You are currently viewing ଦାଦାବଟି ମାଗିବା ଅଭିଯୋଗରେ ସେବାୟତ ଗିରଫ

ଦାଦାବଟି ମାଗିବା ଅଭିଯୋଗରେ ସେବାୟତ ଗିରଫ

  • Post category:ଓଡିଶା
  • Reading time:1 mins read

ପୁରୀ (ଏଏନଏସ)୨୩/୦୪, ଜୋର ଜବରଦସ୍ତ ଦାଦାବଟି ଆଦାୟ ଅଭିଯୋଗ ରେ ଜୈନକ ସେବାୟତ ଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି।ମିଳିଥିବା ସୂଚନାରୁ ଜଣାପଡ଼ିଛି ଯେ,ପୁରୀ ଟାଉନ ଥାନା ଅନ୍ତର୍ଗତ ଲବଣି ଖିଆ ଛକରେ ଅଭିଯୁକ୍ତ ସେବାୟତ ଲୋକନାଥ ପୂଜାପଣ୍ଡା ସ୍ଥାନୀୟ ବ୍ୟବସାୟୀ ତଥା ଯାତାୟାତ କରୁଥିବା ଯାତ୍ରୀ ଓ ପଥଚାରୀଙ୍କ ଠାରୁ ଧମକ ଚମକ ଦେଇ ଦାଦା ବଟି ଆଦାୟ କରୁଥିବା ଅଭିଯୋଗ ପାଇଁ ପୁରୀ ଟାଉନ ଥାନା ପୋଲିସ ଲୋକନାଥ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।

ଅନ୍ୟମାନଙ୍କୁ ଜଣାନ୍ତୁ।