You are currently viewing ହନୁମାନ ପଇସା କାରବାର ୫ଗିରଫ

ହନୁମାନ ପଇସା କାରବାର ୫ଗିରଫ

  • Post category:ଓଡିଶା
  • Reading time:1 mins read

ବ୍ୟୁରୋ ରିପୋର୍ଟ : ହନୁମାନ ପଇସା ରାକେଟର ପର୍ଦ୍ଦାଫାସ କରିଛି ପୋଲିସ । ଏହି ମାମଲାରେ ୫ଜଣକୁ ଗିରଫ କରିବା ସହ ହନୁମାନ ପଇସା, ହୋଣ୍ଡାକାର, ମୋବାଇଲ ଜବତ କରିଛି ସତ୍ୟବାଦୀ ଥାନା ପୋଲିସ । ପୋଲିସର ସୁଚନା ଅନୁଯାୟୀ, ସାକ୍ଷୀଗୋପାଳ ନୂଆଗାଁ ଢ଼ିହିରେ ଗଦାଧର ସାହୁ ନାମକ ଜଣେ ବ୍ୟକ୍ତିଙ୍କ ଘରେ ହନୁମାନ ପଇସା କାରବାର ପାଇଁ ଡିଲ୍ ଚାଲୁଥିଲା । ସେମାନେ ନିଜକୁ ଆଣ୍ଟିକ୍ ସାମଗ୍ରୀ କିଣା ବିକାର ଲାଇସେନ୍ସ ଅଧିକାରୀ ବୋଲି ପରିଚୟ ଦେଇ ପ୍ରଚୁର ଟଙ୍କାର ପ୍ରଲୋଭନ ଦେଖାଉଥିଲେ। ଖବର ପାଇ ପୋଲିସ ଟିମ୍ ଚଢାଉ କରିବା ସହ ୫ ଜଣଙ୍କୁ ଧରିଥିଲା ତା’ସହ ସେମାନଙ୍କ ପାଖରୁ ହନୁମାନଙ୍କ ପ୍ରତିକୃତି ଥିବା ଏକ ତମ୍ବା ପଇସା, ସିନ୍ଦୁର, ଅରୁଆ ଚାଉଳ, ପେନସିଲ, ସୂତା ସହ ୩ଟି ମୋବାଇଲ ଫୋନ ଏବଂ ଗୋଟିଏ କାରକୁ ଜବତ କରିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।