାଲ ଏପରି ଦୁର୍ଗନ୍ଧ ହେଉଛି ଯେ ଆଖ ପାଖରେ ଥିବା ଗାଁ’ଗଣ୍ଡା ମାନଙ୍କରେ କୁପ୍ରଭାବ ପକାଉଛି ଫଳରେ ଅନେକ ଲୋକେ ଉକ୍ତ କେମିକାଲର ବାସନାରେ ଆହତ ହେଉଛନ୍ତି, ପଖନମୁଣ୍ଡା. ବୁରୋମାଳ. ହାତମୁଣ୍ଡା. କଦଳୀପଡ଼ା. ସରଦାପୁର. ଧୁମସୁ ପ୍ରଭୁତି ଗାଁ ମାନଙ୍କର ଜନସାଧାରଣ ଅଭିଯୋଗ କରିଛନ୍ତି ଯେ ଉକ୍ତ କାରଖାନାର ବାସନା ପାଇଁ ଅଣ ନିଶ୍ବାସୀ ହୋଇଯାନ୍ତି ବୋଲି କହିଛନ୍ତି, ତେଣୁକରି ଏହି ବାଣ କାରଖାନାକୁ ସମ୍ପୂର୍ଣ୍ଣ ଭାବେ ସବୁ ଦିନ ପାଇଁ ବନ୍ଦ କରିବେ ବୋଲି ପ୍ରଶାସନ ଉପରେ ଭରସା ରଖିଛନ୍ତି ବୋଲି ମତ ପ୍ରକାଶ କରିଛନ୍ତି, ଅନ୍ୟ ପକ୍ଷରେ ମାଲିକ କିଷାନ ଲାଲ ଅଗ୍ରୱାଲ ଓ ତାଙ୍କ ମ୍ୟାନେଜର ଯଶବନ୍ତ କୁମ୍ଭାର ଓ ଅନ୍ୟ ଜଣଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି କଣ୍ଟାବାଞ୍ଜି ପୁଲିସ 

ଅନ୍ୟମାନଙ୍କୁ ଜଣାନ୍ତୁ।