You are currently viewing ଡକାୟତ ଗ୍ୟାଙ୍ଗକୁ ଧରିଲା ପୋଲିସ, ୪ ଗିରଫ

ଡକାୟତ ଗ୍ୟାଙ୍ଗକୁ ଧରିଲା ପୋଲିସ, ୪ ଗିରଫ

ଆସିକା(ଏଏନଏସ)୦୮.୦୨.୨୦୨୨, ଆସିକା ପୋଲିସକୁ ବଡ଼ ଧରଣର ସଫଳତା । ଗୋଟିଏ ବଡ଼ ଡ଼କାୟତି ଗ୍ୟାଙ୍ଗଙ୍କୁ ଧରିବାରେ ସଫଳ ହେଲା ପୋଲିସ । ଏହି ଘଟଣାରେ ମୋଟ ୪ ଜଣଙ୍କୁ ଗିରଫ କରାଯାଇଛି । ସୂଚନା ଅନୁସାରେ, ଆସିକା ପୋଲିସ ରାତ୍ରି ସମୟରେ ପାଟ୍ରୋଲିଂ କରୁଥିବା ବେଳେ ଏହି ବଡ଼ ଗ୍ୟାଙ୍ଗ ଡ଼କାୟତିଙ୍କୁ ଧରିବାରେ ସଫଳ ହୋଇଛି । ଏହି ଘଟଣାରେ ମୋଟ ୪ ଜଣଙ୍କୁ ପୋଲିସ୍ ଗିରଫ କରିଥିବା ବେଳେ ୪ ଟି ପିସ୍ତଲ, ୧୬ ରାଉଣ୍ଡ ଜୀବନ୍ତ ଗୁଳି, ୮ଟି ଜୀବନ୍ତ ବୋମା, ଦୁଇଟି ବାଇକ ଜବତ କରାଯାଇଛି । ପଚରାଉଚରା ପରେ ଏହି ଚୋରମାନେ ସୁନା ଦୋକାନରେ ରାତ୍ରରେ ଡକାୟତି କରିବା ପାଇଁ ଯୋଜନା କରୁଥିଲେ ବୋଲି ଜଣାପଡିଥିଲା । ତେବେ ଏହି ଘଟଣାରେ ଆଉ କେଉଁ ବ୍ୟକ୍ତିଙ୍କ ସମ୍ପୃକ୍ତି ଅଛି ସେନେଇ ତଦନ୍ତ ଆରମ୍ଭ କରିଦେଇଛି  ପୋଲିସ ।

ଅନ୍ୟମାନଙ୍କୁ ଜଣାନ୍ତୁ।